ଅଭୟାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି; କୋଲକାତାରେ ଛାତ୍ର ସଂଘର ‘ନବାନ୍ନ ଅଭିଯାନ’

କୋଲକାତା: ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଲଗାତାର ପ୍ରଦର୍ଶନ ଜାରି ରହିଛି । ଅଭୟାଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି । ଏନେଇ ମଙ୍ଗଳବାର ଆନ୍ଦୋଳନକୁ ଆହୁରି ଜୋରଦାର କରାଯାଇଛି । ଛାତ୍ର ସଂଗଠନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ‘ନବାନ୍ନ ଅଭିଯାନ’ ପାଇଁ ଡାକରା ଦେଇଛି । ହାଓ୍ବଡ଼ା ସ୍ଥିତ ରାଜ୍ୟ ସଚିବାଳୟରେ ଥିବା ନବାନ୍ନ ଭବନ ଅଭିଯାନ ପାଇଁ ଡାକରା ଦେଇଛି ଛାତ୍ର ସଂଗଠନ । ଏହି ଆନ୍ଦୋଳନକୁ ନଜରରେ ରଖି କୋଲକାତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବିଜେପି ଦ୍ବାରା ପ୍ରାୟୋଜିତ ବୋଲି ଟିଏମସି କହିଛି ।   କୋଲକାତା ପୋଲିସର ସୂଚନା ମୁତାବକ, ଛାତ୍ର ସଂଗଠନର ‘ନବାନ୍ନ ଅଭିଯାନ’କୁ ଦୃଷ୍ଟିରେ ରଖି ପୂରା ସହରରେ ୬ ହଜାରରୁ ଅଧିକ ପୋଲିସକର୍ମୀ ମୁତୟନ କରାଯାଇଛି । ମୋଟ୍ ୧୯ଟି ପଏଣ୍ଟରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ପୃଥକ ପୃଥକ ସ୍ଥାନରେ ୫ଟି ଆଲୁମିନିୟମ ବ୍ୟାରିକେଡ୍ ଲଗାଯାଇଛି । ବ୍ୟାରିକେଡ୍ ବ୍ୟବସ୍ଥା ହାଷ୍ଟିଂସ, ଫୁରଲଙ୍ଗ ଗେଟ୍, ଷ୍ଟ୍ରାଣ୍ଡ ରୋଡ୍, ଏବଂ କୋଲକାତା-ହାଓ୍ବଡା ଟ୍ବିନ ସିଟିରେ ରହିବ । ନବାନ୍ନ ଭବନ ବାହାରେ କୋଲକାତା ପୋଲିସ୍ ଏବଂ ହାଓ୍ବଡା ସିଟି ପୋଲିସର ତିନୋଟି ସ୍ତରରେ ସୁରକ୍ଷା ଦାୟିତ୍ବରେ ରହ

ଅଭୟାଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି; କୋଲକାତାରେ ଛାତ୍ର ସଂଘର ‘ନବାନ୍ନ ଅଭିଯାନ’

କୋଲକାତା: ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଲଗାତାର ପ୍ରଦର୍ଶନ ଜାରି ରହିଛି । ଅଭୟାଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି । ଏନେଇ ମଙ୍ଗଳବାର ଆନ୍ଦୋଳନକୁ ଆହୁରି ଜୋରଦାର କରାଯାଇଛି । ଛାତ୍ର ସଂଗଠନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ‘ନବାନ୍ନ ଅଭିଯାନ’ ପାଇଁ ଡାକରା ଦେଇଛି । ହାଓ୍ବଡ଼ା ସ୍ଥିତ ରାଜ୍ୟ ସଚିବାଳୟରେ ଥିବା ନବାନ୍ନ ଭବନ ଅଭିଯାନ ପାଇଁ ଡାକରା ଦେଇଛି ଛାତ୍ର ସଂଗଠନ । ଏହି ଆନ୍ଦୋଳନକୁ ନଜରରେ ରଖି କୋଲକାତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବିଜେପି ଦ୍ବାରା ପ୍ରାୟୋଜିତ ବୋଲି ଟିଏମସି କହିଛି ।   

କୋଲକାତା ପୋଲିସର ସୂଚନା ମୁତାବକ, ଛାତ୍ର ସଂଗଠନର ‘ନବାନ୍ନ ଅଭିଯାନ’କୁ ଦୃଷ୍ଟିରେ ରଖି ପୂରା ସହରରେ ୬ ହଜାରରୁ ଅଧିକ ପୋଲିସକର୍ମୀ ମୁତୟନ କରାଯାଇଛି । ମୋଟ୍ ୧୯ଟି ପଏଣ୍ଟରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ପୃଥକ ପୃଥକ ସ୍ଥାନରେ ୫ଟି ଆଲୁମିନିୟମ ବ୍ୟାରିକେଡ୍ ଲଗାଯାଇଛି । ବ୍ୟାରିକେଡ୍ ବ୍ୟବସ୍ଥା ହାଷ୍ଟିଂସ, ଫୁରଲଙ୍ଗ ଗେଟ୍, ଷ୍ଟ୍ରାଣ୍ଡ ରୋଡ୍, ଏବଂ କୋଲକାତା-ହାଓ୍ବଡା ଟ୍ବିନ ସିଟିରେ ରହିବ । ନବାନ୍ନ ଭବନ ବାହାରେ କୋଲକାତା ପୋଲିସ୍ ଏବଂ ହାଓ୍ବଡା ସିଟି ପୋଲିସର ତିନୋଟି ସ୍ତରରେ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଅଧିକାରୀ ମାନଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି । ଏହାଛଡ଼ା ସିସିଟିଭି ଫୁଟେଜ୍ ଉପରେ ସମସ୍ତଙ୍କ ନଜର ରହିଛି । ୨୬ଜଣ ଡେପୁଟି କମିଶନର ପଦବୀର ପୋଲିସ ଅଧିକାରୀ ବିଭିନ୍ନ ପଏଣ୍ଟରେ ରହିବେ । 

କୋଲକାତାର  ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଆକ୍ରୋଶ ରହିଛି । ଇତିମଧ୍ୟରେ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କର ସୋମବାର ଦ୍ୱିତୀୟ ପର୍ଯ୍ୟାୟ  ପଲିଗ୍ରାଫ୍‌ ପରୀକ୍ଷା କରାଯାଇଛି । ଘୋଷ୍ ବିଗତ ୧୦  ଦିନ ହେଲା ପଚରାଉଚରା ସମୟରେ ପରସ୍ପର ସହିତ  ମେଳ ଖାଉନଥିବା ବୟାନ ଦେଇଥିଲେ । ସେଥିଯୋଗୁ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ପଲିଗ୍ରାଫ୍‌ ପରୀକ୍ଷା ଲାଗି ସିବିଆଇ ନିଷ୍ପତ୍ତି ନେଇଥିଲା । ସିବିଆଇ ଦୁର୍ନୀତି   ଅଭିଯୋଗରେ ମଧ୍ୟ ଘୋଷଙ୍କୁ ପଚରାଉଚରା ଆରମ୍ଭ କରିଛି । ରବିବାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ପ୍ରେସିଡେନ୍ସି ଜେଲ୍‌ରେ ପଲିଗ୍ରାଫ୍‌ ପରୀକ୍ଷା ହୋଇଥିଲା । ସେହି ସମୟରେ ସଞ୍ଜୟ ଏକ ନୂଆ କଥା କହିଥିବା  ସୂଚନା ମିଳିଛି । ସେ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ପୀଡିତାଙ୍କର ମୃତ୍ୟୁ ହୋଇ ସାରିଥିଲା । ତେଣୁ ସେ ଭୟରେ ଦୌଡ଼ି ପଳାଇଥିବା ପ୍ରକାଶ କରିଛି । ଘଟଣାର ପ୍ରତିବାଦରେ ବିଜେପି ୨୮ ତାରିଖରୁ ରାଜ୍ୟବ୍ୟାପୀ  ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି ।  ସେପ୍ଟେମ୍ବର ୪ ତାରିଖ ଯାଏ ଏହି ବିକ୍ଷୋଭ ଜାରି  ରହିବ ।