WHOର ରିପୋର୍ଟ, ଏଥିପାଇଁ ହେଉଛି ପ୍ରତିଦିନ ୭ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୨।୬: ୟୁରୋପ ଅଧିବାସୀଙ୍କ ଖରାପ ଖାଦ୍ୟପେୟ ଅଭ୍ୟାସ କାରଣରୁ ହେଉଥିବା କ୍ଷୟକ୍ଷତି ସମ୍ପର୍କରେ ବିଶ୍ୱ ସ଼୍ବାସ୍ଥ୍ୟ ସଂଗଠନ (WHO) ଏକ ରିପୋର୍ଟ ସେୟାର କରିଛି । କ୍ଷତି ପହଞ୍ଚାଉଥିବା ଚାରି ପ୍ରକାରର ଶିଳ୍ପ ବିଷୟରେ ଏହି ରିପୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ ମଦ୍ୟପାନ, ତମାଖୁ, ଅତ୍ୟଧିକ ପ୍ରୋସେସ୍‌ଡ ଖାଦ୍ୟ ଏବଂ ଜୀବାଶ୍ମ ଇନ୍ଧନ ହେଉଛି ଚାରୋଟି ଶିଳ୍ପ, ଯାହା ୟୁରୋପରେ ୨୭ ଲକ୍ଷ ଲୋକଙ୍କ […] The post WHOର ରିପୋର୍ଟ, ଏଥିପାଇଁ ହେଉଛି ପ୍ରତିଦିନ ୭ ହଜାର ଲୋକଙ୍କ ମୃତ୍ୟୁ appeared first on Dharitri Odia News.

WHOର ରିପୋର୍ଟ, ଏଥିପାଇଁ ହେଉଛି ପ୍ରତିଦିନ ୭ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୨।୬: ୟୁରୋପ ଅଧିବାସୀଙ୍କ ଖରାପ ଖାଦ୍ୟପେୟ ଅଭ୍ୟାସ କାରଣରୁ ହେଉଥିବା କ୍ଷୟକ୍ଷତି ସମ୍ପର୍କରେ ବିଶ୍ୱ ସ଼୍ବାସ୍ଥ୍ୟ ସଂଗଠନ (WHO) ଏକ ରିପୋର୍ଟ ସେୟାର କରିଛି । କ୍ଷତି ପହଞ୍ଚାଉଥିବା ଚାରି ପ୍ରକାରର ଶିଳ୍ପ ବିଷୟରେ ଏହି ରିପୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ ମଦ୍ୟପାନ, ତମାଖୁ, ଅତ୍ୟଧିକ ପ୍ରୋସେସ୍‌ଡ ଖାଦ୍ୟ ଏବଂ ଜୀବାଶ୍ମ ଇନ୍ଧନ ହେଉଛି ଚାରୋଟି ଶିଳ୍ପ, ଯାହା ୟୁରୋପରେ ୨୭ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ। ‘କମର୍ଶିଆଲ ଡିଟର୍ମିନେଟ୍‌ସ ଅଫ୍‌ ନାନ୍‌ କମ୍ୟୁନିକେବଲ ଡିଜିଜ୍‌ ଇନ୍‌ WHO ୟୁରୋପ ରିଜନ୍‌’ ଶୀର୍ଷକ ଏହି ରିପୋର୍ଟରେ, ଏହି ଶିଳ୍ପଗୁଡ଼ିକୁ ବନ୍ଦ କରିବା ପାଇଁ କଠୋର ନିୟମ ଲାଗୁ କରିବାକୁ ସାରା ବିଶ୍ୱରେ ସ଼୍ବାସ୍ଥ୍ୟ ସଂସ୍ଥାମାନଙ୍କୁ ଆହୱାନ ଦିଆଯାଇଛି।

WHO ୟୁରୋପର ନିର୍ଦ୍ଦେଶକ ହାନ୍ସ କ୍ଲୁଗ ଏକ ବିବୃତ୍ତିରେ କହିଛନ୍ତି, ୟୁରୋପର ୫୩ ଟି ଦେଶରେ ଏହି ଚାରୋଟି ଶିଳ୍ପ ପ୍ରତିଦିନ ଅତି କମରେ ୭ ହଜାର ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି ।

The post WHOର ରିପୋର୍ଟ, ଏଥିପାଇଁ ହେଉଛି ପ୍ରତିଦିନ ୭ ହଜାର ଲୋକଙ୍କ ମୃତ୍ୟୁ appeared first on Dharitri Odia News.