ବଢୁଛି ‘ଡିଜିଟାଲ ଆରେଷ୍ଟ’ ଅନ୍‌ଲାଇନ ଠକେଇ

ନୂଆଦିଲ୍ଲୀ,୭ା୧୦: ଭାରତରେ ‘ଡିଜିଟାଲ ଆରେଷ୍ଟ’ ନାମରେ ଅନ୍‌ଲାଇନ ଠକେଇ ବଢ଼ିବାରେ ଲାଗିଛି। ଅପରାଧୀମାନେ ଏହି ସାଇବର ଅପରାଧ କୌଶଳକୁ ଡିଜିଟାଲ ଆରେଷ୍ଟ ନାଁ ଦେଇଛନ୍ତି। ତେବେ ସିବିଆଇ, ପୋଲିସ, ସୀମାଶୁଳ୍କ ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କିମ୍ବା ବିଚାରପତିମାନେ କାହାକୁ ଭିଡିଓ କଲ୍‌ ଜରିଆରେ ଗିରଫ କରି ନ ଥାନ୍ତି ବୋଲି ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋଅର୍ଡିନେଶନ ସେଣ୍ଟର (ଆଇ୪ସି) ଏକ ଆଡଭାଇଜରି ଜାରି କରଛି। ଇଣ୍ଟରନେଟ୍‌ ବ୍ୟବହାର କରି ଅପରାଧୀମାନେ ଡିଜିଟାଲ ଆରେଷ୍ଟ ନାଁରେ ଲୋକଙ୍କୁ ଫସାଇ […] The post ବଢୁଛି ‘ଡିଜିଟାଲ ଆରେଷ୍ଟ’ ଅନ୍‌ଲାଇନ ଠକେଇ appeared first on Dharitri Odia News.

ବଢୁଛି ‘ଡିଜିଟାଲ ଆରେଷ୍ଟ’ ଅନ୍‌ଲାଇନ ଠକେଇ

ନୂଆଦିଲ୍ଲୀ,୭ା୧୦: ଭାରତରେ ‘ଡିଜିଟାଲ ଆରେଷ୍ଟ’ ନାମରେ ଅନ୍‌ଲାଇନ ଠକେଇ ବଢ଼ିବାରେ ଲାଗିଛି। ଅପରାଧୀମାନେ ଏହି ସାଇବର ଅପରାଧ କୌଶଳକୁ ଡିଜିଟାଲ ଆରେଷ୍ଟ ନାଁ ଦେଇଛନ୍ତି। ତେବେ ସିବିଆଇ, ପୋଲିସ, ସୀମାଶୁଳ୍କ ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କିମ୍ବା ବିଚାରପତିମାନେ କାହାକୁ ଭିଡିଓ କଲ୍‌ ଜରିଆରେ ଗିରଫ କରି ନ ଥାନ୍ତି ବୋଲି ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋଅର୍ଡିନେଶନ ସେଣ୍ଟର (ଆଇ୪ସି) ଏକ ଆଡଭାଇଜରି ଜାରି କରଛି। ଇଣ୍ଟରନେଟ୍‌ ବ୍ୟବହାର କରି ଅପରାଧୀମାନେ ଡିଜିଟାଲ ଆରେଷ୍ଟ ନାଁରେ ଲୋକଙ୍କୁ ଫସାଇ ଲୁଟୁଥିବା ସଂଘୀୟ ସାଇବର ସୁରକ୍ଷା ସଂସ୍ଥା ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି। ଏଭଳି ଭିଡିଓ କଲ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ଆସିଲେ ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଅପରାଧୀମାନେ ଲୋକଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ପଠାଇ କିମ୍ବା ଭିଡିଓ କଲ୍‌ ଜରିଆରେ ନିଜକୁ ପୋଲିସ, ସିବିଆଇ କିମ୍ବା ଇଡି ଅଧିକାରୀ ଭାବେ ପରିଚୟ ଦେଇଥାନ୍ତି। ସମ୍ପୃକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଡ୍ରଗ୍‌ ଚାଲାଣ, ମନିଲଣ୍ଡରିଂ କିମ୍ବା ପାଖରେ ବେଆଇନ ସାମଗ୍ରୀ ରଖିଥିବା ଅଭିଯୋଗ କରି ଭିଡିଓ କଲ୍‌ କରିଥିବା ବ୍ୟକ୍ତି ତାଙ୍କୁ ଡିଜିଟାଲି ଗିରଫ କରାଗଲା ବୋଲି କହିଥାନ୍ତି। ଏଭଳି କଲ୍‌ କରି ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୟଭୀତ କରାଇବା ସହ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଦାବି କରିଥାନ୍ତି। ନିଜକୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ ଅଧିକାରର ପରିଚୟ ଦେଇ ୪.୯୫ ଲକ୍ଷ ଟଙ୍କା ଠକି ନେଇଥିବା ୨ ଜଣ ଅପରାଧୀଙ୍କୁ ଗତମାସରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଏଭଳି ଅନେକ ଘଟଣା ଗତ କିଛି ମାସ ମଧ୍ୟରେ ସାମ୍‌ନାକୁ ଆସିଲାଣି। ହ୍ବାଟ୍ସଆପ୍‌ ଏବଂ ସ୍କାଇପେ ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ଅପରାଧରେ ବ୍ୟବହାର କରାଯାଉଥିବା ନେଇ ଆଇ୪ସି ଏହାର ଆଡଭାଇଜରିରେ ସେଗୁଡ଼ିକର ଲୋଗୋ ଚିତ୍ରଣ କରିଛି। ଏଭଳି ଅପରାଧ ବିରୋଧରେ ସୁରକ୍ଷା ବଢ଼ାଇବାକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ସହ କାର୍ଯ୍ୟ କରୁଥିବା କହିଥିଲେ। ଏଭଳି କୌଣସି କଲ୍‌ ଆସିଲେ ତୁରନ୍ତ କେନ୍ଦ୍ରୀୟ ହେଲ୍ପଲାଇନ ନମ୍ବର ୧୯୩୦କୁ କଲ୍‌ କରିବାକୁ କିମ୍ବା www.cybercrime.gov.in ଓ୍ବେବ୍‌ସାଇଟ୍‌ରେ ଜଣାଇବାକୁ ପରାମର୍ଶ ଦିଆଯାଇଛି।

The post ବଢୁଛି ‘ଡିଜିଟାଲ ଆରେଷ୍ଟ’ ଅନ୍‌ଲାଇନ ଠକେଇ appeared first on Dharitri Odia News.