‘ରାଜନୀତିରେ ଏଣ୍ଟ୍ରି କଲେ ମୋତେ ଗୁଳି କରିଦେବେ’, ଏପରି ସାଂଘାତିକ କଥା କାହିଁକି କହିଲେ ରବିନା ଟଣ୍ଡନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ସୁନ୍ଦରୀ ରବିନା ଟଣ୍ଡନ । ନିକଟରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କାହିଁକି ରାଜନୀତିରେ ପ୍ରବେଶ କରିପାରି ନାହାନ୍ତି ସେ ବିଷୟରେ କହୁଛନ୍ତି। ରବିନା ଭିଡିଓରେ କହିଛନ୍ତି ଯେ, ତାଙ୍କର ସଚ୍ଚୋଟତା ଓ ଭୁଲକୁ ସହ୍ୟ କରିପାରୁ ନ ଥିବାରୁ ରାଜନୀତିରେ ରହିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥାନ୍ତା। ସେ ଆହୁରି କହିଛନ୍ତି, ମୁଁ ସତକୁ ମିଛରେ ପରିବର୍ତ୍ତନ କରିପାରିବି ନାହିଁ। ଏହା ମୋ […] The post ‘ରାଜନୀତିରେ ଏଣ୍ଟ୍ରି କଲେ ମୋତେ ଗୁଳି କରିଦେବେ’, ଏପରି ସାଂଘାତିକ କଥା କାହିଁକି କହିଲେ ରବିନା ଟଣ୍ଡନ appeared first on Dharitri Odia News.

‘ରାଜନୀତିରେ ଏଣ୍ଟ୍ରି କଲେ ମୋତେ ଗୁଳି କରିଦେବେ’, ଏପରି ସାଂଘାତିକ କଥା କାହିଁକି କହିଲେ ରବିନା ଟଣ୍ଡନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ସୁନ୍ଦରୀ ରବିନା ଟଣ୍ଡନ । ନିକଟରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କାହିଁକି ରାଜନୀତିରେ ପ୍ରବେଶ କରିପାରି ନାହାନ୍ତି ସେ ବିଷୟରେ କହୁଛନ୍ତି। ରବିନା ଭିଡିଓରେ କହିଛନ୍ତି ଯେ, ତାଙ୍କର ସଚ୍ଚୋଟତା ଓ ଭୁଲକୁ ସହ୍ୟ କରିପାରୁ ନ ଥିବାରୁ ରାଜନୀତିରେ ରହିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥାନ୍ତା।

ସେ ଆହୁରି କହିଛନ୍ତି, ମୁଁ ସତକୁ ମିଛରେ ପରିବର୍ତ୍ତନ କରିପାରିବି ନାହିଁ। ଏହା ମୋ ପାଇଁ କଷ୍ଟସାଧ୍ୟ ହୋଇଯାଏ କାରଣ ଯାହାକୁ ମୁଁ ନାପସନ୍ଦ କରେ ତାହା ମୋ ମୁହଁରେ ପ୍ରତିଫଳିତ ହୁଏ ଏବଂ ତା’ପରେ ମୁଁ ଏହା ପାଇଁ ଝଗଡା ଆରମ୍ଭ କରେ। ଆଜିର ଦୁନିଆରେ ସଚ୍ଚୋଟତା ବୋଧହୁଏ ସର୍ବୋତ୍ତମ ନୀତି ନୁହେଁ। ଯେଉଁ ଦିନ ମୁଁ ରାଜନୀତିରେ ପ୍ରବେଶ କରିବି, ମୋର ବ୍ୟବହାର ପାଇଁ କେହି ଜଣେ ମୋତେ ଗୁଳି କରି ଦେବ।

କହିରଖୁଛୁ କି, ଏହି ଭିଡିଓଟି ୨୦୨୨ ମସିହାର ଅଟେ। ଏଥିରେ ୟୁଜର୍ସମାନେ ତାଙ୍କୁ ରାଜନୀତିରେ ପ୍ରବେଶ କରିପାରିବେ କି ବୋଲି ପଚାରିଥିଲେ। ଏହାର ଉତ୍ତରରେ ସେ ଏହା କହିଛନ୍ତି ଏପରି ଏକ ସମୟ ଥିଲା ଯେତେବେଳେ ସେ ରାଜନୀତିରେ ପ୍ରବେଶ କରିବାକୁ ଗମ୍ଭୀର ଭାବରେ ଚିନ୍ତା କରୁଥିଲେ। ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ମୁମ୍ବାଇ ସମେତ ଦେଶର ଅନେକ ଅଞ୍ଚଳରେ ତାଙ୍କୁ ରାଜନୈତିକ ଆସନ ପାଇଁ ଅଫର ମିଳିଛି। ତେବେ ସେ ସେହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।

The post ‘ରାଜନୀତିରେ ଏଣ୍ଟ୍ରି କଲେ ମୋତେ ଗୁଳି କରିଦେବେ’, ଏପରି ସାଂଘାତିକ କଥା କାହିଁକି କହିଲେ ରବିନା ଟଣ୍ଡନ appeared first on Dharitri Odia News.