ବେଲ ଗଛର ବାସ୍ତୁ ମହତ୍ତ୍ୱ …
ବେଲପତ୍ରକୁ ଭଗବାନ ଶିବଙ୍କର ତିନି ନେତ୍ରର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ତ ଏହି ପତ୍ର ମହାଦେବଙ୍କର ଅତି ପ୍ରିୟ ହୋଇଥାଏ। ମାନ୍ୟତା ରହିଛି, ଯେଉଁ ସ୍ଥାନରେ ବେଲଗଛଟିଏ ଥାଏ, ତାହା କାଶୀତୀର୍ଥସମ ପବିତ୍ର ତଥା ପୂଜନୀୟସ୍ଥଳ ପାଲଟିଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ବି, ଯଦି କୌଣସି ବ୍ୟକ୍ତି ପବିତ୍ର ମନରେ ବେଲ ଗଛଟିଏ ଲଗାଇଥାନ୍ତି, ତା’ହେଲେ ତାଙ୍କୁ ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ। ଖାସ୍କରି ଘରର ଅଗଣା କିମ୍ବା ବଗିଚାରେ ବେଲଗଛଟିଏ ଲଗାଇଲେ ନକରାତ୍ମକ ଶକ୍ତି ନଷ୍ଟ […] The post ବେଲ ଗଛର ବାସ୍ତୁ ମହତ୍ତ୍ୱ … appeared first on Dharitri Odia News.
ବେଲପତ୍ରକୁ ଭଗବାନ ଶିବଙ୍କର ତିନି ନେତ୍ରର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ତ ଏହି ପତ୍ର ମହାଦେବଙ୍କର ଅତି ପ୍ରିୟ ହୋଇଥାଏ। ମାନ୍ୟତା ରହିଛି, ଯେଉଁ ସ୍ଥାନରେ ବେଲଗଛଟିଏ ଥାଏ, ତାହା କାଶୀତୀର୍ଥସମ ପବିତ୍ର ତଥା ପୂଜନୀୟସ୍ଥଳ ପାଲଟିଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ବି, ଯଦି କୌଣସି ବ୍ୟକ୍ତି ପବିତ୍ର ମନରେ ବେଲ ଗଛଟିଏ ଲଗାଇଥାନ୍ତି, ତା’ହେଲେ ତାଙ୍କୁ ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ। ଖାସ୍କରି ଘରର ଅଗଣା କିମ୍ବା ବଗିଚାରେ ବେଲଗଛଟିଏ ଲଗାଇଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଘରର ବାତାବରଣ ଶୁଦ୍ଧ ହେବା ସହ ଗୃହ କଳହରୁ ଏହା ରକ୍ଷା କରିଥାଏ। ତା’ଛଡ଼ା ଘର ସଦସ୍ୟଙ୍କର ମାନସମ୍ମାନ ବଢାଇବାରେ ବି ଏହି ଗଛ ଅନେକ ସାହାଯ୍ୟ କରେ। ସେହିପରି କୁହାଯାଏ, ଘରର ଉତ୍ତର ପଶ୍ଚିମ ଦିଗରେ ବେଲଗଛଟିଏ ଲଗାଇଲେ ଯଶ ବଢିବା ସହ କରଜରୁ ଶୀଘ୍ର ମୁକ୍ତି ପାଇବାର ଉପାୟ ମିଳିଥାଏ। ଉତ୍ତର-ପୂର୍ବ ଦିଗରେ ଗଛ ଲଗାଇଲେ ସୁଖଶାନ୍ତି ବୃଦ୍ଧିପାଏ। ଅନ୍ୟପକ୍ଷେ ବାସସ୍ଥାନର ଠିକ୍ ମଝି ଅଂଶରେ ଏହି ଗଛ ଲାଗିଥିଲେ, ଜୀବନରେ ମଧୁରତା ଆସିଥାଏ। ଏହାଛଡ଼ା ଘର ଅଗଣାରେ ବେଲଗଛଟିଏ ଲଗାଇ ତାହାକୁ ନିୟମିତ ପୂଜା କଲେ ସନ୍ତାନ ପ୍ରାପ୍ତିର ସୁଖ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ସେହିପରି ଘରର ଆଖପାଖ ଅଞ୍ଚଳରେ ବେଲଗଛଟିଏ ଥିଲେ, ସାପ ତଥା ଅନ୍ୟ ବିଷାକ୍ତ ଜୀବଜନ୍ତୁ ପାଖ ମାଡନ୍ତି ନାହିଁ ବୋଲି ଲୋକେ ବିଶ୍ୱାସ କରିଥାନ୍ତି।
The post ବେଲ ଗଛର ବାସ୍ତୁ ମହତ୍ତ୍ୱ … appeared first on Dharitri Odia News.