କେମିକାଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ଦୋକାନ ସହ ଜଳିଗଲା ୨୨ ଗାଡି, ୩ ମୃତ
ନୂଆଦିଲ୍ଲୀ, ୧୫।୨: ଦିଲ୍ଲୀର ଅଲିପୁରରେ ଗୁରୁବାର ସନ୍ଧ୍ୟାରେ କେମିକାଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୫ ଦୋକାନ, ୨୨ କାର୍ ଜଳିଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ୨୨ଟି ଅଗ୍ନିଶମ ବାହିନୀ ସାହାଯ୍ୟରେ ପ୍ରାୟ ଦେଢ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିଶମ ଅଧିକାରୀଙ୍କ କହିବାନୁଯାୟୀ, ଅପରାହ୍ନ ୫.୨୫ ସମୟରେ ଅଲିପୁରର ଏଚ ବ୍ଲକ ଦାଏଲ ମାର୍କେଟରେ ଅବସ୍ଥିତ କେମିକାଲ ଗୋଦାମରେ ନିଆଁ ସମ୍ପର୍କରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ସୂଚନା […] The post କେମିକାଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ଦୋକାନ ସହ ଜଳିଗଲା ୨୨ ଗାଡି, ୩ ମୃତ appeared first on Dharitri Odia News.
ନୂଆଦିଲ୍ଲୀ, ୧୫।୨: ଦିଲ୍ଲୀର ଅଲିପୁରରେ ଗୁରୁବାର ସନ୍ଧ୍ୟାରେ କେମିକାଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୫ ଦୋକାନ, ୨୨ କାର୍ ଜଳିଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ୨୨ଟି ଅଗ୍ନିଶମ ବାହିନୀ ସାହାଯ୍ୟରେ ପ୍ରାୟ ଦେଢ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଛି।
ଅଗ୍ନିଶମ ଅଧିକାରୀଙ୍କ କହିବାନୁଯାୟୀ, ଅପରାହ୍ନ ୫.୨୫ ସମୟରେ ଅଲିପୁରର ଏଚ ବ୍ଲକ ଦାଏଲ ମାର୍କେଟରେ ଅବସ୍ଥିତ କେମିକାଲ ଗୋଦାମରେ ନିଆଁ ସମ୍ପର୍କରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ସୂଚନା ପାଇଥିଲେ। ପୋଲିସ ତୁରନ୍ତ ନିକଟସ୍ଥ ଘରେ ରହୁଥିବା ଲୋକଙ୍କୁ ଘଟଣାସ୍ଥଳରୁ ସ୍ଥାନାନ୍ତର କରିଥିଲା। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପୋଲିସ ତଦନ୍ତ କରୁଛି।
The post କେମିକାଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ଦୋକାନ ସହ ଜଳିଗଲା ୨୨ ଗାଡି, ୩ ମୃତ appeared first on Dharitri Odia News.