୨୬ ନୂଆ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ, ନିବେଶ ହେବ ୫ ହଜାର ୯୯୨ କୋଟି ଟଙ୍କା
ଭୁବନେଶ୍ୱର : ୨୬ ନୂଆ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ। ନିବେଶ ହେବ ୫ହଜାର ୯୯୨ କୋଟି ଟଙ୍କା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ବିଭିନ୍ନ କ୍ଷେତ୍ରରେ ୨୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଷ୍ଟିଲ୍, କେମିକାଲ, ଅକ୍ଷୟ ଶକ୍ତି, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି , ଭିତ୍ତିଭୂମି ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଏହି ୨୬ଟି ପ୍ରକଳ୍ପ ପ୍ରତିଷ୍ଠା ହେବ। ରାଜ୍ୟର ୧୪ଟି ଜିଲ୍ଲାରେ ବିଭିନ୍ନ […] The post ୨୬ ନୂଆ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ, ନିବେଶ ହେବ ୫ ହଜାର ୯୯୨ କୋଟି ଟଙ୍କା appeared first on KNews Odisha.

ଭୁବନେଶ୍ୱର : ୨୬ ନୂଆ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ। ନିବେଶ ହେବ ୫ହଜାର ୯୯୨ କୋଟି ଟଙ୍କା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ବିଭିନ୍ନ କ୍ଷେତ୍ରରେ ୨୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଷ୍ଟିଲ୍, କେମିକାଲ, ଅକ୍ଷୟ ଶକ୍ତି, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି , ଭିତ୍ତିଭୂମି ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଏହି ୨୬ଟି ପ୍ରକଳ୍ପ ପ୍ରତିଷ୍ଠା ହେବ।
ରାଜ୍ୟର ୧୪ଟି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରକଳ୍ପ ଗୁଡ଼ିକ ପ୍ରତିଷ୍ଠା କରାଯିବ। ମୟୂରଭଞ୍ଜ୍, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ବୌଦ୍ଧ, କୋରାପୁଟ, ବାଲେଶ୍ବର, କଟକ, ଭଦ୍ରକ ଓ ପୁରୀ ଜିଲ୍ଲାରେ ଏହି ସବୁ ପ୍ରକଳ୍ପ ପ୍ରତିଷ୍ଠା ହେବ। ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟରେ ଶିଳ୍ପ ବିକାଶ ଏବଂ ଆର୍ଥିକ ସମୃଦ୍ଧି ଦିଗରେ ପ୍ରକଳ୍ପ ଗୁଡ଼ିକ ସହାୟକ ହେବ।
The post ୨୬ ନୂଆ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ, ନିବେଶ ହେବ ୫ ହଜାର ୯୯୨ କୋଟି ଟଙ୍କା appeared first on KNews Odisha.