ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ରାଜ୍ୟରେ ଗଡ଼ିବ ଏତିକି ଟ୍ରେନ୍
ପୁରୀ,୩ା୭: ପୁରୀ ରଥଯାତ୍ରା ପାଇଁ ରାଜ୍ୟରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍। ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା ପାଇଁ ୩୧୫ରୁ ଊର୍ଦ୍ଧ୍ୱ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ସହ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବା ପାଇଁ ସୂଚନା ଦିଆଯାଇଛି। ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସମ୍ବଲପୁରରୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ହୋଇଥିବା ବେଳେ ଦଶପଲ୍ଲା, ପାରାଦୀପ, ଜୁନାଗଡ଼ ରୋଡ୍ରୁ ପୁରୀକୁ ମଧ୍ୟ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବ। ସେହିପରି କେନ୍ଦୁଝରଗଡ଼, ଭଦ୍ରକ, ଅନୁଗୋଳ, ଗୁଣୁପୁରରୁ […] The post ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ରାଜ୍ୟରେ ଗଡ଼ିବ ଏତିକି ଟ୍ରେନ୍ appeared first on Dharitri Odia News.
ପୁରୀ,୩ା୭: ପୁରୀ ରଥଯାତ୍ରା ପାଇଁ ରାଜ୍ୟରେ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍। ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା ପାଇଁ ୩୧୫ରୁ ଊର୍ଦ୍ଧ୍ୱ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ସହ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବା ପାଇଁ ସୂଚନା ଦିଆଯାଇଛି। ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସମ୍ବଲପୁରରୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ହୋଇଥିବା ବେଳେ ଦଶପଲ୍ଲା, ପାରାଦୀପ, ଜୁନାଗଡ଼ ରୋଡ୍ରୁ ପୁରୀକୁ ମଧ୍ୟ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବ। ସେହିପରି କେନ୍ଦୁଝରଗଡ଼, ଭଦ୍ରକ, ଅନୁଗୋଳ, ଗୁଣୁପୁରରୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍। ବାଙ୍ଗିରିପୋଷି ଓ ଖୋର୍ଦ୍ଧା ରୋଡ୍ରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ରହିଛି। ଛତିଶଗଡ଼ର ଜଗଦଲପୁର ଓ ରାୟପୁରରୁ ପୁରୀ ପାଇଁ ମଧ୍ୟ ସ୍ବତନ୍ତ୍ର ଟ୍ରେନ ଗଡ଼ିବ। ଅନ୍ୟପକ୍ଷରେ ବିଶାଖାପାଟଣା, ପଲାସା, ସମପେଟା, ମାଲଦା, ସିଆଲଦାରୁ ପୁରୀକୁ ଟ୍ରେନ୍ ଗଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
The post ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ରାଜ୍ୟରେ ଗଡ଼ିବ ଏତିକି ଟ୍ରେନ୍ appeared first on Dharitri Odia News.