ମଝି ସମୁଦ୍ରରେ ୧୧ ଡଙ୍ଗା: ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୧୦: ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଅପରାହ୍ନରେ ସମୀକ୍ଷା କରିଛନ୍ତି। ବୈଠକରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସରକାର ପ୍ରସ୍ତୁତ ରହିଥିବା କୁହାଯାଉଛି। ଲୋକଙ୍କୁ ଭୟଭୀତ ନ ହେବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସ୍‌ଆର୍‌ସିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମଝି ସମୁଦ୍ରରେ ରହିଥିବା ୧୧ଟି ଡଙ୍ଗାର ସୂଚନା ପାଇ ଉଦ୍‌ବେଗ ପ୍ରକାଶ […] The post ମଝି ସମୁଦ୍ରରେ ୧୧ ଡଙ୍ଗା: ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ appeared first on Dharitri Odia News.

ମଝି ସମୁଦ୍ରରେ ୧୧ ଡଙ୍ଗା: ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୧୦: ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଅପରାହ୍ନରେ ସମୀକ୍ଷା କରିଛନ୍ତି। ବୈଠକରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସରକାର ପ୍ରସ୍ତୁତ ରହିଥିବା କୁହାଯାଉଛି। ଲୋକଙ୍କୁ ଭୟଭୀତ ନ ହେବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସ୍‌ଆର୍‌ସିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମଝି ସମୁଦ୍ରରେ ରହିଥିବା ୧୧ଟି ଡଙ୍ଗାର ସୂଚନା ପାଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ସମୁଦ୍ରରେ ପୁରୀର ୨, ଜଗତ୍‌ସିଂହପୁରର ୯ ଡଙ୍ଗା ରହିଥିବା ଜଣାପଡିଛି। ତୁରନ୍ତ ଡଙ୍ଗାକୁ କୂଳକୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ବାତ୍ୟା ସ୍ଥିତିର ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ଉପରେ ନଜର ରଖିବାକୁ ମତ୍ସ୍ୟ ଓ ପଶୁ ସମ୍ପଦ ସଚିବଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓ ପୁରୀ ଏବଂ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡିକ ସହିତ କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

The post ମଝି ସମୁଦ୍ରରେ ୧୧ ଡଙ୍ଗା: ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ appeared first on Dharitri Odia News.