ଗେମ୍ ଚେଞ୍ଜର ସହ ଡା. ଅର୍ଥୋର ବୁଝାମଣା
ନୂଆଦିଲ୍ଲୀ,୧୨।୧: ଦେଶର ଅଗ୍ରଣୀ ଆୟୁର୍ବେଦିକ୍ କମ୍ପାନୀ ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରମୁଖ ବ୍ରାଣ୍ଡ୍ ଡା. ଅର୍ଥୋ ଏବଂ ବଲିଉଡ୍ ଫିଲ୍ମ ‘ଗେମ୍ ଚେଞ୍ଜର’ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହି ରାଜନୈତିକ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ରକୁ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଏସ୍. ଶଙ୍କରଙ୍କ ନିର୍ଦ୍ଦେଶିତ ‘ଗେମ୍ ଚେଞ୍ଜର’ରେ ଅଭିନେତା ରାମଚରଣ ଦ୍ୱୈତ ଭୂମିକା ନିର୍ବାହ କରିଥିବାବେଳେ କିଆରା ଆଡଭାନୀ, ଅଞ୍ଜଳି ଏବଂ ପ୍ରକାଶ ରାଜ୍ଙ୍କ ଭଳି ଅଭିଜ୍ଞ କଳାକାର ଏଥିରେ […] The post ଗେମ୍ ଚେଞ୍ଜର ସହ ଡା. ଅର୍ଥୋର ବୁଝାମଣା appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧: ଦେଶର ଅଗ୍ରଣୀ ଆୟୁର୍ବେଦିକ୍ କମ୍ପାନୀ ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରମୁଖ ବ୍ରାଣ୍ଡ୍ ଡା. ଅର୍ଥୋ ଏବଂ ବଲିଉଡ୍ ଫିଲ୍ମ ‘ଗେମ୍ ଚେଞ୍ଜର’ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହି ରାଜନୈତିକ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ରକୁ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଏସ୍. ଶଙ୍କରଙ୍କ ନିର୍ଦ୍ଦେଶିତ ‘ଗେମ୍ ଚେଞ୍ଜର’ରେ ଅଭିନେତା ରାମଚରଣ ଦ୍ୱୈତ ଭୂମିକା ନିର୍ବାହ କରିଥିବାବେଳେ କିଆରା ଆଡଭାନୀ, ଅଞ୍ଜଳି ଏବଂ ପ୍ରକାଶ ରାଜ୍ଙ୍କ ଭଳି ଅଭିଜ୍ଞ କଳାକାର ଏଥିରେ ସୁନ୍ଦର ଅଭିନୟ କରିଛନ୍ତି। ସେହିଭଳି ଏହି ଚଳଚ୍ଚିତ୍ରର ପ୍ରଚାରପ୍ରସାର ସହ ବ୍ରାଣ୍ଡ୍ର ପ୍ରଚାର ମଧ୍ୟ ଗେମ୍ ଚେଞ୍ଜର ଜରିଆରେ ହୋଇପାରିବ ବୋଲି ବ୍ରାଣ୍ଡ୍ ପକ୍ଷରୁ କୁହାଯାଇଛି। ବିଶେଷ କରି ଚଳଚ୍ଚିତ୍ରର ମୁଖ୍ୟ କଳାକାର ରାମଚରଣଙ୍କ ବଳିଷ୍ଠ ଅଭିନୟ ଏବଂ ଗେମ୍ ଚେଞ୍ଜର ଟିମ୍ର ବଳିଷ୍ଠ ସହଯୋଗ ବଳରେ ଫିଲ୍ମଟି ବେଶ୍ ସଫଳ ହୋଇପାରିଛି।
ଏ ସମ୍ପର୍କରେ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ତଥା ଉଦ୍ୟୋଗୀ ଓ ନିବେଶକ ଡ. ସଞ୍ଜୀବ ଜୁନେଜା କହିଥିଲେ, ଆମେ ବଲିଉଡ୍ ଫିଲ୍ମ ‘ଗେମ୍ ଚେଞ୍ଜର’ ସହ ସାମିଲହୋଇ ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହାର ସଫଳତା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଉଛୁ।
The post ଗେମ୍ ଚେଞ୍ଜର ସହ ଡା. ଅର୍ଥୋର ବୁଝାମଣା appeared first on Dharitri Odia News.