DU Professor Recruitment 2024: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପୂରଣ ହେବ ପ୍ରଫେସର ଏବଂ ସହକାରୀ ପ୍ରଫେସର ପଦବୀ

ବିଭିନ୍ନ ବିଭାଗରେ ପ୍ରଫେସର ଏବଂ ସହକାରୀ ପ୍ରଫେସରରେ ମୋଟ ୨୬୧ ପଦବୀ ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୦୮ରୁ ଆରମ୍ଭ ହେବ। ଅଧିକ ସୂଚନା ପାଇଁ ପଢନ୍ତୁ…

DU Professor Recruitment 2024: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପୂରଣ ହେବ ପ୍ରଫେସର ଏବଂ ସହକାରୀ ପ୍ରଫେସର ପଦବୀ

ଆପଣ ଯଦି କୌଣସି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଦେବା ଭଳି ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏହି ସୁଯୋଗ ନେଇଆସିଛି ଦିଲ୍ଲୀ ବିଶ୍ୱବିଦ୍ୟାଳୟ(DU)। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି DUରେ ପ୍ରଫେସର ଓ ସହାୟକ ପ୍ରଫେସର ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୨୬୧ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ DUର ଅଫିସିଆଲ୍ ୱେବ୍‌ସାଇଟ୍‌ du.ac.in. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ DU Recruitment 2024 Apply for Professor posts NotificationDU Recruitment 2024 Apply for Assistance Professor posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୮ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୪ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ପ୍ରଫେସର – ୧୪୫ଟି ପୋଷ୍ଟ୍‌
  • ସହାୟକ ପ୍ରଫେସର – ୧୧୬ଟି ପୋଷ୍ଟ୍‌
  • ମୋଟ୍ – ୨୬୧ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

ପ୍ରଫେସର –

  • ପିଏଚ୍‌ଡି ଡିଗ୍ରୀ ସହିତ ଗବେଷଣା

ସହାୟକ ପ୍ରଫେସର –

  • ୫୫ ପ୍ରତିଶତ ମାର୍କ ସହିତ ଯେକୌଣସି ବିଷୟରେ ମାଷ୍ଟର ଡିଗ୍ରୀ ସହିତ ନେଟ୍ ପାଶ୍
  • ମ୍ୟାନେଜ୍‌ମେଣ୍ଟରେ ପ୍ରଥମ ଶ୍ରେଣୀରେ ମାଷ୍ଟର ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ପ୍ରଫେସର – ସପ୍ତମ ବେତନ ଆୟୋଗ ଲେବଲ୍ ୧୪ ଅନୁସାରେ
  • ସହକାରୀ ପ୍ରଫେସର – ସପ୍ତମ ବେତନ ଆୟୋଗ ଲେବଲ୍ ୧୦ ଅନୁସାରେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୨୦୦୦ ଟଙ୍କା
  • OBC/EWS/ମହିଳା – ୧୫୦୦ ଟଙ୍କା
  • SC/ST – ୧୦୦୦ ଟଙ୍କା
  • PWD – ୫୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ