ବିଜେପିରେ ଯୋଗ ଦେଲେ ତାମିଲନାଡ଼ୁର ୧୫ ପୂର୍ବତନ ବିଧାୟକ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ତାମିଲନାଡ଼ୁର ୧୫ ଜଣ ପୂର୍ବତନ ବିଧାୟକ ଓ ଜଣେ ପୂର୍ବତନ ସାଂସଦଙ୍କ ସମେତ ଅନେକ ନେତା ବୁଧବାର ଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି। ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟରେ ବିଜେପିର ପୂର୍ବତନ ସହଯୋଗୀ ଦଳ ଏଆଇଏଡିଏମ୍କେର। ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ଉପସ୍ଥିତିରେ କେ ଭାଦିଭେଲ, ଏମ୍ଭି ରତ୍ନମ, ଆର୍ ଚିନ୍ନାସ୍ୱାମୀ ଏବଂ ପିଏସ୍ କନ୍ଦସାମୀଙ୍କ ସମେତ ଏଆଇଏଡିଏମ୍କେର ପୂର୍ବତନ ନେତାମାନେ ଆଜି ବିଜେପିରେ ଯୋଗ […]

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ତାମିଲନାଡ଼ୁର ୧୫ ଜଣ ପୂର୍ବତନ ବିଧାୟକ ଓ ଜଣେ ପୂର୍ବତନ ସାଂସଦଙ୍କ ସମେତ ଅନେକ ନେତା ବୁଧବାର ଦିଲ୍ଲୀରେ ବିଜେପିରେ ଯୋଗ ଦେଇଛନ୍ତି। ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟରେ ବିଜେପିର ପୂର୍ବତନ ସହଯୋଗୀ ଦଳ ଏଆଇଏଡିଏମ୍କେର। ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କ ଉପସ୍ଥିତିରେ କେ ଭାଦିଭେଲ, ଏମ୍ଭି ରତ୍ନମ, ଆର୍ ଚିନ୍ନାସ୍ୱାମୀ ଏବଂ ପିଏସ୍ କନ୍ଦସାମୀଙ୍କ ସମେତ ଏଆଇଏଡିଏମ୍କେର ପୂର୍ବତନ ନେତାମାନେ ଆଜି ବିଜେପିରେ ଯୋଗ ଦେଇଛନ୍ତି।
ନେତାମାନଙ୍କୁ ସ୍ୱାଗତ କରି ଆନ୍ନାମଲାଇ କହିଛନ୍ତି ତାମିଲନାଡ଼ୁରେ ଘଟୁଥିବା ଅନ୍ୟାୟକୁ ସେମାନେ ଦେଖୁଛନ୍ତି ଏବଂ ଏହାର ପ୍ରତିକାର ପାଇଁ ବିଜେପି ସହିତ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି ଯେ, ତାମିଲନାଡ଼ୁ ଏବେ ବିଜେପି ରାସ୍ତାରେ ଯାଉଛି।