ବ୍ଲକ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର: ସମିତି ସଭ୍ୟ-ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌

ପୁରୁଷୋତ୍ତମପୁର,୩୦।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ସୋମବାର ରଣକ୍ଷେତ୍ର ପାଲଟିଛି। ଭୀମପୁର ପଞ୍ଚାୟତ ଚାଟମୁଣ୍ଡୁଳୀ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ନିର୍ମାଣର ବିଲକୁ ନେଇ ସମିତି ସଭ୍ୟ ଜଗନ୍ନାଥ ପାତ୍ରଙ୍କ ସହ କୋଳାସିଙ୍ଗି ଗ୍ରାମର ନିଗମାନନ୍ଦ ପଣ୍ଡା ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଯନ୍ତ୍ରୀଙ୍କ ପ୍ରକୋଷ୍ଠରେ ମାରପିଟ ହୋଇଛି। କାର୍ଯ୍ୟାଳୟ ଭିତରେ ଏହି ଘଟଣାକୁ ଦେଖି ଦୂରଦୂରାନ୍ତରୁ ନିଜ ନିଜର କାର୍ଯ୍ୟ ନେଇ ଆସିଥିବା ଲୋକେ ସେମାନଙ୍କ କାର୍ଯ୍ୟକରିବା ବଦଳରେ ଭୟଭୀତ ହୋଇ ନିରାଶରେ […] The post ବ୍ଲକ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର: ସମିତି ସଭ୍ୟ-ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ appeared first on Dharitri Odia News.

ବ୍ଲକ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର: ସମିତି ସଭ୍ୟ-ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌

ପୁରୁଷୋତ୍ତମପୁର,୩୦।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ସୋମବାର ରଣକ୍ଷେତ୍ର ପାଲଟିଛି। ଭୀମପୁର ପଞ୍ଚାୟତ ଚାଟମୁଣ୍ଡୁଳୀ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ନିର୍ମାଣର ବିଲକୁ ନେଇ ସମିତି ସଭ୍ୟ ଜଗନ୍ନାଥ ପାତ୍ରଙ୍କ ସହ କୋଳାସିଙ୍ଗି ଗ୍ରାମର ନିଗମାନନ୍ଦ ପଣ୍ଡା ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଯନ୍ତ୍ରୀଙ୍କ ପ୍ରକୋଷ୍ଠରେ ମାରପିଟ ହୋଇଛି। କାର୍ଯ୍ୟାଳୟ ଭିତରେ ଏହି ଘଟଣାକୁ ଦେଖି ଦୂରଦୂରାନ୍ତରୁ ନିଜ ନିଜର କାର୍ଯ୍ୟ ନେଇ ଆସିଥିବା ଲୋକେ ସେମାନଙ୍କ କାର୍ଯ୍ୟକରିବା ବଦଳରେ ଭୟଭୀତ ହୋଇ ନିରାଶରେ ଫେରିଯାଇଛନ୍ତି।

ଗୋଟେ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଏପରି ଅଶୋଭନୀୟ କାଣ୍ଡକୁ ଘଟାଇବାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ତୁରନ୍ତ ପ୍ରଶାସନ ଏବଂ ପୋଲିସ ଏଥିପ୍ରତି ହସ୍ତକ୍ଷେପ କରି ଏଭଳି କାର୍ଯ୍ୟ ଘଟାଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

The post ବ୍ଲକ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର: ସମିତି ସଭ୍ୟ-ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ appeared first on Dharitri Odia News.