ଜର୍ମାନୀ କାର୍ ଦୁର୍ଘଟଣା: ୪ ମୃତ, ୨୦୦ ଆହତ; ଏଲନ ମସ୍କ କହିଲେ, ଠିକ୍ ହେଇଛି
ନୂଆଦିଲ୍ଲୀ: ପୂର୍ବ ଜର୍ମାନୀର ମାଗଡେବର୍ଗରେ ଥିବା ଖ୍ରୀଷ୍ଟମାସ ବଜାରରେ ହୋଇଥିବା କାର୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ୫କୁ ବୃଦ୍ଧି ପାଇଛି। ଏଥିରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ତେବେ ଜର୍ମାନୀ ମିଡିଆ କହୁଛି ୪୧ ଜଣ ଆହତ ହୋଇଛନ୍ତି। ଘଟଣାରେ ଜର୍ମାନୀ ଇଣ୍ଟରିୟର ମିନିଷ୍ଟର ନାନ୍ସି ଫିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ସ୍ପଷ୍ଟଭାବେ ଏକ ଇସ୍ଲାମିକ୍ ଚରମପନ୍ଥୀ କାର୍ଯ୍ୟ ବୋଲି ସେ କହିଛନ୍ତି। ହେଲେ ରାଜନୈତିକ ସ୍ଥିତି ଗର ଥିବାରୁ ଘଟଣାକୁ ନେଇ ଅନ୍ୟ କୌଣସି ମତ ଦେବାକୁ ମନା କରିଦେଇଛନ୍ତି। ଶୁକ୍ରବାର ଖ୍ରୀଷ୍ଟମାସ ମାର୍କେଟ୍ରେ ପ୍ରବଳ ଭିଡ଼ ଜମିଥିବା ବେଳେ ଜଣେ ବ୍ୟକ୍ତି କାର୍ ସ୍ପିଡ୍ କରି ଭିଡ଼ ଉପରକୁ ମାଡ଼ି ଯାଇଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଘଟଣା ପରେ ଅଭିଯୁକ୍ତ ତଲେବ ଏକୁ ଜର୍ମାନୀ ପୁଲିସ ଗିରଫ କରିଛି। ତଲେବ ପେଷାରେ ଜଣେ ଡାକ୍ତର। ଇସ୍ଲାମର ଚରମପନ୍ଥି ମାନସିକତାକୁ ସେ ଘୋର ବିରୋଧ କରନ୍ତି। ତେବେ ମୂଳତଃ ସାଉଦି ଆରବ ନାଗରିକ। ଜର୍ମାନୀରେ ଶରଣ ନେଇଥିଲେ। ୧୦ ବର୍ଷ ହେବ ତାଙ୍କୁ ସେଠାକାର ନାଗରିକତା ମଧ୍ୟ ମିଳି ଯାଇଥିଲା। ହେଲେ ଘଟଣାକୁ ନେଇ ଶିଳ୍ପତି ଏଲମ ମସ୍କ କିନ୍ତୁ ଜର୍ମାନୀ ସରକାରଙ୍କୁ ସମାଲୋଚନା କରିଛନ୍ତି। କଥା ନ ମାନିଲେ ଏଭଳି ଦଣ୍ଡ ମିଳି ବୋଲି ମସ୍କ କହିଛନ୍ତି। ତେବେ ବଡ଼
ନୂଆଦିଲ୍ଲୀ: ପୂର୍ବ ଜର୍ମାନୀର ମାଗଡେବର୍ଗରେ ଥିବା ଖ୍ରୀଷ୍ଟମାସ ବଜାରରେ ହୋଇଥିବା କାର୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ୫କୁ ବୃଦ୍ଧି ପାଇଛି। ଏଥିରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ତେବେ ଜର୍ମାନୀ ମିଡିଆ କହୁଛି ୪୧ ଜଣ ଆହତ ହୋଇଛନ୍ତି। ଘଟଣାରେ ଜର୍ମାନୀ ଇଣ୍ଟରିୟର ମିନିଷ୍ଟର ନାନ୍ସି ଫିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ସ୍ପଷ୍ଟଭାବେ ଏକ ଇସ୍ଲାମିକ୍ ଚରମପନ୍ଥୀ କାର୍ଯ୍ୟ ବୋଲି ସେ କହିଛନ୍ତି। ହେଲେ ରାଜନୈତିକ ସ୍ଥିତି ଗର ଥିବାରୁ ଘଟଣାକୁ ନେଇ ଅନ୍ୟ କୌଣସି ମତ ଦେବାକୁ ମନା କରିଦେଇଛନ୍ତି।
ଶୁକ୍ରବାର ଖ୍ରୀଷ୍ଟମାସ ମାର୍କେଟ୍ରେ ପ୍ରବଳ ଭିଡ଼ ଜମିଥିବା ବେଳେ ଜଣେ ବ୍ୟକ୍ତି କାର୍ ସ୍ପିଡ୍ କରି ଭିଡ଼ ଉପରକୁ ମାଡ଼ି ଯାଇଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଘଟଣା ପରେ ଅଭିଯୁକ୍ତ ତଲେବ ଏକୁ ଜର୍ମାନୀ ପୁଲିସ ଗିରଫ କରିଛି। ତଲେବ ପେଷାରେ ଜଣେ ଡାକ୍ତର। ଇସ୍ଲାମର ଚରମପନ୍ଥି ମାନସିକତାକୁ ସେ ଘୋର ବିରୋଧ କରନ୍ତି। ତେବେ ମୂଳତଃ ସାଉଦି ଆରବ ନାଗରିକ। ଜର୍ମାନୀରେ ଶରଣ ନେଇଥିଲେ। ୧୦ ବର୍ଷ ହେବ ତାଙ୍କୁ ସେଠାକାର ନାଗରିକତା ମଧ୍ୟ ମିଳି ଯାଇଥିଲା।

ହେଲେ ଘଟଣାକୁ ନେଇ ଶିଳ୍ପତି ଏଲମ ମସ୍କ କିନ୍ତୁ ଜର୍ମାନୀ ସରକାରଙ୍କୁ ସମାଲୋଚନା କରିଛନ୍ତି। କଥା ନ ମାନିଲେ ଏଭଳି ଦଣ୍ଡ ମିଳି ବୋଲି ମସ୍କ କହିଛନ୍ତି। ତେବେ ବଡ଼ କଥା ହେଲା ତଲେବକୁ ଆତଙ୍କବାଦ ବୋଲି କହି ସାଉଦି ଆରବ ତା’ର ପ୍ରତ୍ୟର୍ପଣ ପାଇଁ ଜର୍ମାନୀକୁ ଅନୁରୋଧ କରିଥିଲା।
ତଲେବ ବିରୋଧରେ ୟୁରୋପୀୟ ୟୁନିଅନକୁ ମହିଳା ଚୋରା ଚାଲାଣର ଅଭିଯୋଗ ବି ରହିଛି। ଏହା ସତ୍ତ୍ୱେ ବି ଜର୍ମାନୀ ତାଲେବଙ୍କୁ ଆଶ୍ରୟ ଦେଇଥିଲା ପ୍ରତ୍ୟର୍ପଣ କରିବାକୁ ମନା କରିଦେଇଥିଲା। ଯାହାକୁ ନେଇ ଟ୍ରମ୍ପ ଜର୍ମାନୀକୁ କଡ଼ା ସମାଲୋଚନା କରିଛନ୍ତି।
ସେ ଲେଖିଛନ୍ତି “ବାଃ କି ପାଗଳାମୀ...ଯିଏ ବି ହତ୍ୟାକାରୀଙ୍କୁ ପ୍ରତ୍ୟର୍ପଣ କରିବାକୁ ମନା କରିବ ସେ ଏଭଳି ଭୟଙ୍କର ଦଣ୍ଡ ପାଇବା ଉଚିତ।”