୬.୭୪ ଫୁଟ ଉଚ୍ଚ ଆଇଫୋନ୍
ଲଣ୍ଡନ: ବିଶ୍ୱର ସବୁଠାରୁ ପସନ୍ଦ କରାଯାଉଥିବା ଫୋନ୍ ମଧ୍ୟରୁ ଆଇଫୋନ୍ ଅନ୍ୟତମ। ଆଇଫୋନ୍ କିଣିବା ପାଇଁ ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ତେବେ ଅରୁଣ ରୂପେଶ ମୈନି ନାମକ ଜଣେ ଜଣାଶୁଣା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ୟୁଟ୍ୟୁବର ଅବିକଳ ‘ଆଇଫୋନ୍ ୧୫ ପ୍ରୋ ମାକ୍ସ’ ପରି ଦେଖାଯାଉଥିବା ପ୍ରାୟ ୨ ମିଟର(୬.୭୪ ଫୁଟ) ଉଚ୍ଚ ଏବଂ ୨.୭୮ ଫୁଟ୍ ଚଉଡ଼ାର ଏକ ବିଶାଳ ଆଇଫୋନ୍ ନିର୍ମାଣ କରି ନିଜର ନାମକୁ ଗିନିଜ୍ […] The post ୬.୭୪ ଫୁଟ ଉଚ୍ଚ ଆଇଫୋନ୍ appeared first on Dharitri Odia News.
ଲଣ୍ଡନ: ବିଶ୍ୱର ସବୁଠାରୁ ପସନ୍ଦ କରାଯାଉଥିବା ଫୋନ୍ ମଧ୍ୟରୁ ଆଇଫୋନ୍ ଅନ୍ୟତମ। ଆଇଫୋନ୍ କିଣିବା ପାଇଁ ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ତେବେ ଅରୁଣ ରୂପେଶ ମୈନି ନାମକ ଜଣେ ଜଣାଶୁଣା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ୟୁଟ୍ୟୁବର ଅବିକଳ ‘ଆଇଫୋନ୍ ୧୫ ପ୍ରୋ ମାକ୍ସ’ ପରି ଦେଖାଯାଉଥିବା ପ୍ରାୟ ୨ ମିଟର(୬.୭୪ ଫୁଟ) ଉଚ୍ଚ ଏବଂ ୨.୭୮ ଫୁଟ୍ ଚଉଡ଼ାର ଏକ ବିଶାଳ ଆଇଫୋନ୍ ନିର୍ମାଣ କରି ନିଜର ନାମକୁ ଗିନିଜ୍ ୱାଲର୍ଡ ରେକଡର୍ସ(ଜିଡବ୍ଲ୍ୟୁଆର୍)ରେ ସ୍ଥାନିତ କରି ପାରିଛନ୍ତି।
‘ମିଷ୍ଟର ହୁ ସେ ଦି ବସ୍’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି। ସେ ୨୦୧୧ରେ ୟୁଟ୍ୟୁବର ଭାବେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ସେ ନିଜ ଚ୍ୟାନେଲରେ ବିଭିନ୍ନ ବୈଷୟିକ ଭିଡିଓ ପ୍ରସ୍ତୁତ କରିବା ସହ ବଜାରକୁ ଆସୁଥିବା ନୂତନ ଗ୍ୟାଜେଟଗୁଡିକର ସମୀକ୍ଷା କରିଥାନ୍ତି। ୟୁଟ୍ୟୁବ୍ରେ ତାଙ୍କର ପ୍ରାୟ ୧.୯୪ କୋଟି ସବ୍ସ୍କ୍ରାଇବର ରହିଛନ୍ତି। ଆଇଫୋନ୍ ନିର୍ମାଣକାରୀ ଆପଲ୍ କମ୍ପାନୀର ୟୁଟ୍ୟୁବ୍ ଚ୍ୟାନେଲ ଅପେକ୍ଷା ତାଙ୍କ ଚ୍ୟାନେଲରେ ଅଧିକ ସବ୍ସ୍କ୍ରାଇବର ହେବା ପରେ ସେ ଏହି ବିରଳ ଆଇଫୋନ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଅରୁଣ କହିଛନ୍ତି। ଏହି ଆଇଫୋନ୍ ତିଆରି କରିବା ପାଇଁ ସେ ୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ ଏହି ବିଶାଳ ଆଇଫୋନର ପ୍ରୋଟୋଟାଇପ୍ ତିଆରି କରିବାରେ ଅରୁଣଙ୍କୁ ମାଥ୍ୟୁ ପର୍କ୍ସ ନାମକ ଆଉ ଜଣେ ୟୁଟ୍ୟୁବର ସାହାଯ୍ୟ କରିଛନ୍ତି। ମାଥ୍ୟୁଙ୍କର ‘ଡି ଆଇ ୱାଇ ପରକ୍ସ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ ରହିଛି।
ସାଧାରଣ ଆଇଫୋନ୍ରେ ଚାଲି ପାରୁଥିବା ପ୍ରତ୍ୟେକ ଆପ୍ଲିକେଶନ୍ ଏହି ବିଶାଳ ଆଇଫୋନ୍ରେ ମଧ୍ୟ ଚାଲିପାରିବ ବୋଲି ଅରୁଣ କହିଛନ୍ତି।
The post ୬.୭୪ ଫୁଟ ଉଚ୍ଚ ଆଇଫୋନ୍ appeared first on Dharitri Odia News.