କରୋନା ସଂକ୍ରମିତ ଅକ୍ଷୟ କୁମାର, ଅନନ୍ତ-ରାଧିକା ବିବାହରେ ହେବେ ନାହିଁ ସାମିଲ
ମୁମ୍ଵାଇ ୧୨।୦୭; ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର। ତାଙ୍କ ଫିଲ୍ମ ସରଫିରା ୧୨ ଜୁଲାଇ ଅର୍ଥାତ୍ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଅଭିନେତା ବହୁତ ଉତ୍ସାହର ସହିତ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ କରିଥିଲେ। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନର ଅନ୍ତିମ ପର୍ଯ୍ୟାୟର ଅଂଶ ହୋଇପାରିବେ ନାହିଁ। ଏଥିସହ ସେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ୱେଡିଂରେ ବି ସାମିଲ ହୋଇପାରିବେ ନାହିଁ । କାହିଁକି ନା ସେ ଏବେ କରୋନା ସଂକ୍ରମିତ । View this post on InstagramA post shared by Instant Bollywood (@instantbollywood)ବର୍ତ୍ତମାନ ଅଭିନେତା ନିଜକୁ ଅଲଗା ରଖିଛନ୍ତି। ଅନନ୍ତ ଅମ୍ବାନୀ ନିଜେ ଅକ୍ଷୟଙ୍କ ଘରେ ପହଞ୍ଚି ତାଙ୍କ ବିବାହକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାର କରୋନାରେ ସଂକ୍ରମିତ ହେବା ପରେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ସୂଚନା ଅନୁଯାୟୀ ଅକ୍ଷୟ କୁମାର ନିଜ ଚଳଚ୍ଚିତ୍ର ସରଫିରା ପ୍ରମୋସନରେ ବହୁତ ବ୍ୟସ୍ତ ଥିଲେ । ଏହି ସମୟରେ ସେ ଅସୁସ୍ଥ ଅନୁଭବ କଲେ। ଯେତେବେଳେ ସେ ବାକି ଦଳରୁ ଜାଣିବାକୁ ପାଇଲେ ଯେ ପ୍ରମୋସନାଲ୍ ଟିମ୍ ସହିତ ଜଡିତ କିଛି ଲୋକ କରୋନା ପଜିଟିଭ୍ ହୋଇଛନ୍ତି । ଅକ୍ଷୟ କୁମାର ମଧ୍ୟ କୋଭିଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ଏବଂ ତାଙ୍କର ଅନୁମାନ ସଠିକ୍ ହେଲା । ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ
ମୁମ୍ଵାଇ ୧୨।୦୭; ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର। ତାଙ୍କ ଫିଲ୍ମ ସରଫିରା ୧୨ ଜୁଲାଇ ଅର୍ଥାତ୍ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଅଭିନେତା ବହୁତ ଉତ୍ସାହର ସହିତ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ କରିଥିଲେ। କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନର ଅନ୍ତିମ ପର୍ଯ୍ୟାୟର ଅଂଶ ହୋଇପାରିବେ ନାହିଁ। ଏଥିସହ ସେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ୱେଡିଂରେ ବି ସାମିଲ ହୋଇପାରିବେ ନାହିଁ । କାହିଁକି ନା ସେ ଏବେ କରୋନା ସଂକ୍ରମିତ ।
ବର୍ତ୍ତମାନ ଅଭିନେତା ନିଜକୁ ଅଲଗା ରଖିଛନ୍ତି। ଅନନ୍ତ ଅମ୍ବାନୀ ନିଜେ ଅକ୍ଷୟଙ୍କ ଘରେ ପହଞ୍ଚି ତାଙ୍କ ବିବାହକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାର କରୋନାରେ ସଂକ୍ରମିତ ହେବା ପରେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ସୂଚନା ଅନୁଯାୟୀ ଅକ୍ଷୟ କୁମାର ନିଜ ଚଳଚ୍ଚିତ୍ର ସରଫିରା ପ୍ରମୋସନରେ ବହୁତ ବ୍ୟସ୍ତ ଥିଲେ । ଏହି ସମୟରେ ସେ ଅସୁସ୍ଥ ଅନୁଭବ କଲେ।
ଯେତେବେଳେ ସେ ବାକି ଦଳରୁ ଜାଣିବାକୁ ପାଇଲେ ଯେ ପ୍ରମୋସନାଲ୍ ଟିମ୍ ସହିତ ଜଡିତ କିଛି ଲୋକ କରୋନା ପଜିଟିଭ୍ ହୋଇଛନ୍ତି । ଅକ୍ଷୟ କୁମାର ମଧ୍ୟ କୋଭିଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ଏବଂ ତାଙ୍କର ଅନୁମାନ ସଠିକ୍ ହେଲା । ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସତର୍କତା ଅବଲମ୍ବନ କରୁଛନ୍ତି। ନିଜକୁ ସମ୍ପୂର୍ଣ୍ଣ ଅଲଗା ରଖିଛନ୍ତି।