ବାପାଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ, ଦୁଇ ପୁଅଙ୍କ ଖୋଜ ଖବର ମିଳୁନି; କାନ୍ଦି କାନ୍ଦି…
ବୈଶିଙ୍ଗା,୨।୭(ରତନ ଦାଶ): ବାପାଙ୍କ ସହ ଭୋଜି ଖାଇବାକୁ ଯାଇ ଦୁଇ ପୁଅ ନିଖୋଜ। ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ମଗୁସିରିଆ ଗ୍ରାମରେ ଘଟିଥିବା ଚକିତ କଲା ଭଳିି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ମଙ୍ଗଳବାର ରାତି ୯ଟା ସମୟରେ ଜଟିଆ ବିନ୍ଧାଣି ତାଙ୍କ ଦୁଇ ପୁଅ(ବଡ ଆକାଶ( ୧୩) ଓ ସାନ ପୁଅ ବାଦଲ(୧୦)ଙ୍କୁ ସାଙ୍ଗରେ ନେଇ ନିକଟସ୍ଥ ସାରଦା ଗ୍ରାମକୁ ବିଭାଘର ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଅବସରରେ ଧୁମଧାମରେ […] The post ବାପାଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ, ଦୁଇ ପୁଅଙ୍କ ଖୋଜ ଖବର ମିଳୁନି; କାନ୍ଦି କାନ୍ଦି… appeared first on Dharitri Odia News.
ବୈଶିଙ୍ଗା,୨।୭(ରତନ ଦାଶ): ବାପାଙ୍କ ସହ ଭୋଜି ଖାଇବାକୁ ଯାଇ ଦୁଇ ପୁଅ ନିଖୋଜ। ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ମଗୁସିରିଆ ଗ୍ରାମରେ ଘଟିଥିବା ଚକିତ କଲା ଭଳିି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାନୁଯାୟୀ, ମଙ୍ଗଳବାର ରାତି ୯ଟା ସମୟରେ ଜଟିଆ ବିନ୍ଧାଣି ତାଙ୍କ ଦୁଇ ପୁଅ(ବଡ ଆକାଶ( ୧୩) ଓ ସାନ ପୁଅ ବାଦଲ(୧୦)ଙ୍କୁ ସାଙ୍ଗରେ ନେଇ ନିକଟସ୍ଥ ସାରଦା ଗ୍ରାମକୁ ବିଭାଘର ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଅବସରରେ ଧୁମଧାମରେ ଚାଲିଥିବା ନାଚ ଗୀତରେ ସମସ୍ତଙ୍କ ସହିତ ଦୁଇ ପୁଅ ମଧ୍ୟ ମସଗୁଲ ଥିଲେ। ତେବେ ଭୋଜି ସରିବାପରେ ଜଟିଆ ତାଙ୍କ ଦୁଇପୁଅଙ୍କୁ ଆଉ ପାଇ ନ ଥିଲେ। ଗ୍ରାମବାସୀଙ୍କ ସହ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖୋଜଖବର ମିଳିଲା ନାହିଁ। ଏନେଇ ସମସ୍ତ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଏ ବାବଦରେ ଖବର ପଠାଯାଇଥିଲା। ଶେଷରେ ନିରାଶ ହୋଇ ବୁଧବାର ବୈଶିଙ୍ଗା ପୋଲିସ ନିକଟରେ ପରିବାରପକ୍ଷରୁ ଅଭିଯୋଗ କରାଯାଇଛି। ଏହାକୁ ନେଇ କେସ ନଂ ୩୧୭ ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ବାରିଣୀ ଦାସ ସୂଚନା ଦେଇଛନ୍ତି।
The post ବାପାଙ୍କ ସହ ଭୋଜି ଖାଇବାକୁ ଯାଇଥିଲେ, ଦୁଇ ପୁଅଙ୍କ ଖୋଜ ଖବର ମିଳୁନି; କାନ୍ଦି କାନ୍ଦି… appeared first on Dharitri Odia News.