ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି
ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଗଞ୍ଜାମ ସହରରୁ ଆଳୁ ଗାୟବ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଧର୍ମଘଟ ଯୋଗୁ ବନ୍ଦ ହୋଇଯାଇଛି। ଏହାର ଫାଇଦା ଉଠାଇବାକୁ ଆଳୁ ଗୋଦାମ ମlଲିକ ମାନେ କଳାବଜାର କରିବା ଏବଂ ଦରବୃଦ୍ଧି ହେବା ଲକ୍ଷ୍ୟରେ ବଜାରକୁ ଆଳୁ ଛାଡ଼ିବା ବନ୍ଦ କରିଦେଇଛନ୍ତି। ଯାହା ଫଳରେ ଖୁଚୁରା ବେପାରୀମାନେ ବାଧ୍ୟ ହୋଇ ଗ୍ରାହକ ୫ କେଜି ଆଳୁ ମାଗିଲେ ୨ କେଜି ଆଳୁ ଦେଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଆଳୁ କିଲୋ ପ୍ରତି ୩୫ରୁ ୪୦ ଟଙ୍କାରେ […] The post ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି appeared first on Dharitri Odia News.
ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଗଞ୍ଜାମ ସହରରୁ ଆଳୁ ଗାୟବ। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଧର୍ମଘଟ ଯୋଗୁ ବନ୍ଦ ହୋଇଯାଇଛି। ଏହାର ଫାଇଦା ଉଠାଇବାକୁ ଆଳୁ ଗୋଦାମ ମlଲିକ ମାନେ କଳାବଜାର କରିବା ଏବଂ ଦରବୃଦ୍ଧି ହେବା ଲକ୍ଷ୍ୟରେ ବଜାରକୁ ଆଳୁ ଛାଡ଼ିବା ବନ୍ଦ କରିଦେଇଛନ୍ତି। ଯାହା ଫଳରେ ଖୁଚୁରା ବେପାରୀମାନେ ବାଧ୍ୟ ହୋଇ ଗ୍ରାହକ ୫ କେଜି ଆଳୁ ମାଗିଲେ ୨ କେଜି ଆଳୁ ଦେଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଆଳୁ କିଲୋ ପ୍ରତି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚିନ୍ତାରେ ଖାଉଟି। ଯୋଗାଣ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି।
The post ବଜାରରୁ ଆଳୁ ଗାଏବ, ୫ କେଜି ମାଗିଲେ ମିଳୁଛି ୨ କେଜି appeared first on Dharitri Odia News.