ଚୀନ ଜାହାଜ ଅଟକାଇଲା ଭାରତ, ପାକିସ୍ତାନକୁ ପଠାଉଥିଲା ଆଣବିକ ଅସ୍ତ୍ର ଯନ୍ତ୍ରାଂଶ

ନୂଆଦିଲ୍ଲୀ : ପାକିସ୍ତାନକୁ ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ଯନ୍ତ୍ରାଂଶ ଯୋଗାଉଛି ଚୀନ। ମୁମ୍ବାଇରେ ଧରାପଡ଼ିଲା ଜାହାଜ। ଚୀନରୁ ପାକିସ୍ତାନକୁ ଯାଉଥିବା ସଂଦିଗ୍ଧ ଜାହାଜକୁ ମୁମ୍ବାଇ ବନ୍ଦରରେ ଅଟକା ଯାଇଥିଲା। ପାକିସ୍ତାନର ବାଲିଷ୍ଟିକ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ପାଇଁ ଜାହାଜାରେ କୌଣସି ପଦାର୍ଥ ଯାଉଥିବା ସଂଦେହରେ ମୁମ୍ବାଇ ପୋର୍ଟରେ ଅଟକା ଯାଇଥିଲା। ଘଟଣା ଜାନୁଆରୀ ୨୩ ତାରିଖର। ପାକିସ୍ତାନର ସାମରିକ କାର୍ଯ୍ୟ ପାଇଁ ଯନ୍ତ୍ରାଂଶ ଯାଉଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୀମା ଶୁଳ୍କ ବିଭାଗ ଏହି […] The post ଚୀନ ଜାହାଜ ଅଟକାଇଲା ଭାରତ, ପାକିସ୍ତାନକୁ ପଠାଉଥିଲା ଆଣବିକ ଅସ୍ତ୍ର ଯନ୍ତ୍ରାଂଶ appeared first on KNews Odisha.

ଚୀନ ଜାହାଜ ଅଟକାଇଲା ଭାରତ, ପାକିସ୍ତାନକୁ ପଠାଉଥିଲା ଆଣବିକ ଅସ୍ତ୍ର ଯନ୍ତ୍ରାଂଶ
china

ନୂଆଦିଲ୍ଲୀ : ପାକିସ୍ତାନକୁ ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ଯନ୍ତ୍ରାଂଶ ଯୋଗାଉଛି ଚୀନ। ମୁମ୍ବାଇରେ ଧରାପଡ଼ିଲା ଜାହାଜ। ଚୀନରୁ ପାକିସ୍ତାନକୁ ଯାଉଥିବା ସଂଦିଗ୍ଧ ଜାହାଜକୁ ମୁମ୍ବାଇ ବନ୍ଦରରେ ଅଟକା ଯାଇଥିଲା। ପାକିସ୍ତାନର ବାଲିଷ୍ଟିକ ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ପାଇଁ ଜାହାଜାରେ କୌଣସି ପଦାର୍ଥ ଯାଉଥିବା ସଂଦେହରେ ମୁମ୍ବାଇ ପୋର୍ଟରେ ଅଟକା ଯାଇଥିଲା।

ଘଟଣା ଜାନୁଆରୀ ୨୩ ତାରିଖର। ପାକିସ୍ତାନର ସାମରିକ କାର୍ଯ୍ୟ ପାଇଁ ଯନ୍ତ୍ରାଂଶ ଯାଉଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୀମା ଶୁଳ୍କ ବିଭାଗ ଏହି ପଣ୍ୟବାହୀ ଜାହାଜକୁ ଅଟକାଇଥିଲା। ଡିଆରଡିଓ ଅଧିକାରୀ ଏହାର ଯାଞ୍ଚ କରିଥିଲେ। ଜାହାଜରେ ଥିଲା କଂପ୍ୟୁଟର ନ୍ୟୁମେରିକାଲ କଣ୍ଟ୍ରୋଲ ବା CNC ମେସିନ। ଏହି ମେସିନ ଆଣବିକ ଅସ୍ତ୍ର ନିର୍ମାଣରେ ବ୍ୟବହାର ହୋଇଥାଏ। ଉତ୍ତର କୋରିଆ ଏହି ମେସିନ ତାର ପରମାଣୁ ଅସ୍ତ୍ର ନିର୍ମାଣରେ ବ୍ୟବହାର କରିଛି।

ଜାହାଜରେ ଥିବା ମାଲ୍ ପାକିସ୍ତାନର କାହା ପାଖକୁ ଯାଉଥିଲା ସେ ନେଇ ସତ ଲୁଚାଇବାକୁ ମଧ୍ୟ ଉଦ୍ୟମ ହୋଇଥିଲା। ବିଲ୍ ଉପରେ ସଂଦେହ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଯାଂଚ ପରେ ଜଣାପଡ଼ିଥିଲା ଏହା ପାକିସ୍ତାନର କସମସ୍ ଇଂଜିନିୟରିଂ ପାଖକୁ ଯାଉଥିଲା। କସମସ ଇଂଜିନିୟରିଂ ହେଉଛି ପାକିସ୍ତାନର ପ୍ରତିରକ୍ଷା ଯୋଗାଣକାରୀ ସଂସ୍ଥା। ୨୦୨୨ରୁ ଭାରତର ସଂଦେହ ଘେରରେ ରହିଛି ଏହି ପାକିସ୍ତାନୀ ସଂସ୍ଥା। ପୂର୍ବରୁ ମଧ୍ୟ ଚୀନରୁ ଦ୍ବୈତ ବ୍ୟବହାର ଉଦ୍ଦେଶ୍ୟରେ ପାକିସ୍ତାନ ଯାଉଥିବା ସାମରିକ ପଦାର୍ଥ ବୋଝେଇ ଜାଜାହାକୁ ଭାରତୀୟ ସୀମା ଶୁଳ୍କ ବିଭାଗ ସିଜ୍ କରିଛି। ଏହା ପ୍ରଥମ ଘଟଣା ନୁହେଁ।

The post ଚୀନ ଜାହାଜ ଅଟକାଇଲା ଭାରତ, ପାକିସ୍ତାନକୁ ପଠାଉଥିଲା ଆଣବିକ ଅସ୍ତ୍ର ଯନ୍ତ୍ରାଂଶ appeared first on KNews Odisha.