୩୫ ଲକ୍ଷ ଟଙ୍କା ବିନିମୟରେ ହେବ ସଂସ୍କୃତି ଭବନ
ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପଞ୍ଚାୟତ ପରିସର ମଧ୍ୟରେ ବୁଧବାର ପାରମ୍ପରିକ ଲୋକକଳା ଦିତୀୟ ବର୍ଷ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ମହେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଜିଲା ଓ ସଂସ୍କୃତି ବିଭାଗ ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗ ଦେଇ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ସବୁବେଳେ ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ବୋଲି କହିଥିଲେ। ଏଥିସହିତ ଅଧିକାରୀ […] The post ୩୫ ଲକ୍ଷ ଟଙ୍କା ବିନିମୟରେ ହେବ ସଂସ୍କୃତି ଭବନ appeared first on Dharitri Odia News.
ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପଞ୍ଚାୟତ ପରିସର ମଧ୍ୟରେ ବୁଧବାର ପାରମ୍ପରିକ ଲୋକକଳା ଦିତୀୟ ବର୍ଷ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ମହେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଜିଲା ଓ ସଂସ୍କୃତି ବିଭାଗ ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗ ଦେଇ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ସବୁବେଳେ ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ବୋଲି କହିଥିଲେ। ଏଥିସହିତ ଅଧିକାରୀ ୩୫ ଲକ୍ଷ ଟଙ୍କା ବିନିମୟରେ ଏଠାରେ ସଂସ୍କୃତି ଭବନ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପୂର୍ବତନ ବିଡିଓ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଗଦାଧର ପାତ୍ର, ବଣିକ ସଂଘ ସଭାପତି ଲଡ଼ୁକିଶୋର ସାହୁ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଳିକ, ଲୋକକଳା ସଭାପତି ବିଜେନ୍ଦ୍ର ପ୍ରଧାନ, ଲୋକକଳା ମହାସଂଘର ସମ୍ପାଦକ କ୍ରିଷ୍ଣା ଦିଗାଲ, ବରିଷ୍ଠ ନାଗରିକ ନାରଙ୍ଗ ପ୍ରଧାନ, ହିମଗିରି କଲାପରିଷଦର ସମ୍ପାଦକ ପତିତପାବନ ରାଉତ, ଉପସଭାପତି ସାରଦା ବଳିୟାରସିଂ, ନାଟ୍ୟ ନିର୍ଦ୍ଦେଶକ ମଣ୍ଟୁ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ପାଣ୍ଡବ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ଜନଜାତି ସମ୍ପ୍ରଦାୟର କଳାକାରମାନେ ପାରମ୍ପରିକ ବାଦ୍ୟଯନ୍ତ୍ର ଧରି ସଙ୍ଗୀତ, ନୃତ୍ୟ କରି ବଜାର ପରିକ୍ରମା କରିଥିଲେ। ବ୍ଲକ କାର୍ଯ୍ୟାଳୟରୁ ବିରାଟ ଶୋଭଯାତ୍ରାରେ ଅତିଥିମାନଙ୍କୁ ନେଇ ମଞ୍ଚ ନିକଟରେ ପହଞ୍ଚିଥିଲେ। ସାରଦା ବଳିୟାରସିଂ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ପରିପ୍ରେକ୍ଷୀରେ ପାରମ୍ପରିକ ଲୋକକଳା ସଂଗଠନ ପକ୍ଷରୁ ପୂର୍ବତନ ବିଡିଓଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଦାରିଙ୍ଗବାଡ଼ିରେ ଗତ ୩ ବର୍ଷ କାର୍ଯ୍ୟକାଳ ମଧ୍ୟରେ କଳା ସଂସ୍କୃତିକୁ ଆଗକୁ ନେଇଥିବାବେଳେ ଅନୁସୂଚିତ ଜନଜାତିଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ଇକୋ ରିଟ୍ରିଟ୍ ହେଉ କି ଶୀତ ଉତ୍ସବ ସବୁଠି ସେ ଲୋକ କଳାକୁ ଗୁରୁତ୍ୱ ଦେଇ ଆସୁଥିବାରୁ ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ କଳା କ୍ଷେତ୍ରରେ ଯେଉଁମାନେ ଉତ୍ତମ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ପରେ ମଞ୍ଚରେ କଳାକାରମାନେ ପାରମ୍ପରିକ ବାଦ୍ୟ ସଙ୍ଗୀତ, ମହୁରୀ, ଢୋଲ, ଡେକା, ଚାଙ୍ଗୁ ବାଦ୍ୟରେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ।
The post ୩୫ ଲକ୍ଷ ଟଙ୍କା ବିନିମୟରେ ହେବ ସଂସ୍କୃତି ଭବନ appeared first on Dharitri Odia News.