ମୌସୁମୀ ଉଭାନ ,ଏଣିକି ବଢିବ ତାତି
ଭୁବନେଶ୍ୱର : ଛୁଇଁଦେଇ ଉଭାନ ହେଲା ମୌସୁମୀ,ଏଣିକି ରାଜ୍ୟରେ ପୁଣି ବଢିବ ତାତି । ପ୍ରାକ ମୌସୁମୀ ବର୍ଷାରେ କିଛି ସମୟ ପାଇଁ ଜନଜୀବନ ଆଶ୍ବସ୍ତି ଲଭିଥିବାବେଳେ ପୁଣି କୁଆଡ଼େ ଫେରାର ହୋଇଯାଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେଉଁଠି ତା’ ଚିହ୍ନବର୍ଣ୍ଣ ଦେଖାଯାଉନି। ଏପଟେ ବାଦଲକୁ ଚିରି ଖରା ତାଉ ଦେଖାଇଲାଣି । ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ରବିବାରଠାରୁ ବଢିଛି ଗରମ ସହ ଗୁଳୁଗୁଳି । ଜୁନ ପ୍ରଥମ […]

ଭୁବନେଶ୍ୱର : ଛୁଇଁଦେଇ ଉଭାନ ହେଲା ମୌସୁମୀ,ଏଣିକି ରାଜ୍ୟରେ ପୁଣି ବଢିବ ତାତି । ପ୍ରାକ ମୌସୁମୀ ବର୍ଷାରେ କିଛି ସମୟ ପାଇଁ ଜନଜୀବନ ଆଶ୍ବସ୍ତି ଲଭିଥିବାବେଳେ ପୁଣି କୁଆଡ଼େ ଫେରାର ହୋଇଯାଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । କେଉଁଠି ତା’ ଚିହ୍ନବର୍ଣ୍ଣ ଦେଖାଯାଉନି। ଏପଟେ ବାଦଲକୁ ଚିରି ଖରା ତାଉ ଦେଖାଇଲାଣି । ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ରବିବାରଠାରୁ ବଢିଛି ଗରମ ସହ ଗୁଳୁଗୁଳି । ଜୁନ ପ୍ରଥମ ସପ୍ତାହରୁ ପ୍ରବଳ ଗରମ ସହ ଦିନ ତାପମାତ୍ରା୨ରୁ ୪ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ବୋଲି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ ପୂର୍ବାନୁମାନ ଅନୁସାରେ , ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୪ ତାରିଖରୁ ଉପକୂଳ ଅଞ୍ଚଳରେ ଗରମ ସହିତ ଗୁଳୁଗୁଳି ଆହୁରି ବଢ଼ିବ, ଜନଜୀବନକୁ ଛଟପଟ କରିପାରେ । ମୋଟାମୋଟି କହିବାକୁ ଗଲେ, ମୌସୁମୀ ହଜିବା ସହ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରକୋପ ।
ଉତ୍ତର-ପୂର୍ବ ଆସାମ ଓ ଆଖପାଖ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଅସ୍ପଷ୍ଟ ହେବାରେ ଲାଗିଛି । ତଥାପି ସଂପୃକ୍ତ ଘୂର୍ଣ୍ଣିବଳୟ ସେହି ଅଞ୍ଚଳ ଉପରେ ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଉତ୍ତର ସୀମା ମୁମ୍ବାଇ, ଭବାନୀପାଟଣା, ପୁରୀ, ସ୍ୟାଣ୍ଡହେଡ୍ ଦ୍ବୀପ ଦେଇ ଗତି କରୁଛି । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ।
ଅନ୍ୟପଟେ ଗତକାଲି ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ପାଖାପାଖି ପହଞ୍ଚିଛି। ରାଜ୍ୟର ୧୯ଟି ସହରରେ ତାପମାତ୍ରା ୩୭-୪୦ ଡିଗ୍ରୀ ଭିତରେ ଥିଲା। ରବିବାର ପାରଳାଖେମୁଣ୍ଡି ତାପମାତ୍ରା ୩୯.୪ ଡିଗ୍ରୀ ଥିବାବେଳେ ଖୋର୍ଦ୍ଧା ୩୮.୫, ଭୁବନେଶ୍ୱର ୩୮, ନୟାଗଡ଼ ୩୮ ଡିଗ୍ରୀ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ ନୟାନ୍ତ ହୋଇଥିଲା । ଉପକୂଳରେ ପ୍ରାୟତଃ ପାରଦ ୩୭ ଡିଗ୍ରୀ ପାର୍ କରିଥିବାବେଳେ ଆର୍ଦ୍ରତା ଦିନ ତମାମ ୫୦ରୁ ୭୦% ମଧ୍ୟରେ ଥିଲା । ଆଭ୍ୟନ୍ତରୀଣ ଓ ପଶ୍ଚିମରେ ମଧ୍ୟ ତାପମାତ୍ରା ୩୭ ଡିଗ୍ରୀ ଉପରେ ଥିଲା ।