କିଏ ଡାଇମଣ୍ଡର ପର୍ସ ତ...ଆଉ କିଏ ସ୍ପୋର୍ଟସ୍‌ କାର୍‌, ଅନନ୍ତ-ରାଧିକା ଦାମୀ ଗିଫ୍ଟ କଣ ?

ନୂଆଦିଲ୍ଲୀ ୧୨।୦୩ : ଖୁବ୍ ଧୁମଧାମରେ ହୋଇଥିଲା ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍‌ । ମାର୍ଚ୍ଚ ୧ ରୁ ୩ ତାରିଖ ଯାଏଁ ଗୁଜୁରାଟର ଜାମନଗରରେ ଚାଲିଥିଲା ଉତ୍ସବ । ସେଲିବ୍ରେସନ୍ ପାର୍ଟିରେ ଦେଶ ବିଦେଶର ବଡ ବଡ ସେଲିବ୍ରେଟି ଆସିଥିଲେ । ଏହି ତାରକାମାନେ କେବଳ ନିଜ ପର୍ଫମାନ୍ସରେ କପଲ୍‌ଙ୍କ ଫଙ୍କସନ୍‌କୁ ସ୍ମରଣୀୟ କରିନଥିଲେ ବରଂ ସେମାନଙ୍କୁ ବେଶ୍ ଦାମୀ ଉପହାର ମଧ୍ୟ ଦେଇଥିଲେ । ଜାଣନ୍ତି କି କେଉଁ ସେଲିବ୍ରେଟି ଅମ୍ବାନୀ ଦମ୍ପତ୍ତିକୁ କଣ ଦେଇଛନ୍ତି ଗିଫ୍ଟ ? ଆସନ୍ତୁ ଜାଣିବା...ଅଭିନେତା ବିକି କୌଶଲ ଏବଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ । ଅନନ୍ତ ଏବଂ ରାଧିକାଙ୍କୁ ଏକ ଲଗଜୁରୀ ବ୍ରେସଲେଟ୍ ଏବଂ ଡାଇମଣ୍ଡ ନେକଲେସ୍‌ ଗିଫ୍ଟ କରିଛନ୍ତି  ଭିକି-କ୍ୟାଟ୍ରିନା।ଇଶା ଅମ୍ବାନୀଙ୍କ ପିଲାଦିନର ବନ୍ଧୁ ହେଉଛନ୍ତି କିଆରା ଆଡଭାନୀ । କିଆରା ତାଙ୍କ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବିଡିଙ୍ଗ୍‌କୁ ଯାଇଥିଲେ । ଖବର ଅନୁଯାୟୀ ଏହି ଦମ୍ପତି ଅମ୍ବାନୀ କପଲ୍‌ଙ୍କ ପାଇଁ ଡାଇମଣ୍ଡର ଗଣେଶ ଓ ଲକ୍ଷ୍ମୀ ଗିଫ୍ଟ ନେଇ ପାର୍ଟିରେ ପହଞ୍ଚିଥିଲେ । ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବିଡିଙ୍ଗ୍‌କୁ ଯାଇଥିବା ସେଲିବ୍ରେଟିଙ୍କ ଲିଷ୍ଟରେ ଅଛନ୍ତି ସାହିଦ କପୁର ଏବଂ ମୀରା କପୁର । ସେ ରାଧିକାଙ୍କୁ ଏକ ଲଗଜୁରୀ ଡାଇମଣ୍ଡ ନେକଲେସ୍‌ ଏବଂ ଅନନ୍ତ ଅମ

କିଏ ଡାଇମଣ୍ଡର ପର୍ସ ତ...ଆଉ କିଏ ସ୍ପୋର୍ଟସ୍‌ କାର୍‌, ଅନନ୍ତ-ରାଧିକା ଦାମୀ ଗିଫ୍ଟ କଣ ?

ନୂଆଦିଲ୍ଲୀ ୧୨।୦୩ : ଖୁବ୍ ଧୁମଧାମରେ ହୋଇଥିଲା ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍‌ । ମାର୍ଚ୍ଚ ୧ ରୁ ୩ ତାରିଖ ଯାଏଁ ଗୁଜୁରାଟର ଜାମନଗରରେ ଚାଲିଥିଲା ଉତ୍ସବ । ସେଲିବ୍ରେସନ୍ ପାର୍ଟିରେ ଦେଶ ବିଦେଶର ବଡ ବଡ ସେଲିବ୍ରେଟି ଆସିଥିଲେ । ଏହି ତାରକାମାନେ କେବଳ ନିଜ ପର୍ଫମାନ୍ସରେ କପଲ୍‌ଙ୍କ ଫଙ୍କସନ୍‌କୁ ସ୍ମରଣୀୟ କରିନଥିଲେ ବରଂ ସେମାନଙ୍କୁ ବେଶ୍ ଦାମୀ ଉପହାର ମଧ୍ୟ ଦେଇଥିଲେ । ଜାଣନ୍ତି କି କେଉଁ ସେଲିବ୍ରେଟି ଅମ୍ବାନୀ ଦମ୍ପତ୍ତିକୁ କଣ ଦେଇଛନ୍ତି ଗିଫ୍ଟ ? ଆସନ୍ତୁ ଜାଣିବା...

ଅଭିନେତା ବିକି କୌଶଲ ଏବଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ । ଅନନ୍ତ ଏବଂ ରାଧିକାଙ୍କୁ ଏକ ଲଗଜୁରୀ ବ୍ରେସଲେଟ୍ ଏବଂ ଡାଇମଣ୍ଡ ନେକଲେସ୍‌ ଗିଫ୍ଟ କରିଛନ୍ତି  ଭିକି-କ୍ୟାଟ୍ରିନା।

ଇଶା ଅମ୍ବାନୀଙ୍କ ପିଲାଦିନର ବନ୍ଧୁ ହେଉଛନ୍ତି କିଆରା ଆଡଭାନୀ । କିଆରା ତାଙ୍କ ସ୍ୱାମୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବିଡିଙ୍ଗ୍‌କୁ ଯାଇଥିଲେ । ଖବର ଅନୁଯାୟୀ ଏହି ଦମ୍ପତି ଅମ୍ବାନୀ କପଲ୍‌ଙ୍କ ପାଇଁ ଡାଇମଣ୍ଡର ଗଣେଶ ଓ ଲକ୍ଷ୍ମୀ ଗିଫ୍ଟ ନେଇ ପାର୍ଟିରେ ପହଞ୍ଚିଥିଲେ । 

ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବିଡିଙ୍ଗ୍‌କୁ ଯାଇଥିବା ସେଲିବ୍ରେଟିଙ୍କ ଲିଷ୍ଟରେ ଅଛନ୍ତି ସାହିଦ କପୁର ଏବଂ ମୀରା କପୁର । ସେ ରାଧିକାଙ୍କୁ ଏକ ଲଗଜୁରୀ ଡାଇମଣ୍ଡ ନେକଲେସ୍‌ ଏବଂ ଅନନ୍ତ ଅମ୍ବାନୀଙ୍କୁ ଏକ ଏକ୍ସପେନସିଭ୍‌ ପଫ୍ୟୁମ୍‌ ଗିଫ୍ଟ କରିଛନ୍ତି । 

ରଣବୀର ଏବଂ ଆଲିଆ ନିଜ ଝିଅ ରାହା ସହ ଅନନ୍ତ-ରାଧିକାଙ୍କ ପ୍ରି-ଓ୍ବେଡିଙ୍ଗ ଫଙ୍କସନ୍‌ରେ ପହଞ୍ଚିଥିଲେ । ଖବର ଅନୁଯାୟୀ ଦମ୍ପତି ରାଧିକା ମର୍ଚାଣ୍ଟଙ୍କୁ ଗୁଚି ବ୍ରାଣ୍ଡର ଏକ ମହଙ୍ଗା ଡାଇମଣ୍ଡ ପର୍ସ ଏବଂ ଅନନ୍ତଙ୍କୁ ଜୋର୍ଡାନର ସବୁଠାରୁ ମହଙ୍ଗା ଜୋତା ସେଟ୍ ଦେଇଛନ୍ତି।

ନିଜର ଦମଦାର୍‌ ପର୍ଫମାନ୍ସରେ ଅନନ୍ତ-ରାଧିକାଙ୍କ ପ୍ରି-ଓ୍ବେଡିଙ୍ଗ୍ ଫଙ୍କସନ୍‌ରେ ଚାରଚାନ୍ଦ ଲଗାଇଥିଲେ ଦୀପଭୀର । ସାନ ଅମ୍ବାନୀ ଦମ୍ପତ୍ତିଙ୍କୁ ଏକ ଲଗଜୁରୀ ବ୍ରାଣ୍ଡର ଡାଇମଣ୍ଡ ଜଡିତ ଏକ କପଲ୍‌ ଓ୍ବାଚ୍‌ ସେଟ୍‌ ଦେଇଛନ୍ତି । 

ବଲିଉଡର କିଙ୍ଗଖାନ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ ମଧ୍ୟ ଅମ୍ବାନୀ ଫଙ୍କସନ୍‌ରେ ଯୋଗ ଦେଇଥିଲେ । କିଙ୍ଗଖାନ ଅନନ୍ତ ଅମ୍ବାନୀଙ୍କୁ ୫ କୋଟିର ଏକ ଲଗଜୁରୀ ସ୍ପୋର୍ଟସ୍‌ କାର୍‌ ଗିଫ୍ଟ କରିଛନ୍ତି । 

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ମଧ୍ୟ ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବେଡିଂରେ ଯୋଗ ଦେଇଥିଲେ । ଅଭିନେତା ଅନନ୍ତଙ୍କୁ ପଟେକ ଫିଲିପ ବ୍ରାଣ୍ଡର କଷ୍ଟୋମାଇଜଡ୍ ଲଗଜୁରୀ ଘଣ୍ଟା ଏବଂ ରାଧିକାଙ୍କୁ ଏକ ଡାଇମଣ୍ଡ ଇଅରିଙ୍ଗ୍‌ ଦେଇଛନ୍ତି । ତେବେ ଏତିକିରେ ଗିଫ୍ଟ ଲିଷ୍ଟ ଶେଷ ହେଉନି । ଆହୁରି ବହୁତ କିଛି ମିଳିଛି ଗିଫ୍ଟ । କିନ୍ତୁ ଏହାର କିଛି ଖାସ୍‌ ତଥ୍ୟ ସାମ୍ନକୁ ଆସିପାରି ନାହିଁ ।