ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ପରେ ଅଘଟଣ: ପ୍ରବଳ ସ୍ରୋତରେ ଭାସିଯାଉଥିଲେ ଯୁବକ, ପାଣିକୁ ଡେଇଁ…

ଦାରିଙ୍ଗବାଡ଼ି,୧୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି। ଗୁରୁବାର ଉକ୍ତ ଗୁମାଡ଼ି ନଦୀ ପାର ହେବା ସମୟରେ ଜଣେ ଯୁବକ ଭାସିଯାଉଥିଲେ। ସେ ତିଲୋରୀ ପଞ୍ଚାୟତ ଗଇସବାନ୍ଦା ଗ୍ରାମର ନାଗେଶ୍ୱର ପ୍ରଧାନ ବୋଲି ଜଣାପଡ଼ିଛି। ସେ ଭାସି ଯାଉଥିବା ବେଳେ ଏହି ସମୟରେ […] The post ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ପରେ ଅଘଟଣ: ପ୍ରବଳ ସ୍ରୋତରେ ଭାସିଯାଉଥିଲେ ଯୁବକ, ପାଣିକୁ ଡେଇଁ… appeared first on Dharitri Odia News.

ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ପରେ ଅଘଟଣ: ପ୍ରବଳ ସ୍ରୋତରେ ଭାସିଯାଉଥିଲେ ଯୁବକ, ପାଣିକୁ ଡେଇଁ…

ଦାରିଙ୍ଗବାଡ଼ି,୧୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି।

ଗୁରୁବାର ଉକ୍ତ ଗୁମାଡ଼ି ନଦୀ ପାର ହେବା ସମୟରେ ଜଣେ ଯୁବକ ଭାସିଯାଉଥିଲେ। ସେ ତିଲୋରୀ ପଞ୍ଚାୟତ ଗଇସବାନ୍ଦା ଗ୍ରାମର ନାଗେଶ୍ୱର ପ୍ରଧାନ ବୋଲି ଜଣାପଡ଼ିଛି। ସେ ଭାସି ଯାଉଥିବା ବେଳେ ଏହି ସମୟରେ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିଲେ ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ ସେ ଭାସି ପଳାଇଥିଲେ। ବହୁ ପରିଶ୍ରମ କରି ନାଗେଶ୍ୱରଙ୍କୁ ଉଦ୍ଧାର କରାଯାଇଥିବା କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ତଥା ତିଲୋରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ପ୍ରଧାନ କହିଛନ୍ତି।

ସେ କହିଛନ୍ତି, ୧ ସପ୍ତାହରୁ ଅଧିକ ଦିନ ହେବ ହେଲା ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯାଇଥିବାରୁ ଉକ୍ତ ବ୍ଲକର ୩ ପଞ୍ଚାୟତ ଟିଲୋରୀ ସମେତ ବୁଡ଼ାଗୁଡା, ଗୁମିକିଆ ଏବଂ କୋଟଗଡ଼ ବ୍ଲକ ପକାରୀ ଓ ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଗୁରୁବାର ମଧ୍ୟ ଉକ୍ତ ନଦୀରେ ୧୦ ଫୁଟ ଉଚ୍ଚର ଜଳ ପ୍ରଭାହିତ ହେଉଥିବା ସେ କହିଛନ୍ତି।

The post ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ପରେ ଅଘଟଣ: ପ୍ରବଳ ସ୍ରୋତରେ ଭାସିଯାଉଥିଲେ ଯୁବକ, ପାଣିକୁ ଡେଇଁ… appeared first on Dharitri Odia News.