ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ…
ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା ହେବା ପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏନେଇ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ଗୋଟିଏ ପରେ ଗୋଟିଏ ମାଛ ଆକାଶରୁ ଖସୁଥିବାର ଦେଖାଯାଉଛି। ଇରାନର ୟାସୁଜ ସହରରେ ପ୍ରବଳ ବର୍ଷା ମଧ୍ୟରେ ଏହିପରି ଏକ ବିରଳ ଘଟଣା ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ […] The post ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ… appeared first on Dharitri Odia News.
ତେହେରାନ: ଅନେକ ସମୟରେ ବର୍ଷା ହେଉଥିବାବେଳେ ଆକାଶରୁ କୁଆପଥର ଖସିଥାଏ। ଏହାକୁ କୁଆପଥର ବର୍ଷା କୁହାଯାଏ। ତେବେ ସେହିପରି ଭାବେ ଆକାଶରୁ ଅଚାନକ ମାଛ ବର୍ଷା ହେବା ପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏନେଇ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ଗୋଟିଏ ପରେ ଗୋଟିଏ ମାଛ ଆକାଶରୁ ଖସୁଥିବାର ଦେଖାଯାଉଛି।
ଇରାନର ୟାସୁଜ ସହରରେ ପ୍ରବଳ ବର୍ଷା ମଧ୍ୟରେ ଏହିପରି ଏକ ବିରଳ ଘଟଣା ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଅନେକ ୟୁଜର୍ସଙ୍କୁ ଚକିତ କରିପାରିଛି। ୟାସୁଜ ସହରରେ ବର୍ଷା ଚାଲିଥିବା ସମୟରେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉପରେ ହଠାତ୍ ମାଛ ପଡିଥିଲା। ସହରର ଏକ ରାସ୍ତାରେ ଅନେକ କାର୍ ରଖାଯାଇଥିବା ବେଳେ ଆକାଶରୁ ଗୋଟିଏ ପରେ ଗୋଟିଏ ମାଛ ଖସୁଥିବା ଭିଡିଓରୁ ଜଣାପଡ଼ିଛି। ମାଛ ବର୍ଷା ହେବା ପରେ କିଛି ବ୍ୟକ୍ତି ଆନନ୍ଦର ସହ ମାଛଗୁଡ଼ିକୁ ଗୋଟାଇ ରଖିବାକୁ ଲାଗିଛନ୍ତି। ତେବେ ଲଗାଣ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସମୁଦ୍ରରେ ବଡ଼ଧରଣର ଲହଡ଼ି ଉଠିଥିବାରୁ ଏହାର ପ୍ରଭାବରେ ମାଛମାନେ ସମୁଦ୍ରରୁ ଉପରକୁ ଉଠିଯାଇ କିଛି ଦୂରକୁ ଯାଇ ଖସିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ସୋସିଆଲ ମିଡିଆରେ ଏହି ଭିଡିଓରେ ଅନେକ ୟୁଜର୍ସ ବେଶ୍ ମଜାଳିଆ ଢଙ୍ଗର କମେଣ୍ଟ କରିଛନ୍ତି। ଇସ୍ରାଏଲ ଇରାନକୁ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରିବର୍ତ୍ତେ ମାଛ ପଠାଇଛି ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି। ସୂଚନାଯୋଗ୍ୟ, ପ୍ରବଳ ବର୍ଷା ହେତୁ ଇରାନର ୨୧ଟି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ରବିବାର ଠାରୁ ଦେଶରେ ଆରମ୍ଭ ହୋଇଥିବା ଏହି ଲଗାଣ ବର୍ଷା ଧୀରେ ଧୀରେ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପୁଥିବା ଇରାନର ପାଣିପାଗ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
The post ଆକାଶରୁ ଅଚାନକ ହେଲା ମାଛ ବର୍ଷା: ଆଉ ତା’ପରେ… appeared first on Dharitri Odia News.