ପୂର୍ଣ୍ଣଚନ୍ଦ୍ରଙ୍କୁ ମନ୍ତ୍ରୀ ପଦ ଦେବାକୁ ଉଠିଲା ଦାବି

ପୁରୁଷୋତ୍ତମପୁର,୫।୬( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୂର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ଣଚନ୍ଦ୍ର ସେଠୀଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ କର୍ମୀମାନେ ଦାବି କରିଛନ୍ତ। ଓଡିଶାରେ ବିଧାସଭା ଗଠନଠାରୁ କେବେ ମଧ୍ୟ ଖଲ୍ଲିକୋଟକୁ ମନ୍ତ୍ରୀ ପଦ ମିଳି ନାହିଁ। ଅପରପକ୍ଷରେ ପୂର୍ଣଚନ୍ଦ୍ର ପୂର୍ବରୁ ୨୦୦୮ ଓ ୨୦୧୪ ରେ ଦୁଇ ଦୁଇ ଥର ବିଧାୟକ ହୋଇଥିବା ବେଳେ […] The post ପୂର୍ଣ୍ଣଚନ୍ଦ୍ରଙ୍କୁ ମନ୍ତ୍ରୀ ପଦ ଦେବାକୁ ଉଠିଲା ଦାବି appeared first on Dharitri Odia News.

ପୂର୍ଣ୍ଣଚନ୍ଦ୍ରଙ୍କୁ ମନ୍ତ୍ରୀ ପଦ ଦେବାକୁ ଉଠିଲା ଦାବି

ପୁରୁଷୋତ୍ତମପୁର,୫।୬( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୂର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ଣଚନ୍ଦ୍ର ସେଠୀଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ କର୍ମୀମାନେ ଦାବି କରିଛନ୍ତ। ଓଡିଶାରେ ବିଧାସଭା ଗଠନଠାରୁ କେବେ ମଧ୍ୟ ଖଲ୍ଲିକୋଟକୁ ମନ୍ତ୍ରୀ ପଦ ମିଳି ନାହିଁ। ଅପରପକ୍ଷରେ ପୂର୍ଣଚନ୍ଦ୍ର ପୂର୍ବରୁ ୨୦୦୮ ଓ ୨୦୧୪ ରେ ଦୁଇ ଦୁଇ ଥର ବିଧାୟକ ହୋଇଥିବା ବେଳେ ଚଳିତଥର ତୃତୀୟ ଥରି ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଏହି ଦୃଷ୍ଟିରୁ ତାଙ୍କର ବହୁ ଅଭିଜ୍ଞତା ରହଛି। ଏହାସହ ୧୯୮୫ରୁ ଜନତାଦଳ ଓ ବିଜେଡିର କବଳରେ ରହିଥିବା ଦୀର୍ଘ ୩୯ ବର୍ଷର ଦୁର୍ଗକୁ ଭାଙ୍ଗିବାରେ ସକ୍ଷମ ହୋଇଥିବା ହେତୁ ତାଙ୍କୁ ମନ୍ତ୍ରୀପଦ ଦେବାଲାଗି ଜନସାଧାରଣ ଦାବି କରିବା ସହ ଏଥିନେଇ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି, ଅମିତ ସାହା, ରାଚ୍ୟ ପ୍ରଭାରୀ ଜେପି ନଡା ଓ ଦଳୀୟ ବରିଷ୍ଟ ନେତୃବୃନ୍ଦ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

The post ପୂର୍ଣ୍ଣଚନ୍ଦ୍ରଙ୍କୁ ମନ୍ତ୍ରୀ ପଦ ଦେବାକୁ ଉଠିଲା ଦାବି appeared first on Dharitri Odia News.