ହାଇୱା ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ଖୋର୍ଦ୍ଧା : ହାଇଓ୍ବା ଧକ୍କାରେ ସ୍ତ୍ରୀ ମୃତ,ସ୍ୱାମୀ ଗୁରୁତର I ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟ ରାସ୍ତାର ବଡ଼ ବେରଣ ଗାଆଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି I ମୃତକ ଜଣକ ବଡମ୍ବା ବଡ଼ମଥୁରା ଗ୍ରାମର ପ୍ରମିଳା ଲେଙ୍କା I ଉଭୟ ସ୍ୱାମୀ ସ୍ତ୍ରୀ ସ୍କୁଟି ଯୋଗେ ବଡମ୍ବାରୁ ଭୁବନେଶ୍ୱର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା I ହାଇଓ୍ବାଟି ମହିଳାଙ୍କୁ ଚାପି ଦେଇ ୫୦ମିଟର ଘୋଷାଡ଼ି ନେଇଥିଲା। ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାପରେ […]

ଖୋର୍ଦ୍ଧା : ହାଇଓ୍ବା ଧକ୍କାରେ ସ୍ତ୍ରୀ ମୃତ,ସ୍ୱାମୀ ଗୁରୁତର I ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟ ରାସ୍ତାର ବଡ଼ ବେରଣ ଗାଆଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି I ମୃତକ ଜଣକ ବଡମ୍ବା ବଡ଼ମଥୁରା ଗ୍ରାମର ପ୍ରମିଳା ଲେଙ୍କା I ଉଭୟ ସ୍ୱାମୀ ସ୍ତ୍ରୀ ସ୍କୁଟି ଯୋଗେ ବଡମ୍ବାରୁ ଭୁବନେଶ୍ୱର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା I ହାଇଓ୍ବାଟି ମହିଳାଙ୍କୁ ଚାପି ଦେଇ ୫୦ମିଟର ଘୋଷାଡ଼ି ନେଇଥିଲା। ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାପରେ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ରାସ୍ତାରୋକ କରିଥିଲେ। ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତାର ଗାଡି ଚଳାଚଳ ବନ୍ଦ ରହିଛି I