CAA ଅଧୀନରେ ପ୍ରଥମ ଥର ମିଳିଲା ଭାରତୀୟ ନାଗରିକତା, ୧୪ ଜଣଙ୍କୁ ସିଟିଜେନ୍ଶିପ୍ ସାର୍ଟିଫିକେଟ୍
ଭାରତରେ ଆଜି ୧୪ ଜଣଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ନାଗରିକତା ସଂଶୋଧନ ଅଧିନିୟମ (CAA) ର ଅଧିସୂଚନା ଜାରି ହେବା ପରେ ପ୍ରଥମ ଥର ପାଇଁ ୧୪ ଜଣଙ୍କୁ ସିଟିଜେନ୍ଶିପ୍ ସାର୍ଟିଫିକେଟ୍ ଦିଆଯାଇଛି । ଏହା ସହିତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ପ୍ରତାଡ଼ିତ ଅଣ-ମୁସଲମାନ ପ୍ରବାସୀମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପିଟିଆଇ ସୂତ୍ର ମୁତାବକ, ଜଣେ ସରକାରୀ ପ୍ରବକ୍ତା କହିଛନ୍ତି ଯେ କେନ୍ଦ୍ର ଗୃହ ସଚିବ ଅଜୟ […] The post CAA ଅଧୀନରେ ପ୍ରଥମ ଥର ମିଳିଲା ଭାରତୀୟ ନାଗରିକତା, ୧୪ ଜଣଙ୍କୁ ସିଟିଜେନ୍ଶିପ୍ ସାର୍ଟିଫିକେଟ୍ appeared first on KNews Odisha.

ଭାରତରେ ଆଜି ୧୪ ଜଣଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ନାଗରିକତା ସଂଶୋଧନ ଅଧିନିୟମ (CAA) ର ଅଧିସୂଚନା ଜାରି ହେବା ପରେ ପ୍ରଥମ ଥର ପାଇଁ ୧୪ ଜଣଙ୍କୁ ସିଟିଜେନ୍ଶିପ୍ ସାର୍ଟିଫିକେଟ୍ ଦିଆଯାଇଛି । ଏହା ସହିତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ପ୍ରତାଡ଼ିତ ଅଣ-ମୁସଲମାନ ପ୍ରବାସୀମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ପିଟିଆଇ ସୂତ୍ର ମୁତାବକ, ଜଣେ ସରକାରୀ ପ୍ରବକ୍ତା କହିଛନ୍ତି ଯେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଏକ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ଆବେଦନ ପ୍ରକ୍ରିୟାକରଣ ହେବା ପରେ ୧୪ ଜଣଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଆବେଦନକାରୀମାନଙ୍କୁ ନାଗରିକତା ସଂଶୋଧନ ଅଧିନିୟମର ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟ କୁହାଯାଇଛି । ଏହି ଅବସରରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
କହି ରଖୁଛୁ ଯେ ୨୦୨୪ ମାର୍ଚ୍ଚ ୧୧ରେ ନାଗରିକତା ସଂଶୋଧନ ଅଧିନିୟମକୁ ଅଧିସୂଚିତ କରାଯାଇଥିଲା । ଏଥିରେ ଆବେଦନ କରିବାର ପଦ୍ଧତି, ଜିଲ୍ଲା ସ୍ତରୀୟ କମିଟି (ଡିଏଲ୍ସି) ଦ୍ୱାରା ଆବେଦନର ପ୍ରକ୍ରିୟାକରଣ ଏବଂ ରାଜ୍ୟ ସ୍ତରୀୟ ଅଧିକାର ପ୍ରାପ୍ତ ସମିତି (ଇସି) ଦ୍ୱାରା ଆବେଦନପତ୍ର ଯାଞ୍ଚ ଓ ନାଗରିକତା ପ୍ରଦାନ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ।
ନାଗରିକତା ସଂଶୋଧନ ଆଇନ ମାଧ୍ୟମରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ଓ ପାର୍ସୀ ଧର୍ମର ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ଦିଆଯିବ । ଆଇନ ମୁତାବକ, ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆସି ଭାରତରେ ବସବାସ କରିଥିଲେ, ସେମାନଙ୍କୁ ହିଁ କେବଳ ନାଗରିକତା ଦିଆଯିବ ।
ନାଗରିକତା ସଂଶୋଧନ ବିଲ୍ ପ୍ରଥମ ଥର ୨୦୧୬ରେ ଲୋକସଭାରେ ଆଗତ କରାଯାଇଥିଲା । ଏଠାରୁ ଏହା ପାରିତ ହୋଇଥିଲା, କିନ୍ତୁ ରାଜ୍ୟସଭାରେ ଅଟକି ରହିଥିଲା । ପରେ ଏହାକୁ ସଂସଦୀୟ କମିଟି ନିକଟକୁ ପଠାଯାଇଥିଲା ଏବଂ ଏହାପରେ ନିର୍ବାଚନ ଆସିଥିଲା । ପୁଣି ନିର୍ବାଚନ ପରେ ନୂଆ ସରକାର ଗଠନ ହେଲା । ତେଣୁ ୨୦୧୯ ଡିସେମ୍ବରରେ ଏହାକୁ ଲୋକସଭାରେ ପୁଣିଥରେ ଆଗତ କରାଯାଇଥିଲା । ଏଥର ଏହି ବିଲ୍ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଛି ।
The post CAA ଅଧୀନରେ ପ୍ରଥମ ଥର ମିଳିଲା ଭାରତୀୟ ନାଗରିକତା, ୧୪ ଜଣଙ୍କୁ ସିଟିଜେନ୍ଶିପ୍ ସାର୍ଟିଫିକେଟ୍ appeared first on KNews Odisha.