ବନ୍ଧାହେଲେ ୭ ଜଣ ରୋଡ଼ ରୋମିଓ
ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୁଲିସ । ୭ ଅଭିଯୁକ୍ତଙ୍କୁ ଅଟକ ରଖିଲା ଚନ୍ଦକା ଥାନା ପୁଲିସ। ଚନ୍ଦକା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚର ଟିମ। କିଛି ସମୟ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ସେପଟେ ପୀଡିତାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଗଲେ ମହିଳା କମିଶନ ଅଧ୍ୟକ୍ଷା । ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ […]

ଭୁବନେଶ୍ବର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ରୋଡ଼ ରୋମିଓଙ୍କୁ ବାନ୍ଧିଲା ପୁଲିସ । ୭ ଅଭିଯୁକ୍ତଙ୍କୁ ଅଟକ ରଖିଲା ଚନ୍ଦକା ଥାନା ପୁଲିସ। ଚନ୍ଦକା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚର ଟିମ। କିଛି ସମୟ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ସେପଟେ ପୀଡିତାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଗଲେ ମହିଳା କମିଶନ ଅଧ୍ୟକ୍ଷା ।
ସୂଚନା ଅନୁଯାୟୀ, ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୁଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ହୋଇଥିଲା ।
ଅନ୍ୟପଟେ ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲେ ରାଜ୍ୟ ମହିଳା କମିସନ୍ । ଭରତପୁର ଥାନାରେ ତଦନ୍ତ ପାଇଁ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ଓ ତାଙ୍କ ଟିମ୍ ପହଞ୍ଚି ମାମଲା ସଂପର୍କରେ ପଚରଉଚରା କରିଥିବା ଜଣାଯାଇଛି ।
ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ଗଣମାଧ୍ୟମକୁ କହିଛନ୍ତି, ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ଚିଠି କରିଛୁ। ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଲେଖିଛୁ। ପୀଡ଼ିତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ମୁଁ ଆଶାବାଦୀ । ଏଣେ ଏହି ଘଟଣାକୁ ଜାତୀୟ ମହିଳା କମିସନ(ଏନ୍ସିଡବ୍ଲ୍ୟୁ) ଗୁରୁତ୍ବର ସହ ନେଇଛନ୍ତି । ମାମଲାକୁ ଗୋଟିଏ ସପ୍ତାହ ବିତିବାକୁ ବସିଥିବା ବେଳେ କମିସନରେଟ୍ ପୁଲିସ କି କି ପଦକ୍ଷେପ ନେଇଛି, ସେସବୁର ବିସ୍ତୃତ ରିପୋର୍ଟ ଦେବାକୁ ନୋଟିସ୍ ଜରିଆରେ ଡିଜିପି ୱାଇ ବି ଖୁରାନିଆଙ୍କୁ ରିପୋର୍ଟ ମଗାଯାଇଛି। ୩ ଦିନ ମଧ୍ୟରେ ଏହି ରିପୋର୍ଟ ଦେବାକୁ ଏନ୍ସିଡବ୍ଲ୍ୟୁ ନୋଟିସ୍ରେ ଉଲ୍ଲେଖ କରିଛନ୍ତି।
ଭରତପୁର ଥାନା ବିବାଦ ଘଟଣାରେ ଉଠୁଛି ପଡୁଛି ରାଜଧାନୀ । ବାରମ୍ବାର ପ୍ରେସମିଟ କରି ତୁମ୍ଭିତୋଫାନ କରୁଛନ୍ତି ବିରୋଧୀ I ଏହା ସହିତ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଶନିବାର ରାଜଭବନ ସାମ୍ନାରେ ବିକ୍ଷୋଭ କରିବ ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେବ ସ୍ମାରକ ପତ୍ର । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବିଜେଡି ।
ପୂର୍ବତନ ସେନା ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା ଆଜି ଭରତପୁର ଘଟଣା ସାମ୍ନାକୁ ଆସି ନଥାନ୍ତା । ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହିତ ଯଦି ରାଜଧାନୀର ଥାନା ଭିତରେ ଏମିତି ଘଟଣା ଘଟୁଛି ତେବେ ଅନ୍ୟ ଥାନା ମାନଙ୍କରେ କଣ ହେଉଥିବ ତାହା ସନ୍ଦେହ। ବିଜେପି ସରକାର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ ? ବୋଲି ପ୍ରଶ୍ନ କରିଛି ଦଳ ।