ସୋସିଆଲ ମିଡିଆରେ ନବୀନଙ୍କୁ ପ୍ରଶଂସା, ପାଣ୍ଡିଆନ୍ଙ୍କୁ ଟ୍ରୋଲ୍
ଭୁବନେଶ୍ୱର,୪।୬(ଶର୍ମିଷ୍ଠା ପାଣିଗ୍ରାହୀ)-ଓଡ଼ିଶା ରାଜନୀତି ଇତିହାସରେ ଲେଖା ହେବ ଏକ ନୂଆ ଆରମ୍ଭ। ଦୀର୍ଘ ୨୪ବର୍ଷର ଶାସନ ପରେ ବିଜୁ ଜନତା ଦଳ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନର ଅନ୍ତ ଘଟିଛି। ଭାଜପା ଆଶା କରି ନଥିବା ଫଳ ପାଇଥିବା ବେଳେ ବିଜେଡିର ପରାଜୟକୁ ନେଇ ସୋସିଆଲ ମିଡିଆରେ ଅନେକ ମତ ପ୍ରକାଶ ପାଇଛି। ସର୍ବୋପରି ଦେଖିବାକୁ ଗଲେ ବିଜେଡିରେ ଥିବା କର୍ମୀ କାର୍ତ୍ତିକ ପାଣ୍ଡିଆନଙ୍କୁ ବିଜେଡି ଶାସନ ପରାଜୟର ବଳିଷ୍ଠ କାରଣ ବୋଲି କୁହାଯାଉଛି। […] The post ସୋସିଆଲ ମିଡିଆରେ ନବୀନଙ୍କୁ ପ୍ରଶଂସା, ପାଣ୍ଡିଆନ୍ଙ୍କୁ ଟ୍ରୋଲ୍ appeared first on Dharitri Odia News.
ଭୁବନେଶ୍ୱର,୪।୬(ଶର୍ମିଷ୍ଠା ପାଣିଗ୍ରାହୀ)-ଓଡ଼ିଶା ରାଜନୀତି ଇତିହାସରେ ଲେଖା ହେବ ଏକ ନୂଆ ଆରମ୍ଭ। ଦୀର୍ଘ ୨୪ବର୍ଷର ଶାସନ ପରେ ବିଜୁ ଜନତା ଦଳ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନର ଅନ୍ତ ଘଟିଛି। ଭାଜପା ଆଶା କରି ନଥିବା ଫଳ ପାଇଥିବା ବେଳେ ବିଜେଡିର ପରାଜୟକୁ ନେଇ ସୋସିଆଲ ମିଡିଆରେ ଅନେକ ମତ ପ୍ରକାଶ ପାଇଛି। ସର୍ବୋପରି ଦେଖିବାକୁ ଗଲେ ବିଜେଡିରେ ଥିବା କର୍ମୀ କାର୍ତ୍ତିକ ପାଣ୍ଡିଆନଙ୍କୁ ବିଜେଡି ଶାସନ ପରାଜୟର ବଳିଷ୍ଠ କାରଣ ବୋଲି କୁହାଯାଉଛି। ସାଧାରଣ ଜନତାଠୁ ନେଇ ବିଭିନ୍ନ ବୁଦ୍ଧିଜୀବୀ, ସାମ୍ବାଦିକ ମହଲରେ ପାଣ୍ଡିଆନଙ୍କୁ ଅନେକ ସମାଲୋଚନା କରାଯାଇଛି। ବିଶେଷ କରି ଅପରାହ୍ନ ପରଠୁ ପାଣ୍ଡିଆନଙ୍କ ବିରୁଦ୍ଧରେ ଅନେକ ପୋଷ୍ଟ ଶେୟାର କରି ଟ୍ରୋଲ କରିଥିଲେ। ଏମିତିକି ବିଜେଡି ସହ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷ ମଧ୍ୟ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। ମାତ୍ର ନବୀନଙ୍କ ପ୍ରତି ଲୋକଙ୍କ ଭଲପାଇବା କମିନି। ଅନେକ ନବୀନଙ୍କୁ ତାଙ୍କ ଶାସନ ସମୟରେ ହୋଇଥିବା ଓଡିଶାର ଉନ୍ନତି ଓ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶାର ସରକାର ଗଢ଼ିବାକୁ ଥିବା ଭାଜପା ପ୍ରତି ଲୋକ ସମର୍ଥନ ଜଣାଇଛନ୍ତି ଏବଂ ଏକ ପରିବର୍ତ୍ତନର ଓଡ଼ିଶା ଦେଖିବାକୁ ସମସ୍ତେ ଆଶାବୀଦ ଥିବା ସୋସିଆଲ ମିଡିଆର ପୋଷ୍ଟରୁ ଜଣା ପଡ଼ିଛି।
The post ସୋସିଆଲ ମିଡିଆରେ ନବୀନଙ୍କୁ ପ୍ରଶଂସା, ପାଣ୍ଡିଆନ୍ଙ୍କୁ ଟ୍ରୋଲ୍ appeared first on Dharitri Odia News.