ଆଲବମ ଅଭିନେତ୍ରୀ ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ଥାନାରେ ଏତଲା

ଭବାନୀପାଟଣା: ପଶ୍ଚିମ ଓଡ଼ିଶାର ଆଲବମ ଅଭିନେତ୍ରୀ ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ତନାଘନା । ରୁକସାନା ବାନୋଙ୍କ ମୃତ୍ୟୁ ପଛରେ ଗଭୀର ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଲେ ପରିବାର । ଏନେଇ ସୋମବାର ଭବାନୀପାଟଣା ଟାଉନ ଥାନାରେ ତିନିଜଣ ଆଲବମ ଅଭିନେତାଙ୍କ ନାମରେ ଏତଲା ଦେଇଛନ୍ତି ରୁକସାନାଙ୍କ ମା’ଓ ଭଉଣୀ । ସୂଚନାନୁସାରେ,କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଆଲବମ ଅଭିନେତ୍ରୀ ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି । ଗତ ସପ୍ତାହରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର […]

ଆଲବମ ଅଭିନେତ୍ରୀ ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ଥାନାରେ ଏତଲା
ଭରତପୁର ଥାନାରେ ଲାଗିଲା ସିସିଟିଭି

ଭବାନୀପାଟଣା: ପଶ୍ଚିମ ଓଡ଼ିଶାର ଆଲବମ ଅଭିନେତ୍ରୀ ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ତନାଘନା । ରୁକସାନା ବାନୋଙ୍କ ମୃତ୍ୟୁ ପଛରେ ଗଭୀର ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଲେ ପରିବାର । ଏନେଇ ସୋମବାର ଭବାନୀପାଟଣା ଟାଉନ ଥାନାରେ ତିନିଜଣ ଆଲବମ ଅଭିନେତାଙ୍କ ନାମରେ ଏତଲା ଦେଇଛନ୍ତି ରୁକସାନାଙ୍କ ମା’ଓ ଭଉଣୀ ।

ସୂଚନାନୁସାରେ,କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଆଲବମ ଅଭିନେତ୍ରୀ ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି । ଗତ ସପ୍ତାହରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ରୁକସାନାଙ୍କର ମୃତ୍ୟୁ ଘଟିଥିଲା । ତେବେ ସ୍କ୍ରବ ଟାଇଫସ ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଥିଲା । କିନ୍ତୁ ଷଡଯନ୍ତ୍ର କରି ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହା ପଛରେ ସମ୍ବଲପୁରୀ ଆଲବମ ଅଭିନେତା ରୁକୁସୁନାଙ୍କ ସହିତ ଆଉ ୨ ଜଣଙ୍କୁ ଦାୟୀ କରିଛନ୍ତି । ରୁକସାନା ରିଲସ କୁଇନ ସହିତ ସମ୍ବଲପୁରୀ ଆଲବମରେ ଅଭିନୟକରି ପଶ୍ଚିମ ଓଡ଼ିଶାରେ ବେଶ ଲୋକପ୍ରିୟ ହୋଇଥିଲେ । ଏହି ଘଟଣାରେ ରୁକୁସୁନାଙ୍କ ସହିତ ବିବାଦ ଥିବା କୁହାଯାଉଛି । ଏପରିକି ରୁକୁସୁନା ତାଙ୍କୁ ଅନେକ ଥର ଧମକ ଚମକ ମଧ୍ୟ ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ରୁକୁସୁନା, ଅଭିନେତା ଏଲେକ୍ସ ଓ ବରଗଡର ଏକ ଘରୋଇ ହସ୍ପିଟାଲର ଜଣେ ଡାକ୍ତରଙ୍କ ନାଁରେ ଅଭିଯୋଗ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ପରିବାର ପକ୍ଷରୁ ଏତଲା ପରେ ପୁଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।