୮୫ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଘଟିଲା ଏମିତି କାରନାମା

ଆଡିଲେଡ,୧୭।୧: ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଶାମର ଜୋସେଫ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଶାମର ଜୋସେଫ ଷ୍ଟିଭ ସ୍ମିଥଙ୍କୁ ତାଙ୍କର ପ୍ରଥମ ବଲରେ ଆଉଟ୍‌ କରିଥିଲେ। ଏହିପରି ଭାବରେ ଶାମର ଜୋସେଫ ଏକ ଚମତ୍କାର ଢଙ୍ଗରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଏଥି ସହିତ ଶାମର ଜୋସେଫ ପ୍ରାୟ ୮୫ ବର୍ଷ ପୁରୁଣା ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି। ୧୯୩୯ ମସିହାରେ ୱେଷ୍ଟଇଣ୍ଡିଜ ଟେରେଲ ଜନସନ ଡେବ୍ୟୁ ଟେଷ୍ଟର ପ୍ରଥମ ବଲରେ ଉଇକେଟ ନେଇଥିଲେ। […] The post ୮୫ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଘଟିଲା ଏମିତି କାରନାମା appeared first on Dharitri Odia News.

୮୫ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଘଟିଲା ଏମିତି କାରନାମା

ଆଡିଲେଡ,୧୭।୧: ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଶାମର ଜୋସେଫ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଶାମର ଜୋସେଫ ଷ୍ଟିଭ ସ୍ମିଥଙ୍କୁ ତାଙ୍କର ପ୍ରଥମ ବଲରେ ଆଉଟ୍‌ କରିଥିଲେ। ଏହିପରି ଭାବରେ ଶାମର ଜୋସେଫ ଏକ ଚମତ୍କାର ଢଙ୍ଗରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଏଥି ସହିତ ଶାମର ଜୋସେଫ ପ୍ରାୟ ୮୫ ବର୍ଷ ପୁରୁଣା ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି। ୧୯୩୯ ମସିହାରେ ୱେଷ୍ଟଇଣ୍ଡିଜ ଟେରେଲ ଜନସନ ଡେବ୍ୟୁ ଟେଷ୍ଟର ପ୍ରଥମ ବଲରେ ଉଇକେଟ ନେଇଥିଲେ। ବର୍ତ୍ତମାନ ଶାମର ଜୋସେଫ ଡେବ୍ୟୁ ଟେଷ୍ଟର ପ୍ରଥମ ବଲରେ ଷ୍ଟିଭ ସ୍ମିଥଙ୍କୁ ଆଉଟ୍‌ କରିଛନ୍ତି।
ୱେଷ୍ଟଇଣ୍ଡିଜ ଟେରେଲ ଜନସନ ୧୯୩୯ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ବଲରେ ଗୋଟିଏ ଉଇକେଟ ନେଇଥିଲେ। ସେ ଇଂଲଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ବର୍ତ୍ତମାନ ଶାମର ଜୋସେଫ ତାଙ୍କ ଦେଶ ଖେଳାଳି ଟେରେଲ ଜନସନଙ୍କ ପ୍ରାୟ ୮୫ ବର୍ଷ ପୁରୁଣା ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଏହା ବ୍ୟତୀତ ଶାମର ଜୋସେଫ ଟେଷ୍ଟ ଇତିହାସରେ ୨୩ତମ ବୋଲର ହୋଇପାରିଛନ୍ତି, ଯିଏ ମ୍ୟାଚର ପ୍ରଥମ ବଲରେ ଉଇକେଟ ନେଇଛନ୍ତି।
ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ ଦଳ ଆଡିଲେଡ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଇନିଂସକୁ ୧୮୮ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ, ଦିନର ଖେଳ ଶେଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସ୍କୋର ୨ ଉଇକେଟ ପାଇଁ ୫୯ ରନ ଅଟେ।

The post ୮୫ ବର୍ଷ ପରେ ଟେଷ୍ଟ କ୍ରିକେଟରେ ଘଟିଲା ଏମିତି କାରନାମା appeared first on Dharitri Odia News.