ନୀତିକାନ୍ତିରେ ବିଭ୍ରାଟ ହେଲେ କଠୋର କାର୍ଯ୍ୟାନୁଷ୍ଠାନ – ଆଇନମନ୍ତ୍ରୀ

ପୁରୀ : ଆଇନ ମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ ହେଲେ ନିଆଯିବ ଦୃଢ ପଦକ୍ଷେପ । ଶ୍ରୀମନ୍ଦିରରେ ଲୁହା କଢେଇରେ ରୋଷେଇ ହେବା ଘଟଣା ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ୍‌‌ ହରିଚନ୍ଦନ। ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଯେ କେହି ବି ହୁଅନ୍ତୁ, ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।’ଏହା ବାବଦରେ ସମୀକ୍ଷା କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ଯାହା ପଦକ୍ଷେପ ନେବା କଥା ନେବ। ଯଦି କାହାର ଭୁଲ […]

ନୀତିକାନ୍ତିରେ ବିଭ୍ରାଟ ହେଲେ କଠୋର କାର୍ଯ୍ୟାନୁଷ୍ଠାନ – ଆଇନମନ୍ତ୍ରୀ
ନୀତିକାନ୍ତିରେ ବିଭ୍ରାଟ ହେଲେ କଠୋର କାର୍ଯ୍ୟାନୁଷ୍ଠାନ - ଆଇନମନ୍ତ୍ରୀ

ପୁରୀ : ଆଇନ ମନ୍ତ୍ରୀଙ୍କ କଡା ଆଭିମୁଖ୍ୟ । ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ ହେଲେ ନିଆଯିବ ଦୃଢ ପଦକ୍ଷେପ । ଶ୍ରୀମନ୍ଦିରରେ ଲୁହା କଢେଇରେ ରୋଷେଇ ହେବା ଘଟଣା ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ୍‌‌ ହରିଚନ୍ଦନ। ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଯେ କେହି ବି ହୁଅନ୍ତୁ, ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।’ଏହା ବାବଦରେ ସମୀକ୍ଷା କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ଯାହା ପଦକ୍ଷେପ ନେବା କଥା ନେବ। ଯଦି କାହାର ଭୁଲ ଥିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ଏହାସହିତ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଉଁମାନେ ବିଭ୍ରାଟ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି।

ସୂଚନାନୁସାରେ,ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ରୋଷ ଘରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ତଦନ୍ତ ସହ କଡ଼େଇ ଜବତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବାରଣ ସତ୍ତ୍ୱେ କୋଠଭୋଗ ରୋଷ ଘରେ ଏହି ତିନି ସୁପକାର ଲୁହା କଡ଼େଇ ବ୍ୟବହାର କରି ଅନ୍ନ, ଡାଲି ରୋଷେଇ କରିଥିଲେ। ଏହାକୁ ନେଇ ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା ।