ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ OSSSC ଅଧ୍ୟକ୍ଷ

ଭୁବନେଶ୍ବର : ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ସବ୍‌ ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ(ଓଏସ୍‌ଏସ୍‌ଏସ୍‌ସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଲଳିତ ଦାସଙ୍କୁ ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି। ଏଥି ସହିତ ଅବସରପ୍ରାପ୍ତ ଆଇଏଏସ୍ ଉଦ୍ଧବ ଚନ୍ଦ୍ର ମାଝୀ ଏବଂ ସରୋଜ କୁମାର ମିଶ୍ରଙ୍କୁ ମଧ୍ୟ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ମଙ୍ଗଳବାର ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୯୯୨ ବ୍ୟାଚ୍ ଆଇପିଏସ୍‌ ଲଳିତ ଦାସ […]

ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ OSSSC ଅଧ୍ୟକ୍ଷ
Odisha Govt Appoints Retired IPS Officer Lalit Das As OSSSC Chairman

ଭୁବନେଶ୍ବର : ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ଓଡ଼ିଶା ସବ୍‌ ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ(ଓଏସ୍‌ଏସ୍‌ଏସ୍‌ସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଲଳିତ ଦାସଙ୍କୁ ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି। ଏଥି ସହିତ ଅବସରପ୍ରାପ୍ତ ଆଇଏଏସ୍ ଉଦ୍ଧବ ଚନ୍ଦ୍ର ମାଝୀ ଏବଂ ସରୋଜ କୁମାର ମିଶ୍ରଙ୍କୁ ମଧ୍ୟ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ମଙ୍ଗଳବାର ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

୧୯୯୨ ବ୍ୟାଚ୍ ଆଇପିଏସ୍‌ ଲଳିତ ଦାସ ଏଚ୍‌ଆରପିସି ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟକରି ଅବସର ନେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ଲଳିତ ଦାସ ୧୯୯୨ରେ ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ। ସେ କେନ୍ଦୁଝର, ଗଜପତି, ଯାଜପୁର, ଜଗତସିଂହପୁର, ସମ୍ବଲପୁର, ବରଗଡ଼ ଜିଲ୍ଲା ଏସପି ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସେ ନୂଆଦିଲ୍ଲୀ ସ୍ଥିତ ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟରେ ୫ ବର୍ଷ କାଳ କାର୍ଯ୍ୟ କରିଥିଲେ। ତାଳଚେରରେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି, କଟକର କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି, ଭିଜିଲାନ୍ସ ଡିଜି, ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଓଡ଼ିଶା ପୁଲିସ ହାଉସିଂ ଏବଂ ୱେଲଫେୟାର କର୍ପୋରେସନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ, ପୁଲିସ ମୁଖ୍ୟାଳୟରେ କମ୍ୟୁନିକେସନ ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ସରକାରୀ ପ୍ରେସ ଏବଂ ପବ୍ଲିକେସନର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଥିଲେ।

ସେପଟେ ନିକଟରେ ଓଡ଼ିଶା ସବ୍‌ ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ(ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ଆୟୋଜିତ ଅମିନ,ଆରଆଇ, ଫରେଷ୍ଟର ସମେତ ବିଭିନ୍ନ ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଏହି ପରୀକ୍ଷାକୁ ସ୍ୱଚ୍ଛତା ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାହା ପରେ ଆଜି ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସଙ୍କୁ ଆୟୋଗର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି।