କୁଲଡିହା ଅଭୟାରଣ୍ୟରେ ମାଈ ହାତୀର ମୃତ୍ୟୁ
ନୀଳଗିରି : କୁଲଡିହା ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ଟ୍ରେଞ୍ଚରେ ପଡିଯିବାରୁ ଗର୍ଭବତୀ ମାଈ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି I ବାଲେଶ୍ଵର ଓ ମୟୂରଭଞ୍ଜ ସୀମାନ୍ତ କୁଲଡିହା ଅଭୟାରଣ୍ୟ କପ୍ତିପଦା ରେଞ୍ଜ ବଡପଦା ଅଞ୍ଚଳରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ, ଏକ ମାଈ ହାତୀ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ଟ୍ରେଞ୍ଜ ଗାତରେ ଖସି ପଡିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ […]

ନୀଳଗିରି : କୁଲଡିହା ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ଟ୍ରେଞ୍ଚରେ ପଡିଯିବାରୁ ଗର୍ଭବତୀ ମାଈ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି I ବାଲେଶ୍ଵର ଓ ମୟୂରଭଞ୍ଜ ସୀମାନ୍ତ କୁଲଡିହା ଅଭୟାରଣ୍ୟ କପ୍ତିପଦା ରେଞ୍ଜ ବଡପଦା ଅଞ୍ଚଳରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ, ଏକ ମାଈ ହାତୀ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ଟ୍ରେଞ୍ଜ ଗାତରେ ଖସି ପଡିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହାତୀକୁ ଗାତରୁ ଉଦ୍ଧାର କରିବା ପାଇଁ ଜେସିବି ମେଶିନର ସାହାର୍ଯ୍ୟ ନିଆଯାଇଥିଲା। ୪ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା। ତଥାପି ହାତୀର ଜୀବନ ବଞ୍ଚାଇବାରେ ବନ କର୍ମଚାରୀ ବିଫଳ ହୋଇଥିଲେ। ହାତୀର ବୟସ ୧୦ ବର୍ଷରୁ ଅଧିକ ହୋଇଥିବା ବେଳେ ହାତୀ ଗର୍ଭବତୀ ଥିବା ଜଣାପଡିଛି। ଅନ୍ୟପକ୍ଷେ ହାତୀ ମୃତ୍ୟୁର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।