ସିଆର୍‌ପିଏଫ୍‌ ଯବାନଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୁଳି ଗ୍ରାମର ରାଘବାନନ୍ଦ ମାଝିଙ୍କ ଘରୁ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଜମ୍ମୁରେ ସିଆର୍‌ପିଏଫ ଯବାନ ଭାବେ କାର୍ଯ୍ୟରତ ରାଘବାନନ୍ଦ ୭ଦିନ ତଳେ ଘରକୁ ଆସିଥିଲେ ା ଝିଅ ବାହାଘର ପାଇଁ ପ୍ରସ୍ତୁତ ମଧ୍ୟ ହେଉଥିଲେ ା ସୋମବାର ରାତିରେ ସମସ୍ତେ ଶୋଇଥିବା ବେଳେ ଚୋରମାନେ ପଛପଟ କବାଟ ଭାଙ୍ଗି ଘରେ ପଶି ଅଳଙ୍କାର ଏବଂ ଆସବାପତ୍ର ନେଇ […] The post ସିଆର୍‌ପିଏଫ୍‌ ଯବାନଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ appeared first on Dharitri Odia News.

ସିଆର୍‌ପିଏଫ୍‌ ଯବାନଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୁଳି ଗ୍ରାମର ରାଘବାନନ୍ଦ ମାଝିଙ୍କ ଘରୁ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି।
ଜମ୍ମୁରେ ସିଆର୍‌ପିଏଫ ଯବାନ ଭାବେ କାର୍ଯ୍ୟରତ ରାଘବାନନ୍ଦ ୭ଦିନ ତଳେ ଘରକୁ ଆସିଥିଲେ ା ଝିଅ ବାହାଘର ପାଇଁ ପ୍ରସ୍ତୁତ ମଧ୍ୟ ହେଉଥିଲେ ା ସୋମବାର ରାତିରେ ସମସ୍ତେ ଶୋଇଥିବା ବେଳେ ଚୋରମାନେ ପଛପଟ କବାଟ ଭାଙ୍ଗି ଘରେ ପଶି ଅଳଙ୍କାର ଏବଂ ଆସବାପତ୍ର ନେଇ ପଳାଇଥିଲେ।

ସେହିପରି ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଅର୍ଜୁନ ବେହେରାଙ୍କ ଘରୁ ଚୋରି ଉଦ୍ୟମ କରି ଦୁବୃର୍ତ୍ତମାନେ ବିଫଳ ହୋଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଖଇରା ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋଟିଏ ରାତିରେ ୩ ଚୋରି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

The post ସିଆର୍‌ପିଏଫ୍‌ ଯବାନଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ appeared first on Dharitri Odia News.