ଟ୍ରେନ୍ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା
ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ଜିଲା ସିଙ୍ଗାପୁରୁ ରୋଡ୍ ରେଳ ଷ୍ଟେଶନରେ ଅଘଟଣ, ଚଳନ୍ତା ଟ୍ରେନ୍ରେ ଚଢ଼ିବା ସମୟରେ ଏହି ଅଘଟଣ ଘଟିଛି। କରବା ଏକ୍ସପ୍ରେସ୍ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇପଡ଼ିଛନ୍ତି। ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡ଼ା […] The post ଟ୍ରେନ୍ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା appeared first on Dharitri Odia News.
ରାୟଗଡ଼ା,୧୮ା୧୦(ଆଶିଷ ରଞ୍ଜନ ପଣ୍ଡା): ଚଳନ୍ତା ଟ୍ରେନ୍ରେ ଚଢ଼ିବା ବେଳେ ଅଘଟଣ ଘଟିଛି। କରବା ଏକ୍ସପ୍ରେସରେ ଚାପି ହୋଇ ମା ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ଜିଲା ସିଙ୍ଗାପୁରୁ ରୋଡ୍ ରେଳ ଷ୍ଟେଶନରେ ଅଘଟଣ, ଚଳନ୍ତା ଟ୍ରେନ୍ରେ ଚଢ଼ିବା ସମୟରେ ଏହି ଅଘଟଣ ଘଟିଛି। କରବା ଏକ୍ସପ୍ରେସ୍ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇପଡ଼ିଛନ୍ତି। ଉଭୟଙ୍କୁ ପ୍ରଥମେ ରେଳ ବିଭାଗ ପୋଲିସ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ମା’ ରତିକା ଚନ୍ଦନାଙ୍କର ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମଗୋଡ଼ ଭାଙ୍ଗିଯାଇଛି। ତାଙ୍କର ୪ ବର୍ଷର ଶିଶୁକନ୍ୟା ହସ୍ତିନା ଚନ୍ଦନାଙ୍କର ଡାହାଣ ହାତ ଓ ଗୋଡ଼ କଟିଯାଇଛି। ସ୍ବାମୀ ଚୈତନ୍ୟ ଚନ୍ଦନା ସ୍ତ୍ରୀ ପିଲାଙ୍କୁ ଧରି ଟିଟିଲାଗଡ଼ କାନିଝୁରିରୁ ଦୁଇଦିନ ତଳୁ ରାୟଗଡ଼ା ପେଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜିଞ୍ଜିଲିବାଡ଼ି ସମ୍ପର୍କୀୟଙ୍କ ଦଶକାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଆସିଥିଲେ। ଆଜି ଫେରିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ।
The post ଟ୍ରେନ୍ରେ ଚଢ଼ିବା ସମୟରେ ଅଘଟଣ: ମା’ ସହ ଖସିପଡ଼ିଲେ ୪ ବର୍ଷର ଶିଶୁକନ୍ୟା appeared first on Dharitri Odia News.