ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ଖଟିଆରେ ବୁହାହେଲେ ଗର୍ଭବତୀ
ଥୁଆମୂଳ ରାମପୁର,୮ା୭ (ଦୁର୍ଗା କୀର୍ତ୍ତି)- ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀଙ୍କୁ ୨କି.ମି. ଦୂର ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଲା। ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଏଭଳି ବିକଳ ଚିତ୍ର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତର ବାର୍ଷିକୋଣା ଗାଁରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ମଙ୍ଗଳବାର ସକାଳୁ ଗାଁର ମହେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା(୨୨)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଡାକ୍ତରଖାନା […] The post ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ଖଟିଆରେ ବୁହାହେଲେ ଗର୍ଭବତୀ appeared first on Dharitri Odia News.
ଥୁଆମୂଳ ରାମପୁର,୮ା୭ (ଦୁର୍ଗା କୀର୍ତ୍ତି)- ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀଙ୍କୁ ୨କି.ମି. ଦୂର ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଲା। ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଏଭଳି ବିକଳ ଚିତ୍ର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତର ବାର୍ଷିକୋଣା ଗାଁରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ମଙ୍ଗଳବାର ସକାଳୁ ଗାଁର ମହେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା(୨୨)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। ହେଲେ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସି ଇନ୍ଦ୍ରାବତୀ କେନାଲ ରାସ୍ତାରେ ଅଟକି ରହିଥିଲା। ପରେ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ଖଟିଆରେ ଦୁଇ କିଲୋମିଟର ଦୂରରେ ଅଟକିଥିବା ୧୦୮ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ରଞ୍ଜିତା କଲମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇ ଏକ ଶିଶୁ କନ୍ୟା ଜନ୍ମ ଦେଇଥିବା ବେଳେ ମା’ ଓ ଝିଅ ଭଲ ଥିବା ସୂଚନା ମିଳିଛି।
The post ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ଖଟିଆରେ ବୁହାହେଲେ ଗର୍ଭବତୀ appeared first on Dharitri Odia News.