ବର୍ଷା ସାଜିଲା ଭିଲିଆନ୍‌: ଅଧାରେ ଅଟକିଲା ଖେଳ

କାନପୁର,୨୭।୯: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍‌ରେ ବର୍ଷା ଭିଲିଆନ୍‌ ସାଜିଛି। ଭାରତ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ବାଂଲାଦେଶୀ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ତେବେ କିଛି ସମୟ ପରେ ସେଠାରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଛାଡିବା ପରେ ଖେଳ ଆରମ୍ଭ ହେବାରୁ ଖରାପ ଆଲୋକ ଯୋଗୁ ଖେଳ ବନ୍ଦ ହୋଇଯାଇଥିଲା। ଏବେ […] The post ବର୍ଷା ସାଜିଲା ଭିଲିଆନ୍‌: ଅଧାରେ ଅଟକିଲା ଖେଳ appeared first on Dharitri Odia News.

ବର୍ଷା ସାଜିଲା ଭିଲିଆନ୍‌: ଅଧାରେ ଅଟକିଲା ଖେଳ

କାନପୁର,୨୭।୯: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍‌ରେ ବର୍ଷା ଭିଲିଆନ୍‌ ସାଜିଛି। ଭାରତ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ବାଂଲାଦେଶୀ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ତେବେ କିଛି ସମୟ ପରେ ସେଠାରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଛାଡିବା ପରେ ଖେଳ ଆରମ୍ଭ ହେବାରୁ ଖରାପ ଆଲୋକ ଯୋଗୁ ଖେଳ ବନ୍ଦ ହୋଇଯାଇଥିଲା। ଏବେ କାନପୁରରେ ବର୍ଷା ହେଉଥିବାରୁ ଖେଳ ବନ୍ଦ ରହିଛି। ଖେଳ ବନ୍ଦ ହେବା ବେଳକୁ ବାଂଲାଦେଶ ୩ ଉଇକେଟ୍‌ ହରାଇ ୧୦୭ ରନ୍‌ କରିଛି। ବାଂଲାଦେଶ ପକ୍ଷରୁ ମୋମିନୁଲ୍‌ ହକ୍‌ ୪୦ ରନ୍‌ କରିଥିଲେ। ସେହିପରି ଶଦମାନ ଇସଲାମ ୨୪ ରନ୍‌ କରିଥିବାବେଳେ ନଜମୁଲହୁସେନ୍‌ ସାଣ୍ଟୋ ୩୧ ରନ୍‌ କରିଥିଲେ। ଭାରତ ପକ୍ଷରୁ ଆକାଶ ଦୀପ ୨ଟି ଉଇକେଟ୍‌ ନେଇଥିବାବେଳେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଗୋଟିଏ ଉଇକେଟ୍‌ ନେଇଛନ୍ତି। ଏପର୍ଯ୍ୟନ୍ତ ମାତ୍ର ୩୫ ଓଭର ଖେଳ ହୋଇଛି।

ବର୍ତ୍ତମାନ ସିରିଜରେ ୧-୦ରେ ଆଗୁଆ ରହିଛି। ରୋହିତ ଏବଂ କମ୍ପାନୀ ପ୍ରଥମ ମ୍ୟାଚକୁ ୨୮୦ ରନରେ ଜିତିଥିଲେ। ଏଥି ସହିତ ବାଂଲାଦେଶ ପାଇଁ ମଧ୍ୟ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଦୌଡ଼ରେ ରହିବାକୁ ବାଂଲାଦେଶକୁ ଯେକୌଣସି ମୂଲ୍ୟରେ ବିଜୟ ଆବଶ୍ୟକ।

The post ବର୍ଷା ସାଜିଲା ଭିଲିଆନ୍‌: ଅଧାରେ ଅଟକିଲା ଖେଳ appeared first on Dharitri Odia News.