ପଦ ଛାଡିଲେ ଶେଖ ହସିନା

ବାଂଲାଦେଶ : ବଙ୍ଗଳାଦେଶରେ ଉଗ୍ର ରୂପ ନେଇଛି ଛାତ୍ର ଆନ୍ଦୋଳନ । ସଂରକ୍ଷଣ ବିରୋଧରେ ଛାତ୍ରଙ୍କ ଆନ୍ଦୋଳନ ଜାରି ରହିଛି । ରବିବାର ସନ୍ଧ୍ୟା ୬ ଟାରୁ ଏପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି । ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦତ୍ୟାଗ କରିଛନ୍ତି । ବାଂଲାଦେଶ ସ୍ଥିତି ଅଣାୟତ୍ତ ହେବା ପରେ ପ୍ରଧାନମନ୍ତ୍ରୀ ପଦ ଛାଡିଛନ୍ତି ଶେଖ ହସିନା । ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ […]

ପଦ ଛାଡିଲେ ଶେଖ ହସିନା
ପଦ ଛାଡିଲେ ଶେଖ ହସିନା

ବାଂଲାଦେଶ : ବଙ୍ଗଳାଦେଶରେ ଉଗ୍ର ରୂପ ନେଇଛି ଛାତ୍ର ଆନ୍ଦୋଳନ । ସଂରକ୍ଷଣ ବିରୋଧରେ ଛାତ୍ରଙ୍କ ଆନ୍ଦୋଳନ ଜାରି ରହିଛି । ରବିବାର ସନ୍ଧ୍ୟା ୬ ଟାରୁ ଏପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିଛି । ଏହାରି ଭିତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦତ୍ୟାଗ କରିଛନ୍ତି । ବାଂଲାଦେଶ ସ୍ଥିତି ଅଣାୟତ୍ତ ହେବା ପରେ ପ୍ରଧାନମନ୍ତ୍ରୀ ପଦ ଛାଡିଛନ୍ତି ଶେଖ ହସିନା । ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ବିକ୍ଷୋଭକାରୀମାନେ ତାଙ୍କ ବାସଭବନକୁ ଧସେଇ ପଶିଛନ୍ତି। ସେ ପଦ ତ୍ୟାଗ କରି ବାଂଲାଦେଶ ଛାଡି ଭାରତ ଆସୁଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସୁରକ୍ଷା ଦୃଷ୍ଟିରୁ ହସିନା ଏବଂ ତାଙ୍କ ଭଉଣୀ ଶେଖ ରୋହାନାଙ୍କୁ ବାସଭବନରୁ ନିରାପଦ ସ୍ଥାନକୁ ନିଆଯାଇଛି। ହସିନା ନିଜ ଭଉଣୀ ସହିତ ବିମାନ ଯୋଗେ ଭାରତ ପଳାଇ ଆସୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ହସିନାଙ୍କ ଇସ୍ତଫାର କିଛି ସମୟ ପରେ ଦେଶର ସେନା କ୍ଷମତା ହାତକୁ ନେଇପାରେ। ଏ ସମ୍ପର୍କରେ ଖୁବଶୀଘ୍ର ସେନା ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ରବିବାର ସକାଳେ ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ବିକ୍ଷୋଭକାରୀ ଏବଂ ଶାସକ ଦଳର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଏହି ସଂଘର୍ଷରେ ଅତି କମ୍‌ରେ ୧୪ ଜଣ ପୁଲିସ୍‌ କର୍ମଚାରୀଙ୍କ ସମେତ ଅତିକମରେ ୯୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହିତ ଶହ ଶହ ଲୋକ ଆହତ ହୋଇଥିଲେ। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ଅତି କମରେ ୩୦୦ ଲୋକ ପ୍ରାଣ ହରାଇଛନ୍ତି। ତେବେ ନେଇ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।