ବଡ଼ବିଲରେ ବିରଳ ପଦ୍ମ
ବଡ଼ବିଲ, ୪।୯(ଦେବପ୍ରିୟ ରଣା):କେନ୍ଦୁଝର ଜିଲା ବଡ଼ବିଲ ଐକ୍ୟକ୍ଷେତ୍ର ପରିସରରେ ବିରଳ ଅନେକ ଶହ ବିଶିଷ୍ଟ ପଦ୍ମ ଫୁଲ ମଙ୍ଗଳବାର ଫୁଟିଛି। ଅଞ୍ଚଳକୁ ସବୁଜ ସୁନ୍ଦର କରି ରଖିବାର ରୁଚି ରଖୁଥିବା ବନବିଭାଗ ଦ୍ୱାରା ପ୍ରକୃତିପ୍ରେମୀ ପୁରସ୍କାର ପାଇଥିବା ବିଜୟ ମହାନ୍ତି ବଡ଼ବିଲ ୮ ନଂ. ୱାର୍ଡର ପିଏଚ୍ଡି ଏରିଆ ଐକ୍ୟକ୍ଷେତ୍ରରେ ବିଭିନ୍ନ ପ୍ରକାର ଫଳ ଓ ଫୁଲ ଗଛ ଲଗାଇଛନ୍ତି। ବର୍ଷଯାକ ଗଛଗୁଡ଼ିକର ଯତ୍ନ ନେଇ ପରିବେଶକୁୁ ଖୁବ୍ ଆକର୍ଷଣୀୟ କରିଛନ୍ତି। ୨୦୨୨ରେ ବିଦେଶରୁ ଆମଦାନୀ ହୋଇଥିବା […] The post ବଡ଼ବିଲରେ ବିରଳ ପଦ୍ମ appeared first on Dharitri Odia News.
ବଡ଼ବିଲ, ୪।୯(ଦେବପ୍ରିୟ ରଣା):କେନ୍ଦୁଝର ଜିଲା ବଡ଼ବିଲ ଐକ୍ୟକ୍ଷେତ୍ର ପରିସରରେ ବିରଳ ଅନେକ ଶହ ବିଶିଷ୍ଟ ପଦ୍ମ ଫୁଲ ମଙ୍ଗଳବାର ଫୁଟିଛି। ଅଞ୍ଚଳକୁ ସବୁଜ ସୁନ୍ଦର କରି ରଖିବାର ରୁଚି ରଖୁଥିବା ବନବିଭାଗ ଦ୍ୱାରା ପ୍ରକୃତିପ୍ରେମୀ ପୁରସ୍କାର ପାଇଥିବା ବିଜୟ ମହାନ୍ତି ବଡ଼ବିଲ ୮ ନଂ. ୱାର୍ଡର ପିଏଚ୍ଡି ଏରିଆ ଐକ୍ୟକ୍ଷେତ୍ରରେ ବିଭିନ୍ନ ପ୍ରକାର ଫଳ ଓ ଫୁଲ ଗଛ ଲଗାଇଛନ୍ତି। ବର୍ଷଯାକ ଗଛଗୁଡ଼ିକର ଯତ୍ନ ନେଇ ପରିବେଶକୁୁ ଖୁବ୍ ଆକର୍ଷଣୀୟ କରିଛନ୍ତି। ୨୦୨୨ରେ ବିଦେଶରୁ ଆମଦାନୀ ହୋଇଥିବା ଏହି ବିରଳ ପଦ୍ମ ଫୁଲର କନ୍ଦା ସହ କଇଁ ଓ ଅନେକ ପୁଷ୍ପ ଚାରା କୋଲକାତାରୁ ବଡ଼ବିଲକୁ ଆଣିଥିଲେ। ପ୍ଲାଷ୍ଟିକ ଡ୍ରମ୍ଗୁଡ଼ିକୁ କାଟି ସେଥିରେ ପାଣି ମାଟି ମିଶାଇ ପଙ୍କ ସୃଷ୍ଟି କରିବା ସହ ଏହି ପଦ୍ମ କନ୍ଦା ଲଗାଇଥିଲେ। ପଦ୍ମ ଫୁଲ ଫୁଟିବା ପରେ ବିଜୟ ଖୁସିବ୍ୟକ୍ତ କରିଛନ୍ତି। କନ୍ଦା ରୋପଣ କରିବାର ବର୍ଷକ ପରେ ୨୦୨୩ ଏପ୍ରିଲ ୩୦ରେ ପ୍ରଥମେ ଗୋଲାପୀ ରଙ୍ଗର ପଦ୍ମ ଫୁଲ ଫୁଟିଥିଲା। ସେହି ବର୍ଷ ଅଗଷ୍ଟ ୧୬ରେ ଏଭଳି ଏକ ଶୁଭ୍ର ପଦ୍ମ ପ୍ରସ୍ଫୁଟିତ ହୋଇଥିଲା। ୧ ବର୍ଷ ବ୍ୟବଧାନରେ ମଙ୍ଗଳବାର ସକାଳେ ପୁଣି ଏହି ବିରଳ ଗୋଲାପୀ ପଦ୍ମ ଫୁଟିଛି।
The post ବଡ଼ବିଲରେ ବିରଳ ପଦ୍ମ appeared first on Dharitri Odia News.