ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ବାଚନ କମିଶନଙ୍କ ୧୦ ଗୁରୁମନ୍ତ୍ର

ଭୁବନେଶ୍ୱର (କେନ୍ୟୁଜ) : ନିର୍ବାଚନ ପାଇଁ ରାଜ୍ୟର ସବୁ ଏସପି ଓ ଜିଲ୍ଲାପାଳଙ୍କୁ ନିର୍ବାଚନ କମିଶନଙ୍କ ୧୦ ସୁତ୍ରୀ ନିର୍ଦ୍ଦେଶନାମା। ନିର୍ବାଚନ ବେଳେ ନଗଦ ଟଙ୍କା ଓ ମଦ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ନିରପେକ୍ଷ ରହିବାକୁ କୁହାଯାଇଛି । ସମସ୍ତ ରାଜନୈତିକ ଦଳର ଅଭିଯୋଗ ଶୁଣିବା ଉପରେ ଇସି ଗୁରୁତ୍ବ ଦେଇଛନ୍ତି । ନିରପେକ୍ଷ ଭାବେ ଅଭିଯୋଗ ଶୁଣି ସମାଧାନ ପାଇଁ କୁହାଯାଇଛି । କନିଷ୍ଠ ଅଧିକାରୀମାନଙ୍କ […] The post ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ବାଚନ କମିଶନଙ୍କ ୧୦ ଗୁରୁମନ୍ତ୍ର appeared first on KNews Odisha.

ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ବାଚନ କମିଶନଙ୍କ ୧୦ ଗୁରୁମନ୍ତ୍ର

ଭୁବନେଶ୍ୱର (କେନ୍ୟୁଜ) : ନିର୍ବାଚନ ପାଇଁ ରାଜ୍ୟର ସବୁ ଏସପି ଓ ଜିଲ୍ଲାପାଳଙ୍କୁ ନିର୍ବାଚନ କମିଶନଙ୍କ ୧୦ ସୁତ୍ରୀ ନିର୍ଦ୍ଦେଶନାମା। ନିର୍ବାଚନ ବେଳେ ନଗଦ ଟଙ୍କା ଓ ମଦ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୂର୍ଣ୍ଣ ସ୍ବଚ୍ଛ ଓ ନିରପେକ୍ଷ ରହିବାକୁ କୁହାଯାଇଛି । ସମସ୍ତ ରାଜନୈତିକ ଦଳର ଅଭିଯୋଗ ଶୁଣିବା ଉପରେ ଇସି ଗୁରୁତ୍ବ ଦେଇଛନ୍ତି । ନିରପେକ୍ଷ ଭାବେ ଅଭିଯୋଗ ଶୁଣି ସମାଧାନ ପାଇଁ କୁହାଯାଇଛି । କନିଷ୍ଠ ଅଧିକାରୀମାନଙ୍କ ପ୍ରତି ମଧ୍ୟ ନିରପେକ୍ଷ ହେବାକୁ ପରାମର୍ଶ ଦିଆଯାଇଛି । ସେହିପରି ନିର୍ବାଚନମଣ୍ଡଳୀରେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ । ଟଙ୍କା ପରିବହନ କରୁଥିବା ଯାନବାହାନ ଉପରେ କଡ଼ା ନଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସି ।

ସରକାରୀ ଓ ରାଜନୈତିକ କାର୍ଯ୍ୟକ୍ରମରେ ଫରକ୍ ରହିବା ଉପରେ ଗୁରୁତ୍ବ ଦିଆଯାଇଛି। EVM-VVPAT ରଖାଯାଇଥିବା ଷ୍ଟ୍ରଙ୍ଗରୁମ୍ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମତଦାନ ପରେ ଇଭିଏମକୁ ଠିକ୍ ଭାବେ ସିଲ୍ କରିବା ସହ ପୋଲିଂ ଏଜେଣ୍ଟଙ୍କୁ ସମସ୍ତ ମତଦାନ ତଥ୍ୟ ଦେବାକୁ କୁହାଯାଇଛି। ପେଡ୍ ନ୍ୟୁଜକୁ ପ୍ରାର୍ଥୀଙ୍କ ଖର୍ଚ୍ଚରେ ଯୋଗ କରାଯିବ। ନିର୍ବାଚନ ପ୍ରଚାରରେ ସରକାରୀ କଳ, ଯାନ ବ୍ୟବହାର ନ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଖୁବ ଶୀଘ୍ର ଘୋଷଣା ହେବ ସାଧାରଣ ନିର୍ବାଚନ ପାଇଁ ତାରିଖ। ଏହା ପୂର୍ବରୁ ଭୁବନେଶ୍ବରରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଟିମ। ଓଡ଼ିଶାର ମୋଟ ୩ କୋଟି ୩୨ ଲକ୍ଷ ମତଦାତା ଭୋଟ୍ ଦେବେ। ରାଜ୍ୟର ୩୭, ୮୦୯ଟି ବୁଥରେ ଭୋଟ୍ ଗ୍ରହଣ କରାଯିବ। ସେଥିରୁ ୨୨,୬୮୫ଟି କେନ୍ଦ୍ରରେ ୱେବ୍ କାଷ୍ଟିଂ କରାଯିବ। ପ୍ରାୟ ୪୦୦୦ ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ।

The post ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ବାଚନ କମିଶନଙ୍କ ୧୦ ଗୁରୁମନ୍ତ୍ର appeared first on KNews Odisha.