ଭୁବନେଶ୍ୱରରେ ପହଁଚିଲେ ଜଷ୍ଟିସ ପଶାୟତ
ଭୁବନେଶ୍ୱର : ଜୁଲାଇ ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର । ଭୁବନେଶ୍ୱରରେ ପହଁଚିଲେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ । ୮ ତାରିଖରୁ ରତ୍ନଭଣ୍ଡାର ଖୋଲାଯାଇ ଏହାର ଗଣତି ମଣତି କରାଯିବାନେଇ ପୂର୍ବରୁ ଆଇନ ମନ୍ତ୍ରୀ ସୂଚନା ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ । ତେବେ ୮ ତାରିଖରେ ରଥଯାତ୍ରା ପଡୁଥିବାରୁ ଉକ୍ତ ଦିନ ରତ୍ନଭଣ୍ଡାର ଖୋଲିବା ନେଇ ଅନିଶ୍ଚିତତା […]

ଭୁବନେଶ୍ୱର : ଜୁଲାଇ ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର । ଭୁବନେଶ୍ୱରରେ ପହଁଚିଲେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ । ୮ ତାରିଖରୁ ରତ୍ନଭଣ୍ଡାର ଖୋଲାଯାଇ ଏହାର ଗଣତି ମଣତି କରାଯିବାନେଇ ପୂର୍ବରୁ ଆଇନ ମନ୍ତ୍ରୀ ସୂଚନା ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ।
ତେବେ ୮ ତାରିଖରେ ରଥଯାତ୍ରା ପଡୁଥିବାରୁ ଉକ୍ତ ଦିନ ରତ୍ନଭଣ୍ଡାର ଖୋଲିବା ନେଇ ଅନିଶ୍ଚିତତା ଦେଖା ଦେଇଛି । ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଏହା ଖୋଲାଯିବ ବୋଲି ଜଷ୍ଟିସ୍ ଅରିଜିତ୍ ପଶାୟତ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବା ପରେ ମନ୍ତବ୍ୟ ଦେଇଛନ୍ତି। ଆସନ୍ତାକାଲି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି। ଜୁଲାଇ ୮ରୁ ୨୭ ମଧ୍ୟରେ ରତ୍ନଭଣ୍ଡାରର ଗଣତି ମଣତି କାମ ନେଇ ସୂଚନା ରହିଛି।
ସେ ଆସନ୍ତାକାଲି ଶୁକ୍ରବାର ପୁରୀ ପହଞ୍ଚିବା ପରେ ରତ୍ନଭଣ୍ଡାର ଇନଭେଣ୍ଟୋରି କମିଟିର ବୈଠକରେ ଯୋଗଦେବେ। ରତ୍ନଭଣ୍ଡାର ମରାମତି ଓ ରତ୍ନ ଗଣତି ଉପରେ କଣ ନିଷ୍ପତ୍ତି ହେଉଛି ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ୪୫ ବର୍ଷ ପୂର୍ବରୁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା । ୧୯୭୮ରେ ମେ’ ୧୩ରୁ ଜୁଲାଇ ୨୩ ଯାଏଁ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ ମରାମତି ସାଙ୍ଗକୁ ଗଣତି-ମଣତି ହେବ ।
ସୂଚନାନୁସାରେ, ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ ଟିମ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୫ ବର୍ଷ ହେବ ଏହା ଖୋଲାଯାଇନାହିଁ।