କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି
ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ ଟଙ୍କା ହେରଫେର ମାମଲାରେ ଦୁଇ ଘଣ୍ଟା ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଥିଲା। ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ଶୁକ୍ରବାର ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ଏହି ସମୟରେ ଇଡି ତାଙ୍କୁ ୧୦ ଦିନ ରିମାଣ୍ଡ ଦିଆଯାଉ ବୋଲି ମାଗିଥିଲେ। ଅଦାଲତରେ ଶୁଣାଣି ବେଳେ ଏଏସଜି ରାଜୁ କହିଛନ୍ତି […] The post କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି appeared first on Dharitri Odia News.
ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ ଟଙ୍କା ହେରଫେର ମାମଲାରେ ଦୁଇ ଘଣ୍ଟା ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଥିଲା। ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ଶୁକ୍ରବାର ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା। ଏହି ସମୟରେ ଇଡି ତାଙ୍କୁ ୧୦ ଦିନ ରିମାଣ୍ଡ ଦିଆଯାଉ ବୋଲି ମାଗିଥିଲେ।
ଅଦାଲତରେ ଶୁଣାଣି ବେଳେ ଏଏସଜି ରାଜୁ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ଏହି ଦୁର୍ନୀତି ପାଇଁ ଷଡଯନ୍ତ୍ର କରିଛନ୍ତି। ଏହି ମାମଲାରେ ଇଡି ତାଙ୍କୁ କିଙ୍ଗପିନ ବୋଲି କହିଥିଲେ। କେବଳ ଏତିକି ନୁହେଁ, ଦିଲ୍ଲୀର ମଦ ନୀତି ସ୍କାମ ମାମଲାରେ ମନୀଷ ସିସୋଡିଆ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଏଏସଜି ରାଜୁ ଦାବି କରିଛନ୍ତି। ତାଙ୍କ ଜାମିନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
The post କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି appeared first on Dharitri Odia News.