ଦେଢ଼ କେଜି ରୂପା ସାମଗ୍ରୀ ସହ ବନ୍ଧୁକ ଓ ଅଫୁଟା ଗୁଳି ଜବତ, ୬ ଗିରଫ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ପୋଲିସକୁ ମିଳିଛି ବଡ ସଫଳତା । ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ବଂସଡା ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବଂସଡା ଥାନାଧିକାରୀ ଦେବରାଜ ଜେନା । ଚଳିତ ମାସ ଦୁଇ ତାରିଖରେ ବଂସଡା ଥାନା ଶସିକାଦେଇପୂର୍ ବିଜୟ ନାୟକଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରି ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ । ସେବେଠୁ ପୋଲିସ ବିଭିନ୍ନ […] The post ଦେଢ଼ କେଜି ରୂପା ସାମଗ୍ରୀ ସହ ବନ୍ଧୁକ ଓ ଅଫୁଟା ଗୁଳି ଜବତ, ୬ ଗିରଫ appeared first on KNews Odisha.

ଦେଢ଼ କେଜି ରୂପା ସାମଗ୍ରୀ ସହ ବନ୍ଧୁକ ଓ  ଅଫୁଟା ଗୁଳି ଜବତ, ୬ ଗିରଫ
robbers

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ବଂସଡ଼ା ଥାନା ପୋଲିସକୁ ମିଳିଛି ବଡ ସଫଳତା । ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ବଂସଡା ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବଂସଡା ଥାନାଧିକାରୀ ଦେବରାଜ ଜେନା ।

ଚଳିତ ମାସ ଦୁଇ ତାରିଖରେ ବଂସଡା ଥାନା ଶସିକାଦେଇପୂର୍ ବିଜୟ ନାୟକଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରି ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ । ସେବେଠୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ତଦନ୍ତ ଜରି ରଖିଥିଲା । ଏହି ଲୁଟ୍ ଘଟଣାରେ ପୋଲିସ ଛଅ ଜଣ ଅଭିଯୁକ୍ତଙ୍କୁ ଧରିବା ସହ ତାଙ୍କ ଠାରୁ ଦେଢ଼ କେଜି ରୂପା ସାମଗ୍ରୀ, ଗୋଟିଏ ବନ୍ଧୁକ ସହ ଚାରୋଟି ଅଫୁଟା ଗୁଳି ଜବତ କରିଛି ।

silver

ଗିରଫ ଅଭିଯୁକ୍ତମାନେ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବୋଲି ପୋଲିସ ସୂଚନା ଦେଇଛି ।  ଲୁଟେରାମାନେ ସୁନା ଲୁଟ୍ କରି ଘଣ୍ଟ ସୋର୍ ଥିବା ଶ୍ରୀକ୍ଷେତ୍ର ସୁନା ଦୋକାନ ଓ ବାସୁଦେବପୁରରେ ଥିବା ତାରିଣୀ ସୁନା ଦୋକାନରେ ବିକ୍ରି କରିଥିଲେ । ଗିରଫ ଲୁଟେରାମାନେ ଚାନ୍ଦବାଲି, ମତୋ, ଧାମରା ସମେତ ବହୁ ଲୁଟ୍ ରେ ସାମିଲ ଥିବା ପୋଲିସ ସୂଚନା ଦେଇଛି।

The post ଦେଢ଼ କେଜି ରୂପା ସାମଗ୍ରୀ ସହ ବନ୍ଧୁକ ଓ ଅଫୁଟା ଗୁଳି ଜବତ, ୬ ଗିରଫ appeared first on KNews Odisha.