ପ୍ରଥମ ସର୍ଭେ: ଭାରତର ନଦୀରେ ୬,୩୨୭ ଡଲ୍‌ଫିନ୍‌

ନୂଆଦିଲ୍ଲୀ,୪।୩: ଭାରତର ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସିନ୍ଧୁ ଆଦି ନଦୀଗୁଡ଼ିକରେ ମୋଟ ୬,୩୨୭ ଡଲ୍‌ଫିନ୍‌ ରହିଥିବା ସୋମବାର ପ୍ରକାଶିତ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଡଲ୍‌ଫିନ୍‌ ସଂଖ୍ୟା ଆକଳନ ଲାଗି ଏହା ଥିଲା ପ୍ରଥମ ସର୍ଭେ। ଅନନ୍ୟ ବୈଶିଷ୍ଟ୍ୟ ପାଇଁ ଜଣାଶୁଣା ଗଙ୍ଗାନଦୀ ଡଲ୍‌ଫିନ୍‌ ଗଙ୍ଗା-ବ୍ରହ୍ମପୁତ୍ର-ମେଘନା ନଦୀ ଏବଂ ଭାରତ, ବାଂଲାଦେଶ, ନେପାଳ ଓ ଭୁଟାନରେ ଥିବା ସେଗୁଡ଼ିକର ଶାଖାନଦୀଗୁଡ଼ିକରେ ଦେଖାଯାଇଥାନ୍ତି। ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ପଞ୍ଜାବରେ ରହିଥିବା ନଦୀରେ […] The post ପ୍ରଥମ ସର୍ଭେ: ଭାରତର ନଦୀରେ ୬,୩୨୭ ଡଲ୍‌ଫିନ୍‌ appeared first on Dharitri Odia News.

ପ୍ରଥମ ସର୍ଭେ: ଭାରତର ନଦୀରେ ୬,୩୨୭ ଡଲ୍‌ଫିନ୍‌

ନୂଆଦିଲ୍ଲୀ,୪।୩: ଭାରତର ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସିନ୍ଧୁ ଆଦି ନଦୀଗୁଡ଼ିକରେ ମୋଟ ୬,୩୨୭ ଡଲ୍‌ଫିନ୍‌ ରହିଥିବା ସୋମବାର ପ୍ରକାଶିତ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଡଲ୍‌ଫିନ୍‌ ସଂଖ୍ୟା ଆକଳନ ଲାଗି ଏହା ଥିଲା ପ୍ରଥମ ସର୍ଭେ।

ଅନନ୍ୟ ବୈଶିଷ୍ଟ୍ୟ ପାଇଁ ଜଣାଶୁଣା ଗଙ୍ଗାନଦୀ ଡଲ୍‌ଫିନ୍‌ ଗଙ୍ଗା-ବ୍ରହ୍ମପୁତ୍ର-ମେଘନା ନଦୀ ଏବଂ ଭାରତ, ବାଂଲାଦେଶ, ନେପାଳ ଓ ଭୁଟାନରେ ଥିବା ସେଗୁଡ଼ିକର ଶାଖାନଦୀଗୁଡ଼ିକରେ ଦେଖାଯାଇଥାନ୍ତି।

ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ପଞ୍ଜାବରେ ରହିଥିବା ନଦୀରେ ଡଲ୍‌ଫିନ୍‌ର ଆକଳନ ନିମନ୍ତେ ‘ପ୍ରୋଜେକ୍ଟ ଡଲ୍‌ଫିନ୍‌’ର ଅଂଶବିଶେଷ ଭାବେ ପ୍ରଥମ ଥର ପାଇଁ ଏକ ବିସ୍ତୃତ ସର୍ଭେ କରାଯାଇଥିଲା।

ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ଏବଂ ବ୍ୟାସ ନଦୀକୁ ନେଇ ଏହା ବିଶ୍ୱର ସର୍ବବୃହତ୍‌ ମଧୁର ଜଳ ସର୍ଭେ। ପ୍ରଚୁର ତଥା ଗଭୀର ଜଳରାଶି ଏବଂ ସର୍ବନିମ୍ନ ମାନବ ପ୍ରତିବନ୍ଧକ ଥିବା ଅଞ୍ଚଳରେ ଡଲ୍‌ଫିନ୍‌ ବଂଶବିସ୍ତାର କରିଥାନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି।

ଡଲ୍‌ଫିନ୍‌ ଏବଂ ଅନ୍ୟାନ୍ୟ ଜଳୀୟ ପରିବେଶର ସଂରକ୍ଷଣ ପାଇଁ ୨୦୨୦ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଜେକ୍ଟ ଡଲ୍‌ଫିନ୍‌ ଘୋଷଣା କରିଥିଲେ। ୨୦୨୧ରୁ ୨୦୨୩ ମଧ୍ୟରେ ୮,୦୦୦ କିଲୋମିଟରରୁ ଅଧିକ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା। ମୋଟ ୫୮ ନଦୀ ମଧ୍ୟରୁ ୨୮ଟିରେ ବୋଟ୍‌ ଦ୍ୱାରା ସକ୍ରିୟ ଭାବେ ସର୍ଭେ କରାଯାଇଥିବାବେଳେ ଅନ୍ୟ ୩୦ଟି ନଦୀକୁ ସଡ଼କ ପଥରେ ସର୍ଭେ କରାଯାଇଥିଲା।

The post ପ୍ରଥମ ସର୍ଭେ: ଭାରତର ନଦୀରେ ୬,୩୨୭ ଡଲ୍‌ଫିନ୍‌ appeared first on Dharitri Odia News.