ରାଜସ୍ଥାନରେ ଏବେ ୪୧ଟି ଜିଲ୍ଲା, ହଟାଗଲା ଗହଲୋଟ ସରକାର ବଢାଇଥିବା ୧୭ରୁ ୯ ଜିଲ୍ଲା
ଜୟପୁର ୨୮।୧୨: ରାଜସ୍ଥାନର ଭଜନଲାଲ ସରକାର ଶନିବାର କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଗହଲୋଟ ସରକାରରେ ହୋଇଥିବା ୯ ନୂଆ ଜିଲ୍ଲା ସମାପ୍ତ କରିବାକୁ ନିଷ୍ପତ୍ତି ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜସ୍ଥାନର ଜିଲ୍ଲା ସଂଖ୍ୟା ଏବେ ୪୧ ହୋଇଯିବ। ତେବେ ଗହଲୋଟ ସରକାରରେ କରାଯାଇଥିବା ୧୭ ଜିଲ୍ଲାରୁ ୮ ଜିଲ୍ଲା ଯଥାବତ୍ ରହିବ। କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ଯୋଗାରାମ ପଟେଲ ଏହି ସୂଚନା ଦେଇଛନ୍ତି। ପଟେଲ କହିଛନ୍ତି ଯେ ରାଜସ୍ଥାନର ସ୍ଥାପନା ୧୯୫୬ ମସିହାରେ ହୋଇଥିଲା। ଏହା ପରଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ସଂଖ୍ୟା ୨୬ ଥିଲା। ଏହା ପରେ ୭ ନୂଆ ଜିଲ୍ଲା ଗଠନ ହୋଇଥିଲା। ତେବେ ପୂର୍ବବର୍ତ୍ତି ସରକାର ତାଙ୍କ କାର୍ଯ୍ୟକାଳର ଶେଷ ସମୟ ବେଳକୁ ୧୭ ନୂଆ ଜିଲ୍ଲା ଓ ୩ ଡିଭିଜନ ଘୋଷଣା କରିଥିଲେ। ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ସଂହିତା ଘୋଷଣାର ଠିକ୍ ପୂର୍ବରୁ ଗହଲୋଟ ସରକାର ତରବରିଆ ଭାବେ ଏହି ନୂଆ ଜିଲ୍ଲା ସବୁ ଘୋଷଣା କରିଥିଲେ। ଏହି ଜିଲ୍ଲାଗୁଡିକ ବ୍ୟବହାରିକ ନୁହେଁ କି ଜନସଂଖ୍ୟା ଆଧାରିତ ନୁହେଁ। ରାଜସ୍ଥାନରେ ଏବେ ମୋଟ ୪୧ ଜିଲ୍ଲା ଓ ୭ ଡିଭିଜନ ରହିବ। ଯେତେବେଳେ ଗହଲୋଟ ସରକାର ରାଜ୍ୟରେ ନୂଆ ଜିଲ୍ଲା ଘୋଷଣା କରିଥିଲେ ସେତେବେଳର ବିରୋଧୀ ଦଳ ଏ ନେଇ ପ୍ରଶ୍ନ ଉଠାଇଥିଲା। ଏହା ପରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଜିତିବା ପରେ ପ୍ରଥମେ ନୂଆ ଜିଲ୍ଲା ସମୀକ୍ଷାର
ଜୟପୁର ୨୮।୧୨: ରାଜସ୍ଥାନର ଭଜନଲାଲ ସରକାର ଶନିବାର କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଗହଲୋଟ ସରକାରରେ ହୋଇଥିବା ୯ ନୂଆ ଜିଲ୍ଲା ସମାପ୍ତ କରିବାକୁ ନିଷ୍ପତ୍ତି ହୋଇଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜସ୍ଥାନର ଜିଲ୍ଲା ସଂଖ୍ୟା ଏବେ ୪୧ ହୋଇଯିବ। ତେବେ ଗହଲୋଟ ସରକାରରେ କରାଯାଇଥିବା ୧୭ ଜିଲ୍ଲାରୁ ୮ ଜିଲ୍ଲା ଯଥାବତ୍ ରହିବ। କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ଯୋଗାରାମ ପଟେଲ ଏହି ସୂଚନା ଦେଇଛନ୍ତି।
ପଟେଲ କହିଛନ୍ତି ଯେ ରାଜସ୍ଥାନର ସ୍ଥାପନା ୧୯୫୬ ମସିହାରେ ହୋଇଥିଲା। ଏହା ପରଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ସଂଖ୍ୟା ୨୬ ଥିଲା। ଏହା ପରେ ୭ ନୂଆ ଜିଲ୍ଲା ଗଠନ ହୋଇଥିଲା। ତେବେ ପୂର୍ବବର୍ତ୍ତି ସରକାର ତାଙ୍କ କାର୍ଯ୍ୟକାଳର ଶେଷ ସମୟ ବେଳକୁ ୧୭ ନୂଆ ଜିଲ୍ଲା ଓ ୩ ଡିଭିଜନ ଘୋଷଣା କରିଥିଲେ। ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ସଂହିତା ଘୋଷଣାର ଠିକ୍ ପୂର୍ବରୁ ଗହଲୋଟ ସରକାର ତରବରିଆ ଭାବେ ଏହି ନୂଆ ଜିଲ୍ଲା ସବୁ ଘୋଷଣା କରିଥିଲେ। ଏହି ଜିଲ୍ଲାଗୁଡିକ ବ୍ୟବହାରିକ ନୁହେଁ କି ଜନସଂଖ୍ୟା ଆଧାରିତ ନୁହେଁ।
ରାଜସ୍ଥାନରେ ଏବେ ମୋଟ ୪୧ ଜିଲ୍ଲା ଓ ୭ ଡିଭିଜନ ରହିବ। ଯେତେବେଳେ ଗହଲୋଟ ସରକାର ରାଜ୍ୟରେ ନୂଆ ଜିଲ୍ଲା ଘୋଷଣା କରିଥିଲେ ସେତେବେଳର ବିରୋଧୀ ଦଳ ଏ ନେଇ ପ୍ରଶ୍ନ ଉଠାଇଥିଲା। ଏହା ପରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଜିତିବା ପରେ ପ୍ରଥମେ ନୂଆ ଜିଲ୍ଲା ସମୀକ୍ଷାର ନିଷ୍ପତ୍ତି ନେଇଥିଲା। ଏଥି ପାଇଁ ସରକାର ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଲଲିତ କେ. ପମ୍ବାରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ନୂଆ ଜିଲ୍ଲାମାନଙ୍କର ସମୀକ୍ଷା କରିବା ପରେ ତାଙ୍କ ରିପୋର୍ଟ ଦେଇଥିଲେ।