ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ମିଳିଲାନି ଉପହାର, ରାଗିଯାଇ ସ୍ବାମୀ ଶୋଇଥିବାବେଳେ…

ବେଙ୍ଗାଲୁରୁ,୬।୩: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଛୁରାମାଡ଼ରେ ଆହତ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ, ସ୍ବାମୀ ଶୋଇଥିବା ଥିବା ବେଳେ ସ୍ତ୍ରୀ ଏକ ଛୁରୀରେ ଆକ୍ରମଣ କରିଥିଲେ। ଆହତ ବ୍ୟକ୍ତି ଏକ ଘରୋଇ କମ୍ପାନୀରେ କାମ କରନ୍ତି ଏବଂ ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ, ପୋଲିସ କହିଛି , ନିକଟରେ ଏହା ଦମ୍ପତିଙ୍କ ବିବାହ […] The post ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ମିଳିଲାନି ଉପହାର, ରାଗିଯାଇ ସ୍ବାମୀ ଶୋଇଥିବାବେଳେ… appeared first on Dharitri Odia News.

ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ମିଳିଲାନି ଉପହାର, ରାଗିଯାଇ ସ୍ବାମୀ ଶୋଇଥିବାବେଳେ…

ବେଙ୍ଗାଲୁରୁ,୬।୩: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଛୁରାମାଡ଼ରେ ଆହତ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ, ସ୍ବାମୀ ଶୋଇଥିବା ଥିବା ବେଳେ ସ୍ତ୍ରୀ ଏକ ଛୁରୀରେ ଆକ୍ରମଣ କରିଥିଲେ।

ଆହତ ବ୍ୟକ୍ତି ଏକ ଘରୋଇ କମ୍ପାନୀରେ କାମ କରନ୍ତି ଏବଂ ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ, ପୋଲିସ କହିଛି , ନିକଟରେ ଏହା ଦମ୍ପତିଙ୍କ ବିବାହ ବାର୍ଷିକୀ ଥିଲା, ସେଦିନ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ପାଇଁ ଉପହାର ଆଣି ନ ଥିଲେ। ଯାହାକୁ ନେଇ ମହିଳା ଜଣକ ରାଗି ଯାଇଥିଲେ ଆଉ ତାଙ୍କ ସ୍ବାମୀଙ୍କୁ ଛୁରୀରେ ଗୁରୁତର ଭାବେ ଆଘାତ କରିଥିଲେ।

ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଛି ଯେ ବ୍ୟକ୍ତି ଜଣକ ତାଙ୍କ ଜେଜେଙ୍କ ମୃତ୍ୟୁ କାରଣରୁ ବିବାହ ବାର୍ଷିକୀରେ ତାଙ୍କ ସ୍ତ୍ରୀଙ୍କ ପାଇଁ କୌଣସି ଉପହାର କିଣିପାରିନଥିଲେ।ବର୍ତ୍ତମାନ ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ଅଭିଯୁକ୍ତ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

The post ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ମିଳିଲାନି ଉପହାର, ରାଗିଯାଇ ସ୍ବାମୀ ଶୋଇଥିବାବେଳେ… appeared first on Dharitri Odia News.