ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ। କିନ୍ତୁ ଜରୁରୀ ନୁହେଁ, ସବୁ ଲୋକଙ୍କୁ ସମାନ ମାତ୍ରାର ପାଣି ପିଇବା ଦରକାର। ଶରୀରର ଆବଶ୍ୟକତା ଅନୁଯାୟୀ, ଯାହାକୁ ଯେତିକି ଦରକାର ସିଏ ସେତିକି ପାଣି ପିଇପାରିବେ। ସେହିପରି ଏମିତି କିଛି ଖାଦ୍ୟ ବି ରହିଛି; ଯାହାକୁ ଖାଇ ସାରିବା ପରେ ପାଣି ପିଇବା ମଧ୍ୟ ଆଦୌ ଠିକ୍‌ ନୁହେଁ। […] The post ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ… appeared first on Dharitri Odia News.

ଏସବୁ  ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ। କିନ୍ତୁ ଜରୁରୀ ନୁହେଁ, ସବୁ ଲୋକଙ୍କୁ ସମାନ ମାତ୍ରାର ପାଣି ପିଇବା ଦରକାର। ଶରୀରର ଆବଶ୍ୟକତା ଅନୁଯାୟୀ, ଯାହାକୁ ଯେତିକି ଦରକାର ସିଏ ସେତିକି ପାଣି ପିଇପାରିବେ। ସେହିପରି ଏମିତି କିଛି ଖାଦ୍ୟ ବି ରହିଛି; ଯାହାକୁ ଖାଇ ସାରିବା ପରେ ପାଣି ପିଇବା ମଧ୍ୟ ଆଦୌ ଠିକ୍‌ ନୁହେଁ। ଯେମିତିକି:

* ଚଣା ଭଜା ଖାଇବା ପରେ ସାଙ୍ଗେ ସାଙ୍ଗେ ଆଦୌ ପାଣି ପିଇବେ ନାହିଁ। କାରଣ ପାଣି ପିଇଦେଲେ ଚଣା ଠିକ୍‌ରେ ହଜମ ହୁଏନାହିଁ; ଯଦ୍ଦ୍ବାରା ପେଟ ଦରଜ ସମସ୍ୟା ଦେଖାଯିବ।

* ସେହିପରି ପିଜୁଳି ଖାଇବା ପରେ ମଧ୍ୟ ପାଣି ପିଇବା ଠିକ୍‌ ନୁହେଁ। ଏହା ଗ୍ୟାସ ସମସ୍ୟାକୁ ଡାକି ଆଣିଥାଏ।

* ଅନ୍ୟପକ୍ଷେ ଆଇସ୍‌କ୍ରିମ୍‌ ଖାଇବା ପରେ ବି ପାଣି ପିଇଲେ ତଣ୍ଟି ଦରଜ ହେବା ସହ ଦାନ୍ତରେ ସେନ୍‌ସେଶନ୍‌ ସମସ୍ୟା ଦେଖାଯାଇଥାଏ।

* ଏହାଛଡ଼ା ଯେଉଁ ଫଳରେ ଜଳୀୟ ଅଂଶ ଅଧିକ ଥାଏ ଯଥା: କମଳା, କାକୁଡି, ଷ୍ଟବେରୀ, ତରଭୁଜ, ଖରଭୁଜ ଇତ୍ୟାଦି ଖାଇବା ପରେ ଆଦୌ ପାଣି ପିଅନ୍ତୁ ନାହିଁ।

The post ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ… appeared first on Dharitri Odia News.