Yogasana: ଭଲ ନିଦ ହେଉନି କି… ଶୋଇବା ପୂର୍ବରୁ କରନ୍ତୁ ଏହି ଆସନ; ୮ ଘଣ୍ଟା ଶାନ୍ତିରେ ଶୋଇବେ

ଯଦି ଲଗାତାର ଅନେକ ରାତି ଭଲ ନିଦ ନ ହୁଏ, ତେବେ ଚିନ୍ତା, ଉଦାସୀନତା ଏବଂ ସ୍ମୃତି ଶକ୍ତି ହ୍ରାସ ମଧ୍ୟ ହୋଇପାରେ। ତେବେ କିଛି ଥେରାପି ଓ ନିଦ ବଟିକା ମାଧ୍ୟରେ ଏହାର ଚିକିତ୍ସା ହେଉଛି ସତ, କିନ୍ତୁ ଏହା ପ୍ରଭାବଶାଳୀ ନୁହେଁ। ଯୋଗ ଏବଂ ଧ୍ୟାନରୁ ଆମେ ଅଧିକ ଲାଭ ପାଇଥାଉ।

Yogasana: ଭଲ ନିଦ ହେଉନି କି… ଶୋଇବା ପୂର୍ବରୁ କରନ୍ତୁ ଏହି ଆସନ; ୮ ଘଣ୍ଟା ଶାନ୍ତିରେ ଶୋଇବେ

ଭାରତରେ ପ୍ରତିବର୍ଷ ପ୍ରାୟ ଏକ କୋଟି ଲୋକ ଅନିଦ୍ରା ରୋଗରେ ପୀଡିତ ହେଉଛନ୍ତି। ଏହା ଏକ ନିଦ୍ରାଜନିତ ବ୍ୟାଧି, ଯାହା କୌଣସି ଔଷଧ ଦ୍ୱାରା ମଧ୍ୟ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରେ ନାହିଁ। ଏଥିରେ ପ୍ରାୟତଃ ଶୋଇବା ସମୟରେ ନିଦ ଭାଙ୍ଗିଯାଏ। ଲଗାତାର ଅନେକ ରାତି ଶୋଇହୁଏ ନାହିଁ। ଏହା ଇନ୍‌ସୋମେନିଆ, ନିଦ୍ରା ବ୍ୟାଧି ଇତ୍ୟାଦି ରୋଗ ସୃଷ୍ଟି କରେ।

ଡାକ୍ତରୀ ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି ଯେ ଶୋଇବା ବଟିକା ଅପେକ୍ଷା ଯୋଗ ଏବଂ ଧ୍ୟାନ ଅଧିକ ପ୍ରଭାବଶାଳୀ, ଯାହା ଜଣେ ବ୍ୟକ୍ତିଙ୍କୁ ୮ ଘଣ୍ଟା ଆରାମଦାୟକ ନିଦ ଦେଇଥାଏ। ଏହି କାରଣରୁ କରୋନା ମହାମାରୀ ହେତୁ ଅନିଦ୍ରା ରୋଗରେ ପୀଡିତ ବହୁ ଲୋକ ଯୋଗ ଏବଂ ଧ୍ୟାନକୁ ଅଧିକ ବ୍ୟବହାର କରୁଛନ୍ତି।

ଅଧିକ ପଢନ୍ତୁ : Yogasana: ବଢ଼ିଚାଲିଛି ଥଣ୍ଡା-ଜର; ଏଥିରୁ ମୁକ୍ତି ପାଇବା ପାଇଁ ଦୈନିକ କରନ୍ତୁ ଏହିସବୁ ଯୋଗ

ଯଦି ଲଗାତାର ଅନେକ ରାତି ଭଲ ନିଦ ନ ହୁଏ, ତେବେ ଚିନ୍ତା, ଉଦାସୀନତା ଏବଂ ସ୍ମୃତି ଶକ୍ତି ହ୍ରାସ ମଧ୍ୟ ହୋଇପାରେ। ତେବେ କିଛି ଥେରାପି ଓ ନିଦ ବଟିକା ମାଧ୍ୟରେ ଏହାର ଚିକିତ୍ସା ହେଉଛି ସତ, କିନ୍ତୁ ଏହା ପ୍ରଭାବଶାଳୀ ନୁହେଁ। ଯୋଗ ଏବଂ ଧ୍ୟାନରୁ ଆମେ ଅଧିକ ଲାଭ ପାଇଥାଉ।

ଯୋଗ ଉଭୟ ମନ ଏବଂ ଶରୀରକୁ ଆରାମ ଦେଇଥାଏ। ତେଣୁ, ଶୋଇବା ପୂର୍ବରୁ କିଛି ଯୋଗ ଅଭ୍ୟାସ କରିବା ଦ୍ୱାରା ଭଲ ନିଦ ହେବାରେ ସାହାଯ୍ୟ କରିଥାଏ। ଆସନ୍ତୁ ସେ ସବୁ ଜାଣିବା।

ଉତ୍ତାନାସନ:

Uttanasanaଉତ୍ତାନାସନ
  • ଏହି ଆସନ ପାଇଁ ପ୍ରଥମେ ସିଧା ଠିଆ ହୁଅନ୍ତୁ
  • ଶ୍ୱାସ ଏଇ ଦୁଇ ହାତକୁ ଉପରକୁ ଉଠାନ୍ତୁ
  • ଶ୍ୱାସ ଛାଡି ଅଣ୍ଟାରୁ ଆଗକୁ ଭାଙ୍ଗି ଦୁଇ ହାତରେ ପାଦକୁ ଛୁଇଁବାକୁ ଚେଷ୍ଟା କରନ୍ତୁ
  • ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ
  • ଏହା ପରେ ଶ୍ୱାସ ନେଇ ସାଧାରଣ ଅବସ୍ଥାକୁ ଆସନ୍ତୁ

ଅଧିକ ପଢନ୍ତୁ : Yogasana: ଅଫିସ୍‌ରେ ବସି ବସି ବିନ୍ଧୁଛି କି ଅଣ୍ଟା-ପିଠି; ଅଫିସ୍ ଚେୟାରରେ ହିଁ କରନ୍ତୁ ଏହି ଯୋଗ, ମିଳିବ ଆରାମ

ବିପରୀତକରଣୀ ମୁଦ୍ରା:

Viparitakarani Mudraବିପରୀତକରଣୀ ମୁଦ୍ରା
  • ପିଠିରେ ପଟିଆ ଶୋଇଯାଆନ୍ତୁ
  • ଶ୍ୱାସ ଛାଡି ଦୁଇ ଗୋଡକୁ ଉଠାଇ ମୁଣ୍ଡ ଆଡକୁ ଆଣନ୍ତୁ
  • ଅଣ୍ଟା ତଳେ ଦୁଇ ହାତ ରଖନ୍ତୁ
  • ଦୁଇ ଗୋଡକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ, ଅଣ୍ଟା ସାମାନ୍ୟ ବଙ୍କା ହୋଇ ରହିବ
  • ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ
  • ଏହା ପରେ ଶ୍ୱାସ ନେଇ ସାଧାରଣ ଅବସ୍ଥାକୁ ଆସନ୍ତୁ

ସୁପ୍ତ ବଦ୍ଧ କୋଣାସନ:

Supta Baddha Konasanaସୁପ୍ତ ବଦ୍ଧ କୋଣାସନ
  • ପ୍ରଥମେ ଶୋଇ ଯାଆନ୍ତୁ
  • ଆଣ୍ଠୁ ଭାଙ୍ଗି, ଦୁଇ ପାଦକୁ ଯୋଡି ମଳଦ୍ୱାର ଆଡକୁ ଆଣନ୍ତୁ
  • ଦୁଇ ହାତକୁ ଆରାମଦାୟକ ଅବସ୍ଥାରେ ଛାଡିଦିଅନ୍ତୁ
  • ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ
  • ଏହା ପରେ ଶ୍ୱାସ ନେଇ ସାଧାରଣ ଅବସ୍ଥାକୁ ଆସନ୍ତୁ

ବାଳାସନ:

Balasanaବାଳାସନ
  • ଆଣ୍ଠୁ ଭାଙ୍ଗି ବସନ୍ତୁ
  • ଆଣ୍ଠୁକୁ ସାମାନ୍ୟ ଖୋଲା କରନ୍ତୁ
  • ପିଚାକୁ ଗୋଇଠି ଉପରେ ରଖନ୍ତୁ
  • ଶ୍ୱାସ ଛାଡି ଧୀରେ ଧୀରେ ଆଗକୁ ନଇଁଯାଆନ୍ତୁ
  • ଦୁଇ ହାତକୁ ଆଗକୁ ପ୍ରସାର କରି ସିଧା ରଖନ୍ତୁ
  • ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ
  • ଏହା ପରେ ଶ୍ୱାସ ନେଇ ସାଧାରଣ ଅବସ୍ଥାକୁ ଆସନ୍ତୁ

ଶବାସନ:

Shavasanaଶବାସନ
  • ଗୋଡ ବିସ୍ତାର କରି ସିଧା ଶୋଇଯାଆନ୍ତୁ
  • ସମଗ୍ର ଶରୀରକୁ ଆରାମରେ ଛାଡିଦିଅନ୍ତୁ
  • ଦୁଇ ହାତକୁ ଶରୀର କଡରେ ରଖନ୍ତୁ
  • ଧୀରେ ଧୀରେ ଶ୍ୱାସକ୍ରିୟା କରନ୍ତୁ
  • ଶରୀରର ପ୍ରତ୍ୟେକ ଅଙ୍ଗକୁ ମାନସିକ ଆଖିରେ ଦେଖିବା ପାଇଁ ଚେଷ୍ଟା କରନ୍ତୁ