ଦୁଇ ଜିଲାରେ ଏସ୍‌ପି ବଦଳାଇଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର,୮।୪: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସୋମବାର ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ନୂତନ ଏସ୍‌ପି ଭାବରେ ନିଯୁକ୍ତ କରିଛନ୍ତି। ସେହିପରି ଆୟୋଗ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ପୂର୍ବତନ ଖୋର୍ଦ୍ଧା ଏସପି ଯୁଗଳ କିଶୋର ବନୋଥ ଏବଂ ପୂର୍ବତନ ବ୍ରହ୍ମପୁର ଏସପି ସୌରଭ ବିବେକ ଏମଙ୍କୁ ସ୍ଥାନାନ୍ତର କରିବାକୁ ଓଡ଼ିଶା ସରକାରଙ୍କୁ ଆୟୋଗ କହିଥିଲେ। ରାଜ୍ୟରେ ମୁକ୍ତ ଏବଂ ନିରପେକ୍ଷ ସାଧାରଣ ଓ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବା […] The post ଦୁଇ ଜିଲାରେ ଏସ୍‌ପି ବଦଳାଇଲେ ନିର୍ବାଚନ ଆୟୋଗ appeared first on Dharitri Odia News.

ଦୁଇ ଜିଲାରେ ଏସ୍‌ପି ବଦଳାଇଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର,୮।୪: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସୋମବାର ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ନୂତନ ଏସ୍‌ପି ଭାବରେ ନିଯୁକ୍ତ କରିଛନ୍ତି। ସେହିପରି ଆୟୋଗ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି।

ଏହାପୂର୍ବରୁ ପୂର୍ବତନ ଖୋର୍ଦ୍ଧା ଏସପି ଯୁଗଳ କିଶୋର ବନୋଥ ଏବଂ ପୂର୍ବତନ ବ୍ରହ୍ମପୁର ଏସପି ସୌରଭ ବିବେକ ଏମଙ୍କୁ ସ୍ଥାନାନ୍ତର କରିବାକୁ ଓଡ଼ିଶା ସରକାରଙ୍କୁ ଆୟୋଗ କହିଥିଲେ।

ରାଜ୍ୟରେ ମୁକ୍ତ ଏବଂ ନିରପେକ୍ଷ ସାଧାରଣ ଓ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଆୟୋଗଙ୍କ ଉଦ୍ୟମର ଏକ ଅଂଶ ହେଉଛି ବଦଳି ଏବଂ ନୂତନ ନିଯୁକ୍ତି କରୁଛନ୍ତି।

The post ଦୁଇ ଜିଲାରେ ଏସ୍‌ପି ବଦଳାଇଲେ ନିର୍ବାଚନ ଆୟୋଗ appeared first on Dharitri Odia News.